Videos
|
Odisha

Odisha Politics: ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ବିଜେଡି, ଧମକ ଦେଉଛନ୍ତି ବିଜେଡି ନେତାଙ୍କୁ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Odisha Politics: ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ବିଜେଡି, ଧମକ ଦେଉଛନ୍ତି ବିଜେଡି ନେତାଙ୍କୁ !

Key Points

ପାଣ୍ଡିଆନ୍ କହିଲେ ଭିଡିଓରେ ଯାହା ଦେଖ, ଘରକୁ ଯାଅ
ଦୁଇ ଦିନ ହେଲାଣି ନବୀନ ମେଡିକାଲରେ ଭର୍ତ୍ତି ହେଲେଣି
କିନ୍ତୁ ଜାଣି ନାହାଁନ୍ତି ରାଜ୍ୟବାସୀ, ଜାଣି ନାହାଁନ୍ତି ଦଳୀୟ ନେତା

 ‘ଆଇ ଆମ୍ ଡାଉନ୍‌, ନଟ୍ ଆଉଟ୍‌... ମୋତେ ରଗାଅନି ଭାଇଙ୍କୁ କହି ସସ୍‌ପେଣ୍ଡ କରିଦେବି...’


ଆପଣଙ୍କୁ ଏହି କଥା ସବୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏକଥା ଆମେ କହୁନାହୁଁ ବରଂ ଏହି ଶବ୍ଦ ଗୁଡ଼ିକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର । ଯିଏ ଏବେ ବିଜେଡି ମୁଣ୍ଡରେ ବସି ତାଣ୍ଡବ କରୁଛନ୍ତି । ସତେ ଯେମିତି ବିଜେଡି ଦଳ ତାଙ୍କ ହାତ ମୁଠାରେ । ନବୀନ ପଟ୍ଟନାୟକ କେବଳ ତାଙ୍କର । ସେ ଯାହା ଚାହିଁବେ ତାହା କରିପାରିବେ । ଖାଲି ସେତିକି ନୁହେଁ ଏହି କଥା ସେ କୌଣସି ସାଧାରଣ ଲୋକଙ୍କୁ ନୁହେଁ ବରଂ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ତୁଙ୍ଗ ନେତା ରଣେନ୍ଦ୍ର ପ୍ରତା ସ୍ୱାଇଁଙ୍କୁ କହିଛନ୍ତି । ତାହା ପୁଣି ଧମକ ଦେବା ଢଙ୍ଗରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ପାଇଁ ବିଜେଡିର ବରିଷ୍ଠ ନେତାମାନେ ରବିବାର ରାତିରେ ସେଠାରେ ପହଞ୍ଚିଥିଲେ। ହେଲେ ସେଇଠି ନବୀନଙ୍କୁ ଭେଟିବେ କ’ଣ ଓଲଟା ପାଣ୍ଡିଆନଙ୍କଠାରୁ ଗାଳି ମନ୍ଦ ଶୁଣିଥିଲେ। ତାପରେ କାନ ମୁଣ୍ଡା ଆଉଁସି ଚୁପଚାପ ଫେରିଥିଲେ ।


ଡାକ୍ତରଙ୍କ ସୂଚନା ଅନୁସାରେ ନବୀନଙ୍କର ଦୁଇ ଦିନ ହେବ ଝାଡ଼-ବାନ୍ତି ହେଉଥିଲା। କିନ୍ତୁ ତାଙ୍କୁ ତୁରନ୍ତ ମେଡିକାଲ ଅଣାଯାଇନଥିଲା । ଏକଥା ଶୁଣି ଯେତେବେଳେ ବିଜେଡି ନେତାମାନେ ନବୀନଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିଲେ, ସେତେବେଳେ ସୁଜାତା ରାଉତ ପାଣ୍ଡିଆନ କିଛି ଡାକ୍ତରଙ୍କ ସହ ନବୀନଙ୍କ ପାଖକୁ ଯାଉଥିଲେ । ସେଠାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ ପଚାରିଲେ... ଯଦି ସାର୍‌ଙ୍କ ଦେହ ଦୁଇ ଦିନ ହେବ ଖରାପ ହେଲାଣି, ତେବେ ତାଙ୍କୁ ତୁରନ୍ତ ମେଡିକାଲ କାହିଁକି ଅଣାଯାଇନଥିଲା ? ହେଲେ ଏନେଇ ସୁଜତା କୌଣସି ଉତ୍ତର ଦେଇନଥିଲେ । ସେଠାରୁ ତମତମ ହୋଇ ଚାଲିଯାଇଥିଲେ ।


ଆଉ ଏହାର କିଛି ସମୟ ପରେ ଭୈରବ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ । ଆଉ ଧମକ ଦେବା ଢ଼ଙ୍ଗରେ କହିଥିଲେ.. ‘ଆଇ ଆମ ଡାଉନ୍‌, ନଟ୍ ଆଉଟ । ମୁଁ ଚାହିଁଲେ ଭାଇଙ୍କୁ କହି ଦଳରୁ ସସ୍‌ପେଣ୍ଡ କରିଦେବି’ ।


ତେବେ ଏଠି ପ୍ରଶ୍ନ, ଭୈରବ ପାଣ୍ଡିଆନ କିଏ ? ସେ ବିଜେଡିର କ’ଣ ? ନା ସେ ଜଣେ ନେତା... ନା ସେ ଜଣେ ବିଜେଡି କର୍ମୀ ? ସେ ଦଳର କିଛି ନଥାଇ ମଧ୍ୟ ଏଭଳି ଧମକ ଦେବାକୁ ସାହସ ପାଉଛନ୍ତି କେମିତି ? ନବୀନ ପଟ୍ଟନାୟକ କ’ଣ କେବଳ ତାଙ୍କର ?


କଥା ଏଇଠି ସରି ନାହିଁ... ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ମଧ୍ୟ ନବୀନଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଦେଇନଥିଲେ ଭୈରବ। ଏହାପରେ ଭକ୍ତ କହିଥିଲେ.. ‘ତମେ ସେହି ଲୋକ ନା, ଯିଏ ଧର୍ମଗଡ଼ର ସବ୍‌କଲେକ୍ଟର ଥିଲ ।’ ଏହାର ଉତ୍ତରରେ ଭୈରବ କହିଥିଲେ, ହଁ.. ସେତେବେଳେ ଆପଣ ପରାଜିତ ହୋଇଥିଲେ । ପୁଣି ଭକ୍ତ ପଚାରିଥିଲେ.. ବିଜୁ ବାବୁ ଯେତେବଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ ତାଙ୍କୁ ସମସ୍ତେ ଭେଟି ପାରୁଥିଲେ, କିନ୍ତୁ ନବୀନଙ୍କୁ କାହିଁକି ନୁହେଁ ? ଭକ୍ତଙ୍କ ଏକଥାକୁ କୌଣସି ଗୁରୁତ୍ୱ ଦେଇନଥିଲେ ଭୈରବ। ତାପରେ ସେଠାରୁ ଚାଲିଯାଇଥିଲେ ।


ଏହି ପୁରା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ଏବେ ବି ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ବିଜେଡି । ସୁଜାତା ଆଗକୁ ଧରିପାରନ୍ତି ବିଜେଡି ମଙ୍ଗ । ପାଣ୍ଡିଆନ ବି ସଙ୍କେତ ଦେଲେ ମୁଁ ବିଜେଡିରେ ଅଛି ।