Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୦ ବର୍ଷ ତଳର ପରମ୍ପରା, ପୁଣି ଶ୍ରୀମନ୍ଦିର ରୋଷ ଘରେ ବ୍ୟବହୃତ ହେବ ଅର୍ଗାନିକ୍ ଚାଉଳ

Odisha

୫୦ ବର୍ଷ ତଳର ପରମ୍ପରା, ପୁଣି ଶ୍ରୀମନ୍ଦିର ରୋଷ ଘରେ ବ୍ୟବହୃତ ହେବ ଅର୍ଗାନିକ୍ ଚାଉଳ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୫୦ ବର୍ଷ ତଳର ପରମ୍ପରା, ପୁଣି ଶ୍ରୀମନ୍ଦିର ରୋଷ ଘରେ ବ୍ୟବହୃତ ହେବ ଅର୍ଗାନିକ୍ ଚାଉଳ

ଅର୍ଗାନିକ୍ ଚାଉଳରେ ରନ୍ଧା ହେବ ମହାପ୍ରଭୁଙ୍କ ଅବଢ଼ା ଅନ୍ନ। ମହାପ୍ରସାଦ ପ୍ରସ୍ତୁତି ପାଇଁ ଅମୃତଅନ୍ନ ନାଁରେ ହେବ ସ୍ବତନ୍ତ୍ର ପ୍ରକଳ୍ପ। ପ୍ରଥମେ ପରୀକ୍ଷଣ ଓ କୋଠ ଭୋଗ ପ୍ରସ୍ତୁତିରେ ଲାଗୁ ହେବ । ପରେ ମାନ ଭଲ ରହିବା ସହ ଉତ୍ପାଦନ ବୃଦ୍ଧି ହେଲେ ସମ୍ପୁର୍ଣ୍ଣ ଭାବରେ ଶ୍ରୀମନ୍ଦିରରେ ଲାଗୁ ହେବ ।

ଆଗାମୀ ଶ୍ରୀଗୁଣ୍ଡିଚାରେ ଆଡ଼ପ ଭୋଗରୁ ଜୈବିକ ଚାଉଳ ବ୍ୟବହାର ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଦିଆଯାଇଛି ପ୍ରସ୍ତାବ । ସଚିବଙ୍କ ସହ ସୁଆର ମହାସୁଆର ନିଯୋଗ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ରୋଷ ଘରେ ବ୍ୟବହୃତ ହେବ ଅର୍ଗାନିକ୍ ଉତ୍ପାଦ । ରାସାୟନିକ ମୁକ୍ତ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ ।

ଏବେ ସ୍ଥାନୀୟ ଜିନିଷରେ ମହାପ୍ରଭୁ ଜଗନ୍ନାଥଙ୍କ ହେଉଛି ପୂଜା। ଟମାଟୋ, ଆଳୁ, ଗାଜର, ବିଟ୍, କୋବି ଶ୍ରୀମନ୍ଦିରରେ ପ୍ରବେଶ କରାଯାଉନାହିଁ । କେମିକାଲ୍ ଫର୍ଟିଲାଇଜର୍ ବିନା ପ୍ରସ୍ତୁତ କରାଯାଉଛି ପ୍ରସାଦ ।

ଏବେ ବାର୍ତ୍ତା- ରାସାୟନିକ ସାରରୁ ବାହାରି ଜୈବିକ ସାରକୁ ଯାଅ । ଗୋବଂଶ ରକ୍ଷା ଓ ରାସାୟନିକ ମୁକ୍ତ ଖାଦ୍ୟ ବ୍ୟବହାର ପାଇଁ ଶ୍ରୀମନ୍ଦିରରୁ ଦିଆଯାଇଛି ଆହ୍ବାନ । ଅମୃତ ଅନ୍ନ ନାଁରେ ହେବ ସ୍ଵତନ୍ତ୍ର ପ୍ରକଳ୍ପ ।

ଶ୍ରୀମନ୍ଦିରରେ ୫୦ ବର୍ଷ ତଳର ପରମ୍ପରାକୁ ପୁଣି ଆପଣାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ମହାପ୍ରସାଦରେ ଜୈବିକ ଚାଉଳ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର । ଜୈବିକ ଚାଉଳରେ ପ୍ରସ୍ତୁତ ହେବ ଅବଢ଼ା ଅନ୍ନ । ବିନା ପେଷ୍ଟିସାଇଡ ଓ ଇନ୍ସେକ୍ଟିସାଇଡ ପ୍ରୟୋଗରେ ପ୍ରସ୍ତୁତ ଚାଉଳରେ ରନ୍ଧାହେବ ମହାପ୍ରସାଦ ।

