ହ୍ଵାଟ୍ସଆପ୍ରେ ମିଳିବ ଜନ୍ମ, ମୃତ୍ୟୁ, ବାସସ୍ଥାନ ଓ ଆୟ ପ୍ରମାଣପତ୍ର

ଭୁବନେଶ୍ଵର: ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହା ଆପ୍ ଚାଟ୍ବଟ୍ର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟ କ୍ରମେ ସମସ୍ତ ସରକାରୀ ସେବା ପ୍ରଦାନ କରିବ । ଗୋଟିଏ ଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ ସେବା ପାଇପାରିବେ ।
ୟୁନିଫାଏଡ୍ ହାଟ୍ସଆପ୍ ଚାଟ୍ ବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ଵାଟ୍ସଆପ୍ ନମ୍ୱରରେ ସମନ୍ଵିତ କରିବ, ଯାହା ଦ୍ଵାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଇରାକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ଵପୂର୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ ।
ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ପ୍ରତ୍ୟେକ ନାଗରିକଙ୍କୁ ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଦ୍ଵାରା ଏହି ବ୍ୟବସ୍ଥା ସହଜ ହୋଇଛି । ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି ଜନସାଧାରଣଙ୍କୁ ଉଦ୍ଧିଷ୍ଟ ସେବାର ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ।
ଉନ୍ନୟନ କମିଶନର ଅନୁ ଗର୍ଗ ସର୍ବସାଧାରଣ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିବା ସହ ସେବା ପ୍ରଦାନରେ ଉତ୍ତରଦାୟିତ୍ଵ ଏବଂ ଏହାର ସରଳତା ବିଷୟରେ ପ୍ରକାଶ କରିଥିଲେ । ୟୁନିଫାଏଡ୍ ହ୍ଵାଟ୍ସଆପ୍ ବଟ୍ ମାଧ୍ୟମରେ ଲୋକମାନେ ସହଜରେ ସେବା ପାଇବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି ।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୁବିଧାମୁକ୍ତ ସେବା ଯୋଗାଇବା ପାଇଁ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଏବଂ ସେବାଳୁ ଅକ ସୁଲଭ କରିବାରେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସମ୍ପ୍ରତି ଓଡ଼ିଶାରେ ଯେ କୌଣସି ଜନସେବା ପାଇବା ପାଇଁ ଚାରିଟି ଉପାୟ ରହିଛି । ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବା (ଅଫ ଲାଇନ୍ ମୋଡ୍), ସମ୍ପୃକ୍ତ କାର୍ଯ୍ୟାଳୟର ୱେବ୍ ପୋର୍ଟାଲକୁ ଯିବା, ସେହି ନିର୍ଦ୍ଦିଷ୍ଟ ସେବାର ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ଆକ୍ସେସ୍ କରିବା, କିମ୍ବା ସହାୟକ ସେବା ମାଧ୍ୟମରେ ଏକ ସାଧାରଣ ସେବା କେନ୍ଦ୍ର ବା କମନ ସର୍ଭିସ୍ ସେଣ୍ଟରକୁ ଯାଇ ଆମେ ସେବା ପାଇ ପାରୁଛୁ । ସାର୍ବଜନୀନ ସେବା ପ୍ରଦାନ ପାଇଁ ଅଧିକ ଉପଭୋକ୍ତା-ଅନୁକୂଳ ଏବଂ ଉପ ମୋଜ୍ ର ଆବଶ୍ୟକତାକୁ ସ୍ଵୀକାର କରି, ଆମେ ବିଶ୍ଵାସ କରୁ ଯେ ହ୍ଵାଟ୍ସଆପ୍ ନାଗରିକମାନଙ୍କୁ ଗୋଟିଏ ନମ୍ବର ମାଧ୍ୟମରେ ଗୋଟିଏ ପ୍ଲାଟଫର୍ମରେ ଲଗିତ ସେବା ଗୁଡିକ ହାସଲ କରିବାକୁ ସକ୍ଷମ କରିବ, ଯାହା ଦ୍ରୁତ ଏବଂ ସୁବିଧାଜନକ ସେବାକୁ ସକ୍ଷମ କରିବ ।
୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ଵାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଯାହା ଦ୍ଵାରା ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସେ ଗୁଡ଼ିକରେ ପ୍ରବେଶ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ ।
