ତଦନ୍ତ ପରିସରକୁ ଆସିବେ କି ରାଜା ସ୍ବାଇଁ- ଅରୁଣ ସାହୁ

ଭୁବନେଶ୍ୱର: କେଳେଙ୍କାରିଆ ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି । ଏବେ ପ୍ରଶ୍ନ ଉଠୁଛି, 37 ଲକ୍ଷ ନଗଦ ଟଙ୍କା ପଛରେ କିଏ ସୁଶାନ୍ତଙ୍କ ପାର୍ଟନର । ଏ ମାମଲାରେ ସନ୍ଦେହ ଘେରକୁ ଆସିଛନ୍ତି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନୟାଗଡ଼ ବିଧାୟକ ଅରୁଣ ସାହୁ। ପ୍ରଶ୍ନ ହେଲା ବିଜେଡିର ଏ ଦୁଇ ହେଭିୱେଟ୍ ତଦନ୍ତ ପରିସରକୁ ।
ଅର୍ଗସରେ ଗୁମର ଖୋଲିଲା , ସାମ୍ନାକୁ ଆସିଲା ସଂଗୀନ ଅଭିଯୋଗ
ଆଉ ବିଦା ହେଲେ କେଳେଙ୍କାରିଆ ପୋଲିସ ବାବୁ
ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି
37 ଲକ୍ଷ ନଗଦ ଟଙ୍କା ପଛରେ କିଏ ସୁଶାନ୍ତଙ୍କ ପାର୍ଟନର
ତଦନ୍ତ ପରିସରକୁ ଆସିବେ କି ରାଜା ସ୍ବାଇଁ- ଅରୁଣ ସାହୁ
ମହିଳାଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ହେବ କି ତଦନ୍ତ
ପୁଣି ସାମ୍ନାକୁ ଆସିଲା ରାୟଗଡାରେ ପୋଲିସ ବାବୁଙ୍କ ଅୟାସିର ଅଭିଯୋଗ
ବୈପାରୀଗୁଡାର ବହିଷ୍କୃତ ଆଇଆଇସି ସୁଶାନ୍ତ ଶତପଥୀଙ୍କ କେଳେଙ୍କାରୀର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। 37 ଲକ୍ଷର ନଗଦ ଟଙ୍କା କେଉଁଠାରୁ ଆଣିଲେ ସୁଶାନ୍ତ। କିଏ ଦେଇଥିଲା ତାଙ୍କୁ ସୁରକ୍ଷା। ଏବେ ସନ୍ଦେହ ଘେରରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନୟାଗଡ଼ ବିଧାୟକ ଅରୁଣ ସାହୁ। ବିଜେପି ଆଣିଛି ବଡ଼ ଅଭିଯୋଗ । ସୁଶାନ୍ତ ସାହୁ ଗଂଜେଇ ବେପାର କରୁଥିଲେ ଆଉ ଏଥିରେ ରାଜା ସ୍ବାଇଁଙ୍କର ରହିଛି ସଂପୃକ୍ତି। ସେହିଭଳି ଅରୁଣ ସାହୁ ବି ଘଣ୍ଟ ଘୋଡାଉଥିବାର ଅଭିଯୋଗ କରିଛି ବିଜେପି । ଏବେ ବଡ଼ ପ୍ରଶ୍ନ ବିଜେଡିର ଦୁଇ ହେବିୱେଟ ଆସିବେ ତ ତଦନ୍ତ ପରିସରକୁ, 37 ଲକ୍ଷ ଟଙ୍କାର ଉତ୍ସ ପାଖରେ ପହଞ୍ଚିବ ତ ଭିଜିଲାନସ, ଗଂଜେଇ ବେପାର ଅଭିଯୋଗର ହେବ ତ ଯାଞ୍ଚ। ସେପଟେ ଆଠଗଡ଼ ପରେ ରାୟଗଡାରୁ ବି ଆସିଛି ବହିଷ୍କୃତ ପୋଲିସ ବାବୁଙ୍କ କେଳେଙ୍କାରୀରର ଅଭିଯୋଗ । ଅନେକ ମହିଳାଙ୍କ ସହ ସଂପର୍କ ରଖି ପ୍ରତାରିତ କରିଛନ୍ତି ସୁଶାନ୍ତ । ଏମିତି କି ମିଛ କଥା କହି ମହିଳାଙ୍କୁ ପ୍ରଲୋଭିତ କରୁଥିଲେ ସୁଶାନ୍ତ। ଆଠଗଡ଼ ତିଗିରିଆର ତିଳୋତ୍ତମା ସାମଲ ଆଣିଥିବାର ଅଭିଯୋଗର ହେବ ତ ତଦନ୍ତ, ରାୟଗହଡାରେ ସୁଶାନ୍ତଙ୍କ କେଳେଙ୍କାରୀର ପୋଲିସ କରିବ ତ ତନାଘନା, ନା ବଡବଡିଆଙ୍କ ଚାପରେ ଚୁପ୍ ହୋଇଯିବ ପୋଲିସ