Assembly Update / ଓଡ଼ିଆରେ ନାମଫଳକ ଲେଖି ନଥିଲେ ହୋଇଯାଆନ୍ତୁ ସାବଧାନ ନଚେତ୍...

Key Points
ଓଡ଼ିଆ ନାମଫଳକକୁ ଫୁ: ୧୦୦ଟି ମୋକଦ୍ଦମା ରୁଜୁ
ଓଡ଼ିଆରେ ନାମଫଳକ ଲେଖି ନଥିଲେ ହୋଇଯାଆନ୍ତୁ ସାବଧାନ
ଆଇନ ଖିଲାପକାରୀ ୧୦୦ଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ
ଓଡ଼ିଆରେ ନାମଫଳକ ଲେଖି ନଥିଲେ ହୋଇଯାଆନ୍ତୁ ସାବଧାନ । ରାଜ୍ୟରେ ଓଡ଼ିଆରେ ନାମଫଳକ ଲେଖିବାକୁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ କେହି କଡ଼ାକନି ଭାବେ ପାଳନ କରୁନାହାନ୍ତି। ତେଣୁ ଆଇନ ଉଲ୍ଲଂଘନକାରୀ ୧୦୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଇନ ଖିଲାପକାରୀ ଶହେଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରାଯାଇଛି । ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ହୋଇନଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମୋକଦ୍ଦମା ରୁଜୁ କରାଯାଇଛି । ଏଥିସହ ଝାରସୁଗୁଡ଼ାରେ ୨୩୭, ଖୋର୍ଦ୍ଧାରେ ୨୦୧ ବ୍ୟବସାୟ ପ୍ରତିଷ୍ଠାନ ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ ୨୮୫୨ଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ସେପଟେ ଗତ ସାଢେ ୪ ମାସରେ ରାଜ୍ୟରେ ୯ଟି ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ୭ଟି, ଟ୍ରେନ ଦୁର୍ଘଟଣାରେ ଗୋଟିଏ ଏବଂ ଶିକାରୀ ଦ୍ବାରା ଗୋଟିଏହାତୀର ଯାଇଛି ଜୀବନ । ଏଥିସହ ସାଢେ ୪ ମାସ ଭିତରେ ହାତୀ ଓ ମଣିଷ ଲଢେଇରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ୨୦୨୪ ନଭେମ୍ବର ମାସରେ ଗଣନା ହୋଇଥିବା ହାତୀ ସଂଖ୍ୟା ୨୧୦୩ ଥିବା ବେଳେ ପୋଷା ହାତୀ ୨୧ଟି ରହିଛନ୍ତି । ବିଧାୟକ କହେଁଇ ଚରଣ ଡାଙ୍ଗ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
📱 Get Argus News App
✨Related Topics
Explore more stories