Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Odisha Politics: BJDକୁ ନେଇ ରାଗିଲେ ଭୂପିନ୍ଦର ! କହିଲେ ନସୁଧୁରିଲେ ଆଗକୁ...

Odisha

Odisha Politics: BJDକୁ ନେଇ ରାଗିଲେ ଭୂପିନ୍ଦର ! କହିଲେ ନସୁଧୁରିଲେ ଆଗକୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Odisha Politics: BJDକୁ ନେଇ ରାଗିଲେ ଭୂପିନ୍ଦର ! କହିଲେ ନସୁଧୁରିଲେ ଆଗକୁ...

Key Points

ବିଜେଡି ନିଜକୁ ଯେତିକି ସଜାଡ଼ିବାକୁ ଚେଷ୍ଟା କରୁଛି, ସେତିକି ତାର ଅବସ୍ଥା ବିଗିଡ଼ି ଯାଉଛି ।

କଥାରେ ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଠିକ୍‌ ସେମିତି ବିଜେଡି ନିଜକୁ ଯେତିକି ସଜାଡ଼ିବାକୁ ଚେଷ୍ଟା କରୁଛି, ସେତିକି ତାର ଅବସ୍ଥା ବିଗିଡ଼ି ଯାଉଛି । ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି ବିଜେଡି ସ୍ଥିତି । କିଛି ଦିନର ବ୍ରେକ୍‌ ପରେ ପୁଣି ଜଣେ ବିଜେଡି ବରିଷ୍ଠ ନେତା ଦଳ ଉପରେ ବର୍ଷିଛନ୍ତି । ଆଉ ବିଜେଡିର ଗୋହି ଖୋଳିଛନ୍ତି । ବିଜେଡି କମିଟି ଓ ପିଏସିରୁ ବାଦ୍ ପଡ଼ିବା ପରେ ଭୂପିନ୍ଦର ସିଂଙ୍କ ଦେଇଛନ୍ତି ବିସ୍ଫୋରକ ବୟାନ ।

ଭୁପିନ୍ଦର କହିଛନ୍ତି ଏବେ IPL ଚାଲିଛି, ଭଲ ପ୍ଲେୟାର୍‌ଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର୍, ମୋ ପାଖରେ ସମର୍ଥନ ଅଛି। ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି। ୨୪ ନର୍ବାଚନରେ ବିଜେପି ଅଫର୍ ଦେଇଥିଲା, ଏବେବି ଦେଉଛି । କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜବୁତ୍ କରିଛୁ । ବିଜେଡି ମୋତେ କାହିଁକି କୌଣସି କମିଟିରେ ରଖିଲାନି, ତାହା ଯେଉଁମାନେ ଦାୟିତ୍ବରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖେ ଅଛି ।

ଅନ୍ୟପଟେ ଭୁପିନ୍ଦର କଂଗ୍ରେସକୁ ଯାଉଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଭବିଷ୍ୟତ କଥା କାହିଁକି ପଚାରୁଛ । ଭବିଷ୍ୟତକୁ କାହିଁକି ଯାଉଛ। ମୁଁ ସବୁବେଳେ ଖୁସି । ସେହିପରି ମୁନା ଖାନ୍‌ଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖେ ଖବର ଅଛି । ଲୋକଙ୍କ ଧାରଣା, ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନି । ଯଦି ଏହା ଉପରେ ବିଚାର ନ କରାଯାଏ ଆଗକୁ ଦଳ ପାଇଁ ଠିକ୍ ହେବନି । ବିଜେଡି ଦୃଢ଼ ବିରୋଧୀ ଦଳ ହୋଇପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । ଏଭଳି ବୟାନ ଦେଇ ବିଜେଡିକୁ ପୁଣି ଅକଳରେ ପକାଇଛନ୍ତି ଭୂପିନ୍ଦର ସିଂ ।

ଭୂପିନ୍ଦର ଆହୁରି ମଧ୍ୟ କହିଛନ୍ତି, ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟଲାଇନ୍‌ରେ ରହୁଛି । ଚର୍ଚ୍ଚା ବି ହେଉଛି, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି । ଚର୍ଚ୍ଚାକୁ ଯଦି ଆମେ ମିଛ ଭାବିବା ତାହେଲେ ଫଳ କିଛି ମିଳିବନି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆଜି ନବୀନ ନିବାସରେ ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ । ନିକଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜନୈତିକ ବ୍ୟାପାର କମିଟି ଗଠନ କରିଥିଲେ । ରାଜନୈତିକ ବ୍ୟାପାର କମିଟି ହେଉଛି ବିଜେଡିର ଉଚ୍ଚସ୍ତରୀୟ କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କମିଟିରେ ଅନେକ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇନାହିଁ । ରାଜା ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ପୁରୁଖା ନେତାଙ୍କୁ କମିଟିରେ ସ୍ଥାନ ମିଳିନାହିଁ ।

ଆଗାମୀ ଦିନରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ଓ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି କମିଟି ନିର୍ବାଚନୀ ରଣନୀତି, ପ୍ରାର୍ଥୀ ଚୟନ ଏବଂ ନୀତି ପ୍ରଣୟନ ସହିତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେବ । କମିଟିର ପ୍ରଥମ ବୈଠକ ବସୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିପାରେ । ନବୀନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha Politics: Bhupinder is angry with BJD! He said that if BJD doesn't change, nothing will get better. | Argus News