Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Driving Training Institutes / ସରକାରଙ୍କୁ ଦୁର୍ଘଟଣା ଚିନ୍ତା; ଅନୁଗୁଳ, ସମ୍ବଲପୁର ଓ କୋରାପୁଟରେ ହେବ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍

Sushanta Sahoo
Browse all articles by Sushanta Sahoo
·9 months ago·2 min read
ସରକାରଙ୍କୁ ଦୁର୍ଘଟଣା ଚିନ୍ତା; ଅନୁଗୁଳ, ସମ୍ବଲପୁର ଓ କୋରାପୁଟରେ ହେବ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍

Key Points

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ । ଏବେ ରାଜ୍ୟରେ ୪ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ITDR) ରହିଛି ।

ଭୁବନେଶ୍ଵର: ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଡ୍ରାଇଭରଙ୍କ ଭୁଲ୍ ଯୋଗୁଁ ହେଉଛି । ଏଥିସହ ରାଜ୍ୟରେ ପ୍ରଶିକ୍ଷିକ ଭାରିଯାନ ଚାଳକ (HMV)ଙ୍କ ଅଭାବ ବି ରହିଛି । ଆଉ ଏହି ବ୍ୟବଧାନ କମାଇବା ଲାଗି ନିଷ୍ପତ୍ତି ନେଇଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ।


ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ । ଏବେ ରାଜ୍ୟରେ ୪ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ITDR) ରହିଛି । ସେଠାରୁ ପ୍ରଶିକ୍ଷିତ ଡ୍ରାଇଭରଙ୍କ ରେକର୍ଡ ଅନୁସାରେ, ସେମାନେ ସଡ଼କ ଦୁର୍ଘଟଣା ଘଟାଉ ନାହାନ୍ତି । ତେଣୁ ନୂଆ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରି ସରକାର ଦୁର୍ଘଟଣା ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।


ରାଜ୍ୟର ୩ ଜିଲ୍ଲା ଅନୁଗୁଳ, ସମ୍ବଲପୁର ଏବଂ କୋରାପୁଟରେ ନୂଆ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉକ୍ତ ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଡିଏମ୍‌ଏପ୍ ପାଣ୍ଠିକୁ ଚିଠି ଲେଖା ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେଉଁଥିରେ ଉଲ୍ଲେଖ ରହିଛି, ୨୫ କୋଟି ଲେଖାଏଁ ବ୍ୟୟରେ ନିର୍ମାଣ ହେବ ପ୍ରତି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । ପ୍ରତି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପିଛା ୧୭.୨୫ କୋଟି ଟଙ୍କା ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ବଳକା ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରାଯିବ । ୩ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଜିଲ୍ଲା ଖଣିଜ ପାଣ୍ଠିରୁ ଟଙ୍କା ରିଲିଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


୩ ଜିଲ୍ଲା ଅନୁଗୁଳ, ସମ୍ବଲପୁର ଏବଂ କୋରାପୁଟରେ ନୂଆ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ, ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେଣୁ ଅବଶିଷ୍ଟ ୭ରୁ ୮ କୋଟି ଟଙ୍କା ଡିଏମଏଫରୁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି ।

Related Topics

Explore more stories

Sponsored
Odisha to Set Up 3 New Driving Training Institutes | Argus News | Argus News