Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics: BJDର ଅକୁହା କଥାକୁ ନିଜ ବହିରେ ଲେଖିଦେଲେ ଅରୁଣ, କାହା ନାଁ ନନେଇ କଲେ ଟାର୍ଗେଟ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Odisha Politics: BJDର ଅକୁହା କଥାକୁ ନିଜ ବହିରେ ଲେଖିଦେଲେ ଅରୁଣ, କାହା ନାଁ ନନେଇ କଲେ ଟାର୍ଗେଟ !

Key Points

ଲେଖିଲେ, ଶୀର୍ଷ ନେତୃତ୍ବ ସତ ଶୁଣିବାର ସତ୍ ସାହାସ ରଖିବା ଦରକାର
ବୃଥା ଅଂହକାର ପାଇଁ ହିଁ ଜଣେ ଜୀବନର ଗତିପଥରେ କଚାଡି ହୋଇପଡ଼େ
ପତିଆରା ଜାହିର କଥା ଉଠାଇ ପାଣ୍ଡିଆନ୍ ଆଣ୍ଡ୍ କୋ ଙ୍କୁ ପରୋକ୍ଷରେ କଲେ ଟାର୍ଗେଟ୍

ସାଇତା ସତ । ଅରୁଣଙ୍କ ଏହି ବହି ଏବେ ବିଜେଡି ଭିତରେ ସୃଷ୍ଟି କରିଛି କମ୍ପନ । ବାକ୍ୟବାଣରେ ବିଜେଡିର ବକ୍ଷକୁ ଭେଦିଛନ୍ତି ବିଧାୟକ ଅରୁଣ ସାହୁ । ସତ ମିଛର ଉପାଖ୍ୟାନରେ ନବୀନଙ୍କ ଆଡକୁ ଇଙ୍ଗିତ କରି ଲେଖିଛନ୍ତି ଶୀର୍ଷ ନେତୃତ୍ବ ଯଦି ସତ ଶୁଣି ରୁଷ୍ଟ ନ ହୁଅନ୍ତେ ବା ଅନ୍ୟଥା ଗ୍ରହଣ ନ କରନ୍ତେ ଆଉ ସତକୁ ସାଦରେ ଗ୍ରହଣ କରିନିଅନ୍ତେ, ମିଛକୁ ଆଗ୍ରାହ୍ୟ କରିଦିଅନ୍ତେ ତେବେ ମିଛ ନିଜର ପତିଆରା ହରେଇ ବସନ୍ତା । ଅର୍ଥାତ ଦଳର ସ୍ଥିତି ନେଇ କୁହାଯାଇଥିବା ସତକୁ ନବୀନ ଅନ୍ୟଥା ନେଉଥିବା ବା ରୁଷ୍ଟ ହେଉଥିବା କଥାକୁ ଲେଖିଛନ୍ତି ଅରୁଣ ।

ଅରୁଣ ଆହୁରି ଲେଖିଛନ୍ତି ସତ କହିବା ପାଇଁ ଯେତିକି ସାହାସ ଦରକାର, ସତ ଶୁଣିବା ବାଲାର ତାଠାରୁ ଅଧିକ ସାହାସ ଦରକାର । ତାର କଲିଜା ଶକ୍ତ ଥିବା ଦରକାର । ଏପରିକି ପରୋକ୍ଷରେ ପାଣ୍ଡିଆନ୍ ଓ ବିଜେଡି ବିପର୍ଯ୍ୟୟ କଥା ଉଠାଇ ଅରୁଣ ଲେଖିଛନ୍ତି, ବୃଥା ଅଂହକାର ପାଇଁ ହିଁ ଜଣେ ଜୀବନର ଗତିପଥରେ କଚାଡ଼ି ହୋଇପଡ଼େ । କିନ୍ତୁ ସବୁ ପରେ ବି ଦଳରେ ପାଣ୍ଡିଆନ୍ ଆଣ୍ଡ୍ କୋଙ୍କ ଆଧିପତ୍ୟ ଓ ପ୍ରଭାବକୁ ନେଇ ପରୋକ୍ଷରେ ଅରୁଣ ଲେଖିଛନ୍ତି, ପତିଆରା ବଢ଼େଇବା ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରଖିବାକୁ, ମିଛ ଗୋଟେ ବଡ଼ ସାହାର ପାଲଟିଛି । ତେଣୁ କହିବା ବାଲା ଏବଂ ଶୁଣିବାବାଲା ଉଭୟଙ୍କର ପ୍ରକୃତିରେ ପରିବର୍ତ୍ତନ ଆସିବା ଦରକାର ।

ସମୀକ୍ଷକଙ୍କ ମନରେ ପ୍ରଶ୍ନ ଅରୁଣଙ୍କ ସାଇତା ସତ ବହି ପଛର ରହସ୍ୟ କଣ ? କେଉଁ ସତ କଥା ଅରୁଣ କହିବାକୁ ଚାହୁଁଥିଲେ ଶୀର୍ଶ ନେତୃତ୍ବ ବା ନବୀନ ପଟ୍ଟନାୟକଙ୍କୁ ? ଆଉ କାହିଁକି ନବୀନ ଅରୁଣଙ୍କ କଥାକୁ ନେଇ ରୁଷ୍ଟ ହୋଇଥିଲେ ବା ଅନ୍ୟଥା ନେଇଥିଲେ ? ଆଉ କିଏ ସେହି ବ୍ୟକ୍ତି ଅରୁଣଙ୍କ ସତକୁ କଦର୍ଥ କରି ନବୀନଙ୍କ ପାଖରେ ପହଞ୍ଚାଉଥିଲା ?

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଦଳୀୟ ପ୍ରସଙ୍ଗରେ ସତ କହିବା ଯୋଗୁ ଭର୍ତ୍ତୃହରି ମହତାବ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତାଙ୍କୁ ମହଙ୍ଗା ପଡ଼ିଥିଲା । ଆଉ ନିର୍ବାଚନ ବିପର୍ଯ୍ୟୟ ପରେ ନିରବତା ଭାଙ୍ଗି ସତ କହିବାକୁ ଚେଷ୍ଟା କରିଥିବା ପ୍ରଫୁଲ୍ଲ ମଲିକ, ଭୂପିନ୍ଦର ସିଂ, ଶଶୀ ଭୂଷଣ ବେହେରା ଓ ନୃସିଂହ ସାହୁଙ୍କ ଭଳି କିଛି ନେତାଙ୍କୁ ବି ମହଙ୍ଗା ପଡ଼ିଛି । ତେଣୁ ନବୀନ ସତ ଶୁଣିବାକୁ ସତ୍ ସାହାସ ରଖୁନଥିବା ବା ନେତାଙ୍କ ସତ କଥା ଶୁଣୁ ନଥିବାରୁ, ମିଛର ଫାଇଦା ନେଇ ପାଣ୍ଡିଆନ୍ ଦଳରେ ପ୍ରଭାବ ବିସ୍ତାର କରୁଥିବା ଅରୁଣ ତାଙ୍କ ବହିରେ ଲେଖିଥିବା ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics: MLA Arun Sahoo wrote the untold story of BJD in his book, targeted without naming anyone! | Argus News