Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics: BJD ନେତାଙ୍କୁ ଧମକାଉଛନ୍ତି ଭିକେ ପାଣ୍ଡିଆନ...!

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Odisha Politics: BJD ନେତାଙ୍କୁ ଧମକାଉଛନ୍ତି ଭିକେ ପାଣ୍ଡିଆନ...!

Key Points

ନବୀନଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିବା ନେତାଙ୍କୁ ଶୁଣାଇଲେ ରୋକଠୋକ ।
ଆଇ ଆମ୍ ଡାଉନ୍, ନଟ୍ ଆଉଟ୍... କହି, ନେତାଙ୍କୁ ଦେଲେ ସସପେଣ୍ଡର ଧମକ ।

ଅସୁସ୍ଥ ନବୀନଙ୍କୁ ଭେଡିବାକୁ ଯାଇ ପାଣ୍ଡିଆନଙ୍କ ଧମକ ଶୁଣିଲେ ବିଜେଡି ନେତା । ତାପରେ ପାଣ୍ଡିଆନଙ୍କ କଥାରେ ମୋହର ମାରିଲେ ଦଳର ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ । କହିଲେ ଗହଳି କରୁଥିବାରୁ ଶୃଙ୍ଖଳା ରଖିବା ପାଇଁ କରିଥିଲେ ତାଗିଦ । ସେପଟେ ବରିଷ୍ଠ ନେତାଙ୍କ ଅଭିଯୋଗ, ଠିକ ସେ ଦିଆଯାଉନି ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅପଡେଟ୍‌ । ସୁଜାତା କାର୍ତ୍ତିକେୟନଙ୍କୁ ପ୍ରଶ୍ନ କରି ଅସନ୍ତୋଷ ଜାହିର କଲେ ରାଜା ସ୍ୱାଇଁ । ବରିଷ୍ଠ ନେତାଙ୍କୁ ପାଣ୍ଡିଆନଙ୍କ ଏଭଳି ତାଗିଦ ଓ ସସପେଣ୍ଡ ଧମକ ପରେ ବିଜେଡିରେ ବଡ଼ ହଲଚଲ ।

ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଖବର ଶୁଣି ହସ୍ପିଟାଲରେ ପହଁଚିଥିଲେ ବିଜେଡିର ଅନେକ ବରିଷ୍ଠ ନେତା । କିନ୍ତୁ ନବୀନଙ୍କୁ ଭେଟିବାକୁ ନଦେଇ ପାଣ୍ଡିଆନ କାଳେ ସମସ୍ତ ନେତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଚାରିଆଡ଼େ ଚର୍ଚ୍ଚା । ବିଜେଡିର ଅନ୍ଦରମହଲରେ ବି ଜଳ ଜଳ ହୋଇ ଦିଶୁଛି ଅସନ୍ତୋଷ । ନେତାଏ ଖୋଲାଖୋଲି ନକହୁଥିଲେ ବି ଟୁପୁର ଟାପର ଫୁସୁରୁ ଫାସର ସବୁ କିଛି ସ୍ପଷ୍ଟ କରି ଦେଉଛି ।

ଖାଲି ସେତିକି ନୁହେଁ ଭାଇରାଲ ହେଉଥିବା କିଛି ଅଡିଓ ଓ ଭିଡିଓ ବି ସବୁ ଚର୍ଚ୍ଚା ଆଲୋଚନାକୁ ବେଶ ଖୋରାକ ଯୋଗାଉଛି । ଭାଇରାଲ ହେଉଥିବା ଅଡିଓରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହୁଛନ୍ତି କାଲି ଅର୍ଥାତ ୧୫ ତାରିଖରେ ନବୀନଙ୍କର ବାନ୍ତି ହେଉଥିଲା, ଅବସ୍ଥା ଖରାପ ଥିଲା ସେତେବେଳୁ ତାଙ୍କର ଟ୍ରିଟମେଣ୍ଟ କଲେ ନାହିଁ । ଆଜି ଅର୍ଥାତ ୧୬ ତାରିଖରେ ଟ୍ରିଟମେଣ୍ଟ ପାଇଁ ଆଣିଲେ । ଏହା ଠିକ ନୁହେଁ ବୋଲି କହି ପାଣ୍ଡିଆନ ଦମ୍ପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ରାଜା ।

ଆଉ ସୁଜାତାଙ୍କ ଉପରେ ରାଜାଙ୍କ ଏପରି ଅସନ୍ତୋଷ ପରେ କାଳେ ରାଗି ପାଚି ନିଆଁ ହୋଇ ଯାଇଥିଲେ ଭୈରବ ପାଣ୍ଡିଆନ । ସିଧା ସିଧା ଶୁଣାଇ କହିଥିଲେ ଆଇ ଆମ୍ ଡାଉନ୍, ନଟ୍ ଆଉଟ୍ । ନବୀନଙ୍କ ବିଷୟରେ ବେଶି ପଚାରିଲେ ଦଳରୁ ସସପେଣ୍ଡ କରି ଦେବି ।

ସେହିପରି ଅନ୍ୟ କିଛି ନେତା ନବୀନଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ତାଙ୍କୁ ମୋବାଇଲ ଭିଡିଓ ଦେଖାଇ ହସ୍ପିଟାଲରେ ଗହଳି ନ କରିବାକୁ ତାଗିଦ କରିଥିବା ନେଇ ଚର୍ଚ୍ଚା ହେଉଛି । ଏସବୁ ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଦଳର ସାଧାରଣ ସଂପାଦକ ମନ୍ମଥ ରାଉତରାୟ କହିଛନ୍ତି ପାଣ୍ଡିଆନ ବଡ଼ ରାଜନୈତିକ ବାର୍ତା ଦେଇଛନ୍ତି ।

୨୦୨୩ ନଭେମ୍ବର ୧୧ରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ଭି. କେ ପାଣ୍ଡିଆନ । ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଜୁନ ୯ରେ ରାଜନୀତିରୁ ସନ୍ୟାସ ନେବା ନେଇ କରିଥିଲେ ଘୋଷଣା । କିନ୍ତୁ ପରେ ଅନେକ ସମୟରେ ନୀବନଙ୍କ ସହ ରାଜ୍ୟ ବାହାରେ ଓ ଭିତରେ ଏକାଠି ଥିବାର ଚିତ୍ର ଆସିଥିଲା ସାମନାକୁ । ଏବେ ଦଳର ବରିଷ୍ଠ ନେତାଙ୍କୁ ପାଣ୍ଡିଆନଙ୍କ ସାନି ତାଗିଦ ପରେ ପ୍ରଶ୍ନ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା କଣ ବିଜେଡି ନେତାଙ୍କ ଅଧିକାର ନାହିଁ ?

ନବୀନଙ୍କ ବିଷୟରେ ପଚାରିବାରୁ କାହିଁକି ରାଗିଗଲେ ଭି.କେ ପାଣ୍ଡିଆନ ? ବରିଷ୍ଠ ନେତାଙ୍କୁ ତାଗିଦ କରିବା ସହ ଦଳରୁ ବାହାର କରିଦେବାର ଧମକ ଦେବା କେତେ ଦୂର ଠିକ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics: BJD leader is being threatened by VK Pandian...! | Argus News