Heavy Rainfall / ଆସୁଛି ଆଉ ଏକ ଲଘୁଚାପ… ୨୦ ଅଗଷ୍ଟ ବେଳକୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ
·2 weeks ago·2 min read

Key Points
ଗୋଟିଏ ଲଘୁଚାପର ପ୍ରଭାବ ନ ସରୁଣୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଆସୁଛି ଆଉ ଏକ ଲଘୁଚାପ । ଗୋଟିଏ ଲଘୁଚାପର ପ୍ରଭାବ ନ ସରୁଣୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ନୂତନ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦ୍ୱିତୀୟ ସପ୍ତାହ ଆରମ୍ଭରେ, ଅର୍ଥାତ୍ ୨୦ ଅଗଷ୍ଟ ପାଖାପାଖି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହା ପ୍ରଭାବରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି।
ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଝାରସୁଗୁଡା,ସମ୍ବଲପୁର ଓ ବରଗଡ଼କୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ପ୍ରବଳ ବର୍ଷା କୁ ନେଇ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ,ଦେଓଗଡ, ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା କୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି ହୋଇଛି। ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମିର ଝଟକା ପବନ ବହିବାର ସମ୍ଭାବନା ରହିଛି। ରାଜ୍ୟରେ ୧୭ ତାରିଖ ଯାଏ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳିଆ ଅଞ୍ଚଳରେ ମେଘୁଆ ପାଗକୁ ବର୍ଷା ସହ ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଜି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍, ଲୋ ଭିଜିବିଲିଟି ରହିବ। ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି IMD ଭୁବନେଶ୍ୱର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି। ଏହାଛଡା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ। ୧୪ ଅଗଷ୍ଟ ଦୁଇ ଦିନ ଓଡ଼ିଶା ଉପକୂଳରେ ପବନର ବେଗ ୪୫ ରୁ ୫୫ କିଲୋମିଟର ରହିବା ସହ ୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।
ସେପଟେ ଜଳକା, ସାଳନ୍ଦୀ ଓ ବୈତରଣୀ ପାଇଁ ସତର୍କ ରହିବାକୁ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। କାରଣ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରି ନାହିଁ। ବନ୍ୟା ସ୍ଥିତି ଯଦିଓ ଦେଖାଯିବ ନାହିଁ ତଥାପି ଜଳବନ୍ଦୀ ସମସ୍ୟା ଲାଗି ରହିବ। ତିହିଡ଼ି, ଚାନ୍ଦବାଲି, ବାଲେଶ୍ଵର ସଦର, ବସ୍ତା, ଦଶରଥପୁରରେ ଜଳବନ୍ଦୀ ସ୍ଥିତି ଲାଗି ରହିବ। ଲଘୁଚାପ ବର୍ଷା ପାଇଁ ଏଭଳି ସ୍ଥିତି ଉପୁଜିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାନୁଯାୟୀ, ୧୭ଟି ସ୍ଥାନରେ ୧୦୦ ମିମି ରୁ ଅଧିକ ବର୍ଷା ହୋଇଛି। ବୁଢାବଳଙ୍ଗରେ ବଡ଼ ବନ୍ୟା ନାହିଁ। ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ, ମହାନଦୀରେ ସେମିତି ବନ୍ୟା ସ୍ଥିତି ନାହିଁ। ହୀରାକୁଦ ୬୧୪ ଫୁଟ ଲେବେଲକୁ ଖସି ଆସିଛି। ସକାଳେ ୪ ଟି ଗେଟ ବନ୍ଦ କରାଯାଇଛି। ୨ ଟି ଗେଟ ଖୋଲା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ ହୋଇଛି।
Related Topics
Explore more stories