IMD Alert / ଅକ୍ଟୋବରରେ ଅସହ୍ୟ ତାତି! ଆହୁରି ୨ ଦିନ ସିଝିବ ଓଡ଼ିଶା, ପୁଣି ଆସୁଛି ଲଘୁଚାପ
·1 hour ago·2 min read

Key Points
ରାଜ୍ୟ ତମାମ ବଢିଛି ଗୁଳୁଗୁଳି, ଅସହ୍ୟ ଗରମରେ ଲୋକେ ହନ୍ତସନ୍ତ
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆହୁରି ୨ ଦିନ ରହିବ ଗରମର ପ୍ରଭାବ

ଅକ୍ଟୋବରରେ ଅସହ୍ୟ ଖରା । ଆଶ୍ୱିନ ମାସ, .ହେଲେ ଆକାଶରୁ ବର୍ଷୁଛି ନିଆଁ । ସକାଳୁ ଟାଇଁ ଟାଇଁ ଖରା, ରାତିରେ ଅସହ୍ୟ ଗୁଳୁଗୁଳି । ତାପମାତ୍ରା ଆକାଶଛୁଆଁ, ଆହୁରି ୨ ଦିନ ଏମିତି ସିଝିବ ପୁରା ଓଡ଼ିଶା । ତାପମାତ୍ରା ଦେଖିଲେ ଲାଗୁଛି ଗ୍ରୀଷ୍ମର ଗୁଳୁଗୁଳି ଯେମିତି ରାଜ କରୁଛି । ପୁରୀରେ ୩୬ ଡିଗ୍ରୀ ପାର୍ ହେଇଥିବା ବେଳେ ଭୁବନେଶ୍ବର କଟକ ବି ଅସହ୍ୟ ହେଉଛି ତାତି।
ଫେରି ଫେରି ଯାଉଛି ମୌସୁମୀ। ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଇସାରିଥିବା ବେଳେ ଓଡ଼ିଶାରୁ ମୌସୁମୀ ଯିବାକୁ ଆଉ କିଛି ସମୟ ଲାଗିବ। କିନ୍ତୁ ଏହି ସମୟରେ ଭାରତୀୟ ପାଣିପାଗ ବିଭାଗର Extended Range Forecast ବଢ଼ାଇଛି ଚିନ୍ତା। ରାଜ୍ୟ ତମାମ ବଢିଛି ଗୁଳୁଗୁଳି, ଅସହ୍ୟ ଗରମରେ ଲୋକେ ହନ୍ତସନ୍ତ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆହୁରି ୨ ଦିନ ରହିବ ଗରମ ର ପ୍ରଭାବ। ପରେ ପରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଏକ ଉପରବଳୟ ଘୂର୍ଣ୍ଣିବଳୟ! ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ସାଇକ୍ଲୋନ୍ ବା ବାତ୍ୟା ଗଠନର ଆକଳନ କରାଯାଇନାହିଁ। ଗୁଜବ ରୁ ଦୁରେଇ ରୁହନ୍ତୁ ବୋଲି ସଚେତନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ ! ହାଲୁକାରୁ ମଧ୍ୟମ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ମାରିପାରେ। ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିବ ଝଟକା ପବନ । ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହେଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ରହିଛନ୍ତି ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ ଏବଂ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା। ସେହିପରି ଆସନ୍ତାକାଲି ପାଇଁ ଆଲର୍ଟ ଥିବା ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା।
ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୫.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ, ଫୁଲବାଣୀରେ ରାତିର ତାପମାତ୍ରା ଖସି ୧୭.୫ ଡିଗ୍ରୀରେ ପହଞ୍ଚିଛି। ତେବେ ଆସନ୍ତା ୨ରୁ ୩ ଦିନ ପରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହ ଗରମରୁ ମିଳି ପାରେ ଆଶ୍ୱସ୍ତି!

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories