Videos
|
Odisha

New Odisha Governor / ବଦଳିଲେ ଓଡ଼ିଶାର ରାଜ୍ୟପାଳ....ବ୍ରଜମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

Ritu Das
Browse all articles by Ritu Das
·1 hour ago·1 min read
ବଦଳିଲେ ଓଡ଼ିଶାର ରାଜ୍ୟପାଳ....ବ୍ରଜମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
India

Key Points

ବଦଳିଲେ ଓଡ଼ିଶାର ରାଜ୍ୟପାଳ
ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ
ବଦଳିଲେ ଓଡ଼ିଶାର ରାଜ୍ୟପାଳ। ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ। ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମଙ୍କୁ ଦାୟିତ୍ବ ଦିଆଗଲା। ଓଡ଼ିଶା ସହ ୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କ ନାଁ ଘୋଷଣା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।



-ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ହେଲେ ତାମିଲନାଡ଼ୁର ରାଜ୍ୟପାଳ।
-ଓମ ପ୍ରକାଶ ମାଥୁର ହେଲେ କେରଳମ୍ର ରାଜ୍ୟପାଳ
-ଓଡ଼ିଶାର ରାଜ୍ୟପାଳ ହେଲେ ବ୍ରଜମୋହନ ରାମ
-ଡ. ସୁଧା ଯାଦବ ହେଲେ କର୍ଣ୍ଣାଟକର ରାଜ୍ୟପାଳ
-ଡ. ଢାଲସିଂ ବିଶେନ ହେଲେ ଉତ୍ତରାଣ୍ଡର ରାଜ୍ୟପାଳ।
-ଦୁଷ୍ୟନ୍ତ ଗୌତମ ହେଲେ ସିକିମର ରାଜ୍ୟପାଳ।

ଝାଡଖଣ୍ଡ ବିଜେପିର ପୂର୍ବତନ ଏମପି ହେଉଛନ୍ତି ବ୍ରଜମୋହନ ରାମ। ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ଲଗାତାର ୩ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ଥିଲେ ସାଂସଦ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୋକସଭା ସାଂସଦ ହେବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହା ସହିତ ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
Brajmohan Ram Becomes Odisha’s New Governor in Major Political Reshuffle | Argus News Odia