Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Update / ଫିକା ପଡ଼ିବ ପାର୍ବଣ, ଭିଜିବ ସାରା ଓଡ଼ିଶା

Priyanka Panda
Browse all articles by Priyanka Panda
·9 months ago·2 min read
ଫିକା ପଡ଼ିବ ପାର୍ବଣ, ଭିଜିବ ସାରା ଓଡ଼ିଶା

Key Points

ପାର୍ବଣରେ ହେବ ପ୍ରବଳ ବର୍ଷା!

୨ଟି ନୁହେଁ ସୃଷ୍ଟି ହେବ ୩ଟି ଲଘୁଚାପ

ଆଜି, କାଲି ଘଡ଼ଘଡ଼ିକୁ ବର୍ଷା

ଫିକା ପଡ଼ିବ ପାର୍ବଣ। ନବରାତ୍ରରେ ଭିଜିବ ପୂରା ଓଡ଼ିଶା। ସାରା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଗୋଟିଏ, ଦୁଇଟି ନହେଁ ପୂରା ୩ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଗତକାଲି ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ୨୫ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ତେବେ ଏହାର ପ୍ରଭାବ ନ ସରୁଣୁ ଅକ୍ଟୋବର ୧ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଫଳରେ ଏ ବର୍ଷର ପାର୍ବଣ ବର୍ଷାରେ ଫିକା ପଡ଼ିବ ବୋଲି ପୂର୍ବାନୁମାନ କରାଯାଉଛି।


ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ମ୍ୟାମର-ଦକ୍ଷିଣ ବାଂଲାଦେଶ ଉପକୂଳସ୍ଥ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ଗତକାଲି ଘନୀଭୂତ ହୋଇ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ। ଏହାର ପ୍ରଭାବରେ ଗତକାଲି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଜି ସୁନ୍ଦରଗଡ଼ ଓ ସମ୍ବଲପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଦୁଇ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଦୁର୍ବଳ ହେବା ପୂର୍ବରୁ ୨୫ ତାରିଖରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଅଧିକ ବଳ ଗୋଟାଇ ୨୬ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ଲଘୁଚାପ ପ୍ରଭାବରେ ୨୫-୨୬ରେ ରାଜ୍ୟରେ ପ୍ରବଳ ବର୍ଷା ହେବ।


ବିଶେଷ କରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ। ତେବେ ଏହି ଯୋଡ଼ା ଲଘୁଚାପରେ ବେହାଲ ହେବ ଓଡ଼ିଶାର ଦଶହରା ପର୍ବ। ସେହିପରି ୩୦ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଅକ୍ଟୋବର ୧ରେ ଲଘୁଚାପର ରୂପ ନେବ। ଯଦିଓ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ ତଥାପି ନବମୀ ଓ ଦଶମୀ ଅର୍ଥାତ ୧ ଓ ୨ ତାରିଖରେ ରାଜ୍ୟ ବର୍ଷାରେ ଭିଜିବ। ତେବେ ଏହି ଲଘୁଚାପର ରୂପରେଖ ଦ୍ବିତୀୟ ଲଘୁଚାପର ତୀବ୍ରତାରୁ ସ୍ପଷ୍ଟ ହେବ।

Sponsored
Weather Update | Triple Low Pressure May Soak Odisha During Navratri, Heavy Rain Alert Issued | Argus News