Videos
|
Odisha

Odisha weather / ସମୁଦ୍ରରୁ ବଳ ଗୋଟାଇ ମାଡି ଆସୁଛି ବାତ୍ୟା

Smruti Parija
Browse all articles by Smruti Parija
·1 year ago·2 min read
ସମୁଦ୍ରରୁ ବଳ ଗୋଟାଇ ମାଡି ଆସୁଛି ବାତ୍ୟା
Representative Image

Key Points

ପୁଣି ବାତ୍ୟାକୁ ନେଇ ପଶିଲାଣି ଛନକା | ସମୁଦ୍ରରୁ ବଳ ଗୋଟାଇ ମାଡି ଆସୁଛି ବାତ୍ୟା | ସକ୍ରିୟ ହେଉଛି ଲା-ନିନା

ଅକ୍ଟୋବର ମାସ ଆସିଲେ ଓଡିଶାବାସୀଙ୍କ ମନରେ ଛନକା ପଶେ । ଆଉ ସେହି ଡର ପୁଣି ଘନେଇଲାଣୀ । ୧୫ ସେପ୍ଟେମ୍ବର ବେଳକୁ ପଶ୍ଚିମ ରାଜସ୍ତାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ହୋଇଥିବା ବେଳେ ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି ।

ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଏ । ଚଳିତ ବର୍ଷ ସ୍ଥିତି ଅନୁକୂଳ ରହୁଥିବାରୁ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି । ବିଶ୍ୱ ପାଣିପାଗ ସଂସ୍ଥା ସହ ଅନେକ ପାଣିପାଗ ବିଜ୍ଞାନୀ ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ପୂର୍ବରୁ ଲା-ନିନା ପ୍ରଭାବ ଯୋଗୁଁ ଓଡ଼ିଶା ୧୯୯୯ରେ ସୁପର ସାଇକ୍ଲୋନ ସମ୍ମୁଖୀନ ହୋଇଥିଲା। ସେହିପରି ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜୱାଦ, ୨୦୨୨ର ଅସାନି ଭଳି ବାତ୍ୟା ଲା-ନିନା ସକ୍ରିୟ ରହିଥିବା ବର୍ଷରେ ସୃଷ୍ଟି ହୋଇଛି ।

ସେହିପରି ପ୍ରାକ୍‌ ମୌସୁମୀ ଋତୁରେ ଆସିଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୨୦୧୯ ରେ ଆସିଥିବା ଫନି, ୨୦୨୦ରେ ଅମ୍ପାନ, ୨୦୨୧ରେ ୟସ ଭଳି ବାତ୍ୟା ମଧ୍ୟ ଲା-ନିନା ବର୍ଷରେ ସୃଷ୍ଟି ହୋଇଛି ଓ ଏହାଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

କାହିଁକି ଆସେ ଅକ୍ଟୋବରରେ ବାତ୍ୟା?

ଅକ୍ଟୋବର ଆସିଲେ ବଙ୍ଗୋପସାଗରରେ ସୃଷ୍ଟିହୁଏ ଘୂର୍ଣ୍ଣିଝଡ଼, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ଅକ୍ଟୋବର, ସେତେବେଳେ ସମୁଦ୍ରର ଉପର ଭାଗରେ ତାପମାତ୍ରା ଅଧିକ ଥାଏ, ସମୁଦ୍ର ଭିତରେ ପବନର ବେଗ କମ୍‌ ବେଶି ହୋଇଥାଏ, ଯାହା ସମୁଦ୍ରରେ ଝଡ଼ ସୃଷ୍ଟି କରି ସମୁଦ୍ରକୁ ଅଶାନ୍ତ କରେ, ପ୍ରଶାନ୍ତ ମହାସାଗରରେ ଲା-ନିନା ସଙ୍ଗଠିତ ହେଲେ ବଢ଼େ ବାତ୍ୟା ଆଶଙ୍କା, ପ୍ରଶାନ୍ତ ମହାସାଗର ଓ ଚୀନ ସାଗରରେ ସୃଷ୍ଟ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରେ
ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ସାହାଯ୍ୟ କରିଥାଏ ମୌସୁମୀ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଶକ୍ତିଶାଳୀ ହୋଇଥାଏ ବାତ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଗତ ୬୦ ବର୍ଷ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼ି ଚାଲୁଥିବା ନେଇ ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି ।

ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି । ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି ।

ଅକ୍ଟୋବରରୁ ଡିସେମ୍ୱର ଓଡିଶା ପାଇଁ ଏକ ସମ୍ୱେଦନଶୀଳ ସମୟ । ଯେଉଁ ସମୟରେ ବାତ୍ୟା ଆସିଥାଏ ଯାହା ଭୀଷଣ ବାତ୍ୟାର ରୂପ ନେଇ ଓଡିଶାକୁ ନଷ୍ଟ ଭୀଷଣ କ୍ଷତି ପହଞ୍ଚାଇଥାଏ ।

Related Topics

Explore more stories