Videos
|
Odisha

Odisha Politics: 'ଜାଣିଶୁଣି ନବୀନଙ୍କଠାରୁ ବିଜେଡି ନେତାଙ୍କୁ ଦୂରେଇ ରଖୁଛନ୍ତି ପାଣ୍ଡିଆନ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Odisha Politics: 'ଜାଣିଶୁଣି ନବୀନଙ୍କଠାରୁ ବିଜେଡି ନେତାଙ୍କୁ ଦୂରେଇ ରଖୁଛନ୍ତି ପାଣ୍ଡିଆନ'

Key Points

'କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି' ।

'ଆମେ ଶୁଣୁଛୁ ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନକୁ ଗାଳି କରି ଯାଇଛନ୍ତି' ।


'ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ' । ଏହା କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ସେ କହିଛନ୍ତି, 'ପାଣ୍ଡିଆନ ନବୀନଙ୍କ ପାଖେ ପାଖେ ରହୁଛନ୍ତି । ଅନ୍ୟ ନେତାମାନଙ୍କୁ ତାଙ୍କ ଠାରୁ ଦୁରେଇ ରଖୁଛନ୍ତି । ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ । କାଳେ କିଏ ନବୀନଙ୍କ କ୍ଲୋଜ ହେଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉ ନାହାନ୍ତି ପାଣ୍ଡିଆନ'।


'ସେଥିପାଇଁ ଯେଉଁମାନେ ନବୀନଙ୍କ ସହ ଥିଲେ ତାଙ୍କୁ ନବୀନ ନିବାସଠୁ ଦୁରେଇ ରଖିଛି ପାଣ୍ଡିଆନ। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ ତେବେ ସେ ଟଙ୍କାର ମାଲିକ ହୋଇଯିବେ ସେମାନେ । ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି' ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ରାଜା ସ୍ୱାଇଁ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ ଏଭଳି ବ୍ୟବହାର କରିବା କେହି ହଜମ କରିପାରୁ ନାହାନ୍ତି । ଆମେ ଶୁଣୁଛୁ ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନକୁ ଗାଳି କରି ଯାଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି କହିଛନ୍ତି' ।


ଅନ୍ୟପଟେ କୁହାଯାଉଛି, ଫେଲ ହେଲେ ପାଣ୍ଡିଆନ୍ । ରି-ଲଞ୍ଚିଂ ପରେ ବି ଭରସାକୁ ନେଉ ନାହାନ୍ତି ବିଜେଡି ନେତା । ଆଉ ଏପଟେ ପତ୍ନୀ ସୁଜାତା ପୁରା ତୟାର । ନବୀନଙ୍କ ଉତ୍ତରାଧିକାରୀ ବା ଶଙ୍ଖ ଦଳର ହାଇ କମାଣ୍ଡ ହେବେ ସୁଜାତା । ଏମିତି କିଛି ଚର୍ଚ୍ଚା ଏବେ ସବୁଠି । କାରଣ ଅର୍ଗସ ହାତରେ ଲାଗିଥିବା ଏହି EXCLUSIVE ଭିଜୁଆଲ ଦେଉଛି ତାହାର ସ୍ପଷ୍ଟ ସଙ୍କେତ ।



ଭିଡିଓରେ ବିଜେଡି ଛାମୁଆଙ୍କ ସହ ମିଟିଂ କରୁଛନ୍ତି ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ପ୍ରଶାସିକା ମ୍ୟାଡାମ ସୁଜାତା । ପାଖରେ ବସିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ । ସେପଟେ ସ୍ୱାମୀ ଭୈରବ ମଧ୍ୟ ନବୀନ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ କିଛି ଗୁପ୍ତ ଆଲୋଚନା କରୁଥିବା ଦୃଶ୍ୟମାନ ହୋଇଛି । ଯାହା ଇଙ୍ଗିତ କରୁଛି କି ନିଜେ ଫେଲ ହେବା ପରେ ପତ୍ନୀଙ୍କ ହାତରେ କମାଣ ଦେବାକୁ ଚାଲିଛି ପ୍ଲାନ ।


ସେପଟେ ପାଣ୍ଡିଆନଙ୍କ ପ