ପ୍ରାଥମିକ ପର୍ଯ୍ୟାୟରେ ମାନ ପରୀକ୍ଷଣ ସହ କୋଠାଭୋଗ ପ୍ରସ୍ତୁତିରେ ବ୍ୟବହୃତ ହେବ ଏହି ଜୈବିକ ଚାଉଳ । କୃଷି ପ୍ରମୁଖ ସଚିବଙ୍କ ସହ ସୁଆର ମହାସୁଆର ନିଯୋଗ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶ୍ରୀଗୁଣ୍ଡିଚାରେ ଆଡ଼ପ ଭୋଗରେ ସମ୍ପୁର୍ଣ୍ଣ ଭାବରେ ଜୈବିକ ଚାଉଳରେ ମହାପ୍ରସାଦ ରାନ୍ଧିବାକୁ ସୁଆର ମହାସୁଆର ନିଯୋଗକୁ ଦିଆଯାଇଛି ପ୍ରସ୍ତାବ।

ପ୍ରଥମ ଆଲୋଚନାରେ କୋରାପୁଟ, ବୋରିଗୁମ୍ମା, ନୂଆପଡ଼ା, ନୂଆ ପାଟଣା, ଭବାନୀ ପାଟଣା, ବଲାଙ୍ଗୀର ଆଦି ସ୍ଥାନର ଏନ୍‌ଜିଓ ଓ ଚାଷୀମାନେ ସାମ୍ପୁଲ ପ୍ରଦର୍ଶନ କରିଛନ୍ତି । କଳାଜିରା, ପିମ୍ପୁଡ଼ି ବାସ, ଯୁବରାଜ ତିନି ବିହନର ଜୈବିକ ଚାଉଳକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ୧୦୦ ରୁ ୨୦୦ ଏକର ଜମିରେ ଜୈବିକ ଚାଉଳ ପ୍ରସ୍ତୁତ ପାଇଁ ଯୋଜନା ହୋଇଛି। ପରେ ଭିତ୍ତିଭୂମି ବଢାଯିବ । ଶ୍ରୀମନ୍ଦିରରେ ଦୈନିକ ପ୍ରାୟ କୋଠ ଭୋଗ ବାବଦକୁ ୧୦୦ କିଲୋ ଓ ବରାଦୀ ଭୋଗ ବାବଦକୁ ୫୦ ରୁ ୫୫ କୁଇଣ୍ଟାଲ୍ ହିସାବରେ ଚାଉଳ ଆବଶ୍ୟକତା ରହିଛି। ତେଣୁ ଆବଶ୍ୟକତା ଅନୁଯାୟୀ ଚାଉଳ ଯୋଗାଇବା ଚ୍ୟାଲେଞ୍ଜ ରହିଥିବାରୁ ପ୍ରଥମେ କୋଠ ଭୋଗରେ ଏହି ଚାଉଳ ବ୍ୟବହାର ପାଇଁ ପ୍ରସ୍ତାବ ରହିଛି ।

ଜୈବିକ ଚାଉଳ ବ୍ୟବହାର ହେଲେ ଭକ୍ତଙ୍କୁ ଅଧିକ ଦେୟରେ ମହାପ୍ରସାଦ କିଣିବାକୁ ପଡିପାରେ । ତେଣୁ ସବସିଡି ଯୁକ୍ତ ଚାଉଳ ଯୋଗାଇବାକୁ ସୁଆର ମହାସୁଆର ନିଯୋଗ ଦେଇଛି ପ୍ରସ୍ତାବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ଏହି ଜୈବିକ ଚାଉଳକୁ ଅଲଗା ଭାବରେ ଭଣ୍ଡାରରେ ରଖାଯିବ । ଲୋକଙ୍କ ପସନ୍ଦ ଅନୁସାରେ ଏହି ଜୈବିକ ଚାଉଳରେ ପ୍ରସ୍ତୁତ ବରାଦି ମହାପ୍ରସାଦ ଯୋଗାଇ ଦିଆଯିବ ପାଇଁ ଯୋଜନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha Plans To Offer Organic Rice To Lord Jagannath In Puri Temple | Argus News