|
logo
Live

Argus News - Z+ ରୁ ବଳିଗଲା ପାଣ୍ଡିଆନଙ୍କ ସୁରକ୍ଷା

Odisha

Z+ ରୁ ବଳିଗଲା ପାଣ୍ଡିଆନଙ୍କ ସୁରକ୍ଷା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
Z+ ରୁ ବଳିଗଲା ପାଣ୍ଡିଆନଙ୍କ ସୁରକ୍ଷା

Key Points

  • Z+ ରୁ ବଳିଗଲା ପାଣ୍ଡିଆନଙ୍କ ସୁରକ୍ଷା
  • Z ପ୍ଲସ ପାଇଁ 55.. ପାଣ୍ଡିଆନଙ୍କ ପାଇଁ 74
  • ଭୈରବଙ୍କର କାହାକୁ ଭୟ ?

ଅର୍ଗସ ବ୍ୟୁରୋ : ପାଣ୍ଡିଆନଙ୍କ ସୁରକ୍ଷା  ବ୍ୟବସ୍ଥା ଦେଖିଲେ ହୋସ୍‌ ଉଡିବ । ଝାଳ ବାହାରିବ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ବେଳେ ଯେତେ ସୁରକ୍ଷା ଦେଖିବାକୁ ମିଳୁନି ପାଣ୍ଡିଆନଙ୍କ ଗସ୍ତ ସମୟରେ ତାହାଠୁ ଅଧିକ ସୁରକ୍ଷା ବ୍ୟବସ୍ଥା ରହୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ।
ପାଣ୍ଡିଆନଙ୍କୁ ଏତେ ସୁରକ୍ଷା ଦେବାର କାରଣ କଣ ?

ପାଣ୍ଡିଆନଙ୍କ ସୁରକ୍ଷାରେ ରାଜ୍ୟ ସରକାର କେତେ ଖର୍ଚ୍ଚ କରୁଛନ୍ତି ? ସୂଚନା ଅଧିକାର ଆଇନରେ ମିଳିଛି ଏଭଳି ଆଖି ତରାଟି ହେଲା ଭଳି ତଥ୍ୟ । ପାଣ୍ଡିଆନଙ୍କୁ କାହିଁକି ଏତେ ସଂଖ୍ୟକ ପୋଲିସ ସୁରକ୍ଷା ଦିଆଯାଉଛି ? ନବୀନଙ୍କଠୁ ପାଣ୍ଡିଆନ କ'ଣ ବଡ ? କାହାକୁ ଭୟ କରୁଛନ୍ତି ପାଣ୍ଡିଆନ ? ଲୋକଙ୍କୁ ନା ନିଜ ଦଳର ନେତାଙ୍କୁ ? ରାଜକୋଷରୁ ତାଙ୍କ ସୁରକ୍ଷା ପାଇଁ ଟଙ୍କା ଖର୍ଚ୍ଚକୁ କିଏ ଦେଇଛି ଅନୁମତି  ? ରାଜ୍ୟରେ ପୋଲିସର ଅଭାବ ଥିବା ବେଳେ ଜଣେ ବିଜେଡି ନେତାଙ୍କ ପାଇଁ କାହିଁକି ଏତେ ସୁରକ୍ଷା କର୍ମୀ ? ଏମିତି ଅନେକ ପ୍ରଶ୍ନ ଘେରରେ ଆଜି ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ତ ଗସ୍ତ ପାଇଁ ବିବାଦୀୟ ଥିଲେ, ହେଲେ ଏବେ ସୁରକ୍ଷାକୁ ନେଇ ବିବାଦୀୟ ହେଲେ । କାରଣ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । କହିଛନ୍ତି, ପାଣ୍ଡିଆନ ଜଣେ ଡରୁଆ ଓ ଭୟାଳୁ ନେତା ? ଯଦି ଲୋକପ୍ରିୟତା ଅଛି ତେବେ ସେ କାହାକୁ ଡରୁଛନ୍ତି ? ପାଣ୍ଡିଆନ ନିଜକୁ ସମ୍ରାଟ ଭାବୁଛନ୍ତି, ତେଣୁ ତାଙ୍କର ଅହଙ୍କାର ଏବଂ ଔଦ୍ଧତ୍ୟ ଏତେ ବଢ଼ିଯାଇଛି ଯେ, ସେ ରାଜ୍ୟରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । 

ମୋଟ୍‌ ଉପରେ ବିଜେଡ଼ି ନେତା ଭି.କେ. ପାଣ୍ଡିଆନଙ୍କୁ 5T ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ କ୍ୟାବିନେଟ ପାହ୍ୟା ମିଳିଛି । କିନ୍ତୁ କୌଣସି କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ ଭଳି ସୁରକ୍ଷା ମିଳୁନି । ତେବେ ପ୍ରଶ୍ନ, ପାଣ୍ଡିଆନଙ୍କୁ କାହିଁକି Z ପ୍ଲସରୁ ଅଧିକ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର ? କାହା ଠାରୁ କାର୍ତ୍ତିକେୟନଙ୍କୁ ବିପଦ ଅଛି ? ଓଡ଼ିଶାରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି କି 5T ଅଧ୍ୟକ୍ଷ ?  ଏ ସବୁ ପ୍ରଶ୍ନର ଉତ୍ତର ଦେବେ କି ରାଜ୍ୟ ସରକାର ?

Sponsored
Z+ ରୁ ବଳିଗଲା ପାଣ୍ଡିଆନଙ୍କ ସୁରକ୍ଷା | Argus News