କ୍ଷୀର ଅପମିଶ୍ରଣ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ
·1 year ago·1 min read

Key Points
ଆଠଗଡ଼ ଗୁରୁଡ଼ିଝାଟିଆ କୁଷ୍ପଙ୍ଗୀ ନିକଟରେ ପୋଲିସ ଚଢ଼ାଉ
ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ
କ୍ଷୀର ଅପମିଶ୍ରଣ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ
ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ ଚାଲିଥିଲା ବେଳେ ମାଡ଼ି ବସିଲା ଗୁରୁଡିଝାଟିଆ ପୋଲିସ୍। ଗତକାଲି ମଧ୍ୟ ରାତ୍ର ଦୁଇଟା ବେଳେ କ୍ଷୀର ଅପ ମିଶ୍ରିତ ହେଉଥିବା ଖବର ପାଇ ଚଢାଉ କରିଥିଲା ଗୁରୁଡିଝାଟିଆ ପୋଲିସ୍, ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରଣ ଚାଲିଥିବା ନେଇ ସତର୍କ ନଜର ରଖିଥିଲା ।
ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ ଏକ କେମିକାଲ ଅପ ମିଶ୍ରିତ କରି ଦିଆ ଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି , ଘଟଣା ସ୍ଥଳରୁ ଗାଡ଼ି ଡ୍ରାଇଭର ଚଂପଟ ମାରି ଖସି ଯାଇଥିବା ଜଣା ପଡିଛି। ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: