Long Queues At Petrol Pumps / ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼, ଯୋଗାଣ ସଚିବ କହିଲେ ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ତେଲ
·4 months ago·2 min read

Key Points
ସାରା ରାଜ୍ୟରେ ତେଲ ପାଇଁ ଲମ୍ବା ଲାଇନ୍
ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼
ଯୋଗାଣ ସଚିବ କହିଲେ, ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ତେଲ

ଭୁବନେଶ୍ବର,୧୫/୦୫: ତେଲ ପାଇଁ ଲମ୍ବା ଲାଇନ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ତେଲ ପାଇଁ ଲାଗିଛି ପ୍ରବଳ ଭିଡ଼ । ରାତିସାରା ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ । ଭୁବନେଶ୍ବରର ରସୁଲଗଡ଼ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ଼ ଦେଖାଯାଇଛି । ଅନ୍ୟ ପେଟ୍ରୋଲ ପମ୍ପରେ ମଧ୍ୟ ଗ୍ରାହକଙ୍କର ଲମ୍ବା ଲାଇନ୍ ଲାଗିଛି । କିଛି ସ୍ଥାନରେ ପେଟ୍ରୋଲ ସଂକଟ ପାଇଁ କଟକଣା ସହିତ ବିକ୍ରି ହେଉଛି । ଗ୍ରାହକଙ୍କୁ ସର୍ବାଧିକ ୨୦୦ ଟଙ୍କାର ପେଟ୍ରୋଲ ମିଳୁଛି ।
ସେହିପରି କଟକ ସହରରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ । କେଉଁଠି ପେଟ୍ରୋଲ ଓ ଡିଜେଲ ମିଳୁଛି ତ୍ ଆଉ କେଉଁଠି ତେଲ ନଥିବା ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ କରି ଦିଆଯାଇଛି ।
ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଯାଇଥିଲା ବେଳେ ଗତକାଲି ଠାରୁ ଭଦ୍ରକ ଜିଲ୍ଲାରେ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହି ଥିଲା. ତେବେ ଗତକାଲି ଅପରାହ୍ନରେ ଭଦ୍ରକ ସହରରେ ଦୁଇ ଗୋଟି ଟାଙ୍କିରେ ପେଟ୍ରୋଲ ଆସିବା ପରେ ଲୋକ ମାନେ ଆଜି ସକାଳଠୁ ସେଠାରେ ଲୋକ ମାନଙ୍କ ପ୍ରବଳ ଭିଡ଼ ଲାଗିଛି. ଏପରିକି ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇ ପେଟ୍ରୋଲ ନେଉଛନ୍ତି. ତାହା ପୁଣି କେଉଁଠି ଶହେ ଟଙ୍କାରେ ତ ପୁଣି କେଉଁଠି ସର୍ବାଧିକ ଦୁଇ ଶହ ଟଙ୍କା ସେହିପରି କାର ଗାଡ଼ିକରେ 500 ଟଙ୍କା ଦିଆଯାଉଛି. ମୋଟା ମୋଟି ପେଟ୍ରୋଲ ଡିଜେଲକୁ ନେଇ ଭଦ୍ରକରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ପଢନ୍ତୁ ଏହି ଖବର: ବଢ଼ିଲା ପେଟ୍ରୋଲ୍ , ଡିଜେଲ୍ ଦର, ଆସନ୍ତୁ ଜାଣିବା କାହିଁକି ବଢ଼ିଲା ଏହି ଦର ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଲକାନଗିରିରେ ଜିଲ୍ଲାରେ ସଦର ମହକୁମାରେ ରହିଛି ୮ ଟି ପେଟ୍ରୋଲ ପମ୍ପ । କିନ୍ତୁ ସେହି ୮ ଟି ପେଟ୍ରୋଲ ପମ୍ପରେ ମଧ୍ୟ ସଠିକ ପରିମାଣର ପେଟ୍ରୋଲ ନାହିଁ । ଗୋଟେ ବାଇକ କୁ ୨୦୦ ଟଙ୍କା ଓ ୪ ଚକିଆ ଯାନକୁ ୧୦୦୦ ଟଙ୍କାର ପେଟ୍ରୋଲ ପ୍ରଦାନ କରାଯାଉଛି । ତେବେ ସେତିକି ପେଟ୍ରୋଲ ପାଇବା ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡା ହେବାକୁ ପଡୁଛି ।
ରାଜ୍ୟରେ ନାହିଁ ତୈଳ ସଙ୍କଟ । ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ତୈଳ । ଗୁଜବରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂ । ମାତ୍ର ୨୦ରୁ ୨୨ଟି ପେଟ୍ରୋଲ ପମ୍ପରେ ତେଲ ନଥିବା ନଜର ଆସିଛି ।

Related Topics
Explore more stories