ମେଟା ଇନ୍ ଇଣ୍ଡିଆର ବିଜନେସ୍ ମେସେଜି ନିର୍ଦ୍ଦେଶକ ରବି ଗର୍ଗ କହିଛନ୍ତି, ହ୍ଵାଟ୍ସଆପର ସହଜତା ଓ ସରଳତା ଯୋଗୁଁ ଲୋକମାନେ ବନ୍ଧୁ ଓ ପରିବାର ସହ ଯୋଗାଯୋଗ ଠାରୁ ଆରମ୍ଭ କରି ଟିକେଟ୍ ବୁକିଂ, ବିଲ୍ ପୈଠ କରିବା ଏବଂ ସର୍ବସାଧାରଣ ସେବା ପାଇବା ପର୍ଯ୍ୟନ୍ତ କାମ କରିବାକୁ ପସନ୍ଦ କରୁଛନ୍ତି । ଓଡ଼ିଶା ସରକାରଙ୍କ ସହ ଭାଗିଦାରୀ କରି ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ହ୍ଵାଟ୍ସଆପ୍ର ଦକ୍ଷତା ପହଞ୍ଚାଇବା ସହ ସେମାନଙ୍କ ଆଙ୍ଗୁଠିରେ ନାଗରିକ ସେବା ସହଜରେ ଉପଲବ୍ଧ କରାଇବା ପାଇଁ ଆମେ ଆନନ୍ଦିତ ବୋଲି ସେ ପ୍ରକାଶ କରିଥିଲେ ।
ଉପଲବ୍ଧତା ଏବଂ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ହ୍ଵାଟ୍ସଆପ୍ ଆଧାରିତ ନାଗରିକ ସେବା ବିତରଣ ମଡେଲ୍ ପ୍ରଚଳନ କରିବା ପାଇଁ ମେଟା ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ଭାଗିଦାରିତା କରିଛି । ନିକଟରେ ଆନ୍ଧ୍ରପ୍ରଦେଶ ସରକାରୀ ଯୋଜନା, ବିଲ୍ ଦେୟ ଏବଂ ସାର୍ଟିଫିକେଟ୍ ପାଇଁ ହ୍ଵାଟ୍ସଆପ୍ ଚାଟ୍ବଟ୍ ଆରମ୍ଭ କରିଥିବା ବେଳେ ମହାରାଷ୍ଟ୍ରରେ ଇ-ପଞ୍ଚାୟତ ଏବଂ ଜମି ରେବର୍ଜ ଭଳି ସମନ୍ଵିତ ସେବା ରହିଛି, ଯାହା ନାଗରିକମାନଙ୍କ ପାଇଁ ଦ୍ରୁତ, କାଗଳବିହୀନ ଅନୁଭୂତିକୁ ସୁନିଶ୍ଚିତ କରୁଛି ।
ରାଜ୍ୟରେ ଓଡ଼ିଶା ଲୋକସେବା ଅଧିକାର ଆଇନ (ଓଆରଟିପିଏସଏ)କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବଳ ସହାୟକ ସଂସ୍ଥା ଭାବେ ସିଏମଜିଆଇ ଏବଂ ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଇ ଡେଭଲପମେଣ୍ଟ (ସିୱାଇଏସଟି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା ।
ଏହା ବ୍ୟତୀତ ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନାଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ସିଏମଜିଆଇ, ସିୱାଇଏସଡି ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ଓଡ଼ିଶା ଲୋକସେବା ଅଧିକାର ଆଇନ କାର୍ଯ୍ୟକାରିତା ସଂପର୍କିତ ଅଭିଯାନ ଏବଂ ସଚେତନତା ପାଇଁ ଏନଏସଏସ ଛାତ୍ର ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରିବା ଦିଗରେ ସିଏମଜିଆଇ, ସିୱାଇଏସଡି, ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ଏବଂ ପଂଚାୟତିରାଜ ନିର୍ବାଚିତ ସଦସ୍ୟ ଏବଂ ଗୋଷ୍ଠୀ ପ୍ରତିନିମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସିଏମଜିଆଇ, ସିୱାଇଏସଡି ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ।
ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଳା, ରାଜ୍ୟ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଜି. ମାଥ୍ଭାଥାନନ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ବତନ ସୂଚନା କମିଶନର ତଥା ସିୱାଇଏସଡିର ପରାମର୍ଶଦାତା ଜଗଦାନନ୍ଦଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା । ଓଡ଼ିଶା ସରକାରଙ୍କ ତରଫରୁ ସେଣ୍ଟର ଫର ମଚଣ୍ଡାଇଟିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଡିଆର), ମେଟା ଇଣ୍ଡିଆ ସହ ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି ।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଜ୍ଜିଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବଙ୍କ ଅନୁ ଶାସନ ସଚିବ ଅଂଶୁମାନ ରଥ ଏବଂ ସିଏମଜିଆଇର ପ୍ରଜଳ୍ପ ସଂଯୋଜକ ପିନାଳୀ ମହାନ୍ତି ସଂଯୋଜନା କରିଥିଲେ ।