Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maoist Encounter / ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ

Rashmita Mishra
Browse all articles by Rashmita Mishra
·8 months ago·2 min read
ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ

Key Points

ଏନ୍‌କାଉଣ୍ଟର: ୩ ହାର୍ଡକୋର ମାଓବାଦୀ ସଫା
ଛତିଶଗଡ଼: ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ
ସୁକ୍‌ମା ଚିନ୍ତାଗୁଫା ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ

ଛତିଶଗଡ଼ରେ ୩ ହାର୍ଡକୋର ମାଓବାଦୀ ସଫା । ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ । ସୁକ୍‌ମା ଚିନ୍ତାଗୁଫା ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ହୋଇଛି । CRPF, DRG ଓ STF ଯବାନଙ୍କ ମିଳିତ ଅପରେସନ୍‌ରେ ମିଳିଛି ସଫଳତା । ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋର୍‌ଦାର୍ ସର୍ଚ୍ଚ ଅପରେସନ୍ ।

ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି । ନକ୍ସଲ ରହି ରହି ଗୁଳି ଚଳାଉଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ସୁକମା ଡିଆରଜି ଯବାନ ଭେଜ୍ଜି ଓ ଚିନ୍ତାଗୁମ୍ଫା ମଧ୍ୟ ଜଙ୍ଗଲରେ ଚଢ଼ାଉ କରିଥିଲେ । ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ । ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସୁକମା ଏସପି କିରଣ ଚୌହାନ ଘଟଣାର ଅପଡେଟ ନେଉଛନ୍ତି। ଯବାନ ଫେରିବା ପରେ ହିଁ କେତେ ନକ୍ସଲ ନିହତ ହୋଇଛନ୍ତି ଜଣାପଡ଼ିବ ବୋଲି ପୋଲିସ କହିଛନ୍ତି ।
ଏପଟେ ଗତ ୧୧ ତାରିଖରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ମଦେଡ ଏରିଆ କମିଟିର ମୁଖ୍ୟ ବୁଚ ଅନ୍ନା ସମେତ ୬ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାପଡ଼ିଥିଲା । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାରେ ରହିଥିବା ଜାତୀୟ ଉଦ୍ୟାନରେ ଡିଆରଜି, ସିଆରପିଏଫ ଏବଂ ଜିଲ୍ଲା ପୋଲିସ ଚଢ଼ାଉ କରିଥିଲା ।

୧୧ ତାରିଖ ସକାଳ ୧୦ଟାରୁ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଦିନ ତମାମ ରହି ରହି ଗୁଳି ବିନିମୟ ହେଉଥିଲା । ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀଙ୍କର ମୃତ ଦେହକୁ ଉଦ୍ଧାର କରିଥିଲା । ଏଥିସହ ଘଟଣାସ୍ଥଳରୁ ସ୍ଵୟଂଚାଳିତ ଇନସାସ୍, ଏସଏଲଆର, ଷ୍ଟେନଗନ, ୩୦୩ ବନ୍ଧୁକ, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିବା ପୋଲିସ କହିଥିଲା ।

ପୋଲିସ ଗୁଳିରୁ ବର୍ତ୍ତି ଯାଇଥିବା ବା ଖସି ପଳାଇଥିବା ମାଓବାଦୀଙ୍କୁ ଖୋଜିବା ପାଇଁ ଡିଆରଜି ଏବଂ ଏସଟିଏଫ ଯବାନ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି । ଏହି ଏନକାଉଣ୍ଟର ପରେ ମଦେଡ ଏରିଆ କମିଟି ଧ୍ବଂସ ହୋଇଥିବା କୁହାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoist Encounter | Encounter in Odisha: 3 Hardcore Maoists Killed in Police Operation | Latest Breaking News | Argus News