Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିର ବେଆଇନ ହାତପାଣ୍ଠି ଉପରେ ଓଡ଼ିଶା ପୋଲିସର ପ୍ରହାର

Odisha

ବିଜେଡିର ବେଆଇନ ହାତପାଣ୍ଠି ଉପରେ ଓଡ଼ିଶା ପୋଲିସର ପ୍ରହାର

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଜେଡିର ବେଆଇନ ହାତପାଣ୍ଠି ଉପରେ ଓଡ଼ିଶା ପୋଲିସର ପ୍ରହାର

Key Points

ବିଜେଡିର ବେଆଇନ ହାତପାଣ୍ଠି ଉପରେ ଓଡ଼ିଶା ପୋଲିସର ପ୍ରହାର
ଲଘୁ ଖଣିଜ ମାଫିଆଙ୍କ ଉପରେ ରାଜସ୍ବ, ପୋଲିସ ଓ ଖଣି ବିଭାଗର ସଂଘବଦ୍ଧ ଚଢ଼ାଉ
3 ଦିନରେ 200 ମାମଲା ରୁଜୁ, 211 ଗିରଫ
253ଟି ବାଲି ଓ ମୋରମ ବୋଝେଇ ଗାଡ଼ି ଜବତ
ପୋଲିସ ଓ ପ୍ରଶାସନର ଧରପଗଡ଼ ପରେ ମାଫିଆଙ୍କ ଭିତରେ କୋକୁଆ ଭୟ

କେନ୍ଦ୍ରାପଡ଼ା ଆଳି ଥାନା ଭୂଇଁପୁର ତାରିଣୀ ଛକ ନିକଟରେ ଦୁଇ ଦିନ ତଳେ ମିଳିତ ଚଢ଼ାଉ କରିଥିଲେ ଆଳି ଆଳି ତହସିଲ, ପୋଲିସ ଓ ଖଣି ବିଭାଗ। ୨ଟି ଟ୍ରାକ୍ଟର ଓ ଗୋଟିଏ ହାଇୱା ଜବତ କରାଯାଇଛି। ବୌଦ୍ଧରୁ ନେଇ ସୁନ୍ଦରଗଡ଼, ରାୟଗଡ଼ାରୁ ନେଇ ଭଦ୍ରକ, ସବୁଠି ଆକ୍ସନ ଲଘୁ ଖଣିଜ ମାଫିଆଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ବେଆଇନ ବାଲି, ମୋରମ ଚାଲାଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଶନିବାର ମୋଟ 81 ମାମଲା ରୁଜୁ କରିବା ସହ 117ଟି ବାଲି, ମୋରମ ବୋଝେଇ ଗାଡି ଜବତ ହୋଇଥିଲା,ଗିରଫ ହୋଇଥିଲେ 88 ଜଣ। ସେହିପରି ଗତକାଲି ରବିବାର ଦିନସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିଲା ରେଡ୍। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଚୋରା ବାଲିଘାଟ ଉପରେ ଚଢ଼ାଉ କରି 136 ଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଏହା ସହ 119 ଟି ମାମଲା ରୁଜୁ କରାଯାଇଥିବା ବେଳେ 123 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ବେଆଇନ ଲଘୁ ଖଣିଜ ଚାଲାଣ ଥିଲା ବିଜେଡିର ସବୁଠୁ ବଡ଼ ହାତ ପାଣ୍ଠି । ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଆଧିପତ୍ୟ ବିସ୍ତାର କରିଥିଲେ ଚାଲାଣକାରୀ । ଯୁବ ଗୋଷ୍ଠୀଙ୍କୁ କରୁଥିଲେ ଅପବ୍ୟବହାର । ଦଳକୁ କଣ୍ଟ୍ରୋଲ କରିବାକୁ ମାଧ୍ୟମ ଥିଲେ ଯୁବଗୋଷ୍ଠୀ। ଏବେ ଓଡିଶା ପୋଲିସର ସ୍ପେଶାଲ ଡ୍ରାଇଭ ମାଫିଆଙ୍କ ନିଦ ହଜାଇ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-police-crack-down-on-bjds-illegal-handloom | Argus News