Odisha Politics / ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜନୀତି ସରଗରମ…ମଇଦାନରେ ବିଜେପି-ବିଜେଡି-କଂଗ୍ରେସର କାର୍ଯ୍ୟକ୍ରମ
·1 hour ago·2 min read

Key Points
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାଉଣ୍ଡ ରେ ତିନି ରାଜନୈତିକ ଦଳ ମଧ୍ୟରେ ବଳ କଷାକଷି
ଗାନ୍ଧୀ ଜୟନ୍ତୀରେ ଗରମ ହେଲା ଓଡ଼ିଶାର ରାଜନୈତିକ ମୈଦାନ! ବିଜେପି ର ସେବା ସଂକଳ୍ପ ଅଭିଯାନ ଚାଲିଥିବା ବେଳେ ଆଜିଠୁ ବିଜେପିର ପଦଯାତ୍ରା, କଂଗ୍ରେସର ଗଣତନ୍ତ୍ର ବଞ୍ଚାଇବାର ନାରା. ପଞ୍ଚାୟତ ପୂର୍ବରୁ ଗ୍ରାଉଣ୍ଡରେ ଆରମ୍ଭ ହୋଇଗଲା ନେତାଙ୍କ ମୁହାଁମୁହିଁ ଲଢେଇ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାଉଣ୍ଡ ରେ ତିନି ରାଜନୈତିକ ଦଳ ମଧ୍ୟରେ ବଳ କଷାକଷି। ଗାଁ ଗାଁରେ ରାଜନୀତି, ଘରେ ଘରେ ନେତାଙ୍କ ପହଞ୍ଚ। ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ତିନି ପ୍ରମୁଖ ଦଳ ତୃଣମୂଳସ୍ତରରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ଲୋକଙ୍କ ପାଖରେ ପହଞ୍ଚି ସାରିଲାଣି ବିଜେପି। ସଭା ନୁହେଁ ସେବା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି ଦଳ। ସେଵା ସଂକଳ୍ପ ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା ଅଭିଯାନ, ଅଙ୍ଗନବାଡି, ସ୍କୁଲ, କଲେଜରେ କାର୍ଯ୍ୟକ୍ରମ ଚାଲିଛି।
ଏଥିସହ ବୃଦ୍ଧ ଓ ଯୁବବର୍ଗଙ୍କୁ ଛୁଇଁବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି। ସମସ୍ତ ବୁଥରେ ହେବ ବିକଶିତ ସଂକଳ୍ପ ଯାତ୍ରା। ପଥପ୍ରାନ୍ତ ନାଟକ ମାଧ୍ୟମରେ ମୋଦିଙ୍କ ନେତୃତ୍ୱରେ ପରିବର୍ତ୍ତିତ ଭାରତର ବାର୍ତ୍ତା ଦେଇ ତଳ ସ୍ତରରେ ପହଞ୍ଚିବାକୁ ଉଦ୍ୟମ କରୁଛି ବିଜେପି। ମୋଦିଙ୍କ ୨୫ ବର୍ଷର ୨୫ଟି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ରଖିବେ ନେତା। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସମସ୍ତ ବିଧାୟକଙ୍କୁ ଡାକି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ବିଜେପି ସଭାପତି।
ଏପଟେ ଆଜିଠାରୁ ମାସେ ବ୍ୟାପୀ ବିଜେଡିର ‘ଜନସମ୍ପର୍କ ପଦଯାତ୍ରା’। ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ୱର ୫୨ ନମ୍ବର ୱାର୍ଡର ରଜ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପରେ ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲା ସମେତ ବ୍ଲକ୍, ପୌରାଞ୍ଚଳ, ଏନ୍ଏସି ଓ ମହାନଗର ନିଗମ ସ୍ତରରେ ପଦଯାତ୍ରା କରିବ ଦଳ। ବିଜେପି ସରକାରଙ୍କ ବିଫଳତା, ଜନସମସ୍ୟା ଓ ନିର୍ବାଚନୀ ପ୍ରତିଶ୍ରୁତିକୁ ପ୍ରସଙ୍ଗ କରି ଲୋକଙ୍କ ନିକଟକୁ ଯିବେ ବିଜେଡି ନେତା ଓ କର୍ମୀ। ଆଜି ନବୀନ ଯୋଗଦେଇ ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଆହ୍ୱାନ ଦେଇ ବିଜେପି ଉପରେ ବର୍ଷିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ କଂଗ୍ରେସ ମଧ୍ୟ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ କରୁଛି । ବିଭିନ୍ନ ବ୍ଲକ୍ ଓ ସହରରେ ପଦଯାତ୍ରା କରିବା ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଜାତୀୟ ସଙ୍ଗୀତ ଗାନ କରିବ। ଏହାସହ ଲୋକଙ୍କୁ ଆନ୍ଦୋଳନର ଉଦ୍ଦେଶ୍ୟ ବୁଝାଇବା ପାଇଁ ଲିଫ୍ଲେଟ୍ ବଣ୍ଟନ ଓ ସଭା କରାଯିବ । ଅକ୍ଟୋବର ୬ ତାରିଖରେ ଜିଲ୍ଲାସ୍ତରରେ ବଡ଼ ସମାବେଶ କରାଯିବ । ଅକ୍ଟୋବର ୮ରେ ଓଡିଶା ବନ୍ଦ ଡାକରା ଦେଇଛି ଦଳ। ଏବେ ଦେଖିବାର କଥା ପଦଯାତ୍ରା, ଗଣତନ୍ତ୍ରର ଡାକ୍ ନା ସେବା ସଂକଳ୍ପ। କେଉଁ ବାର୍ତ୍ତା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚୁଛି।
Related Topics
Explore more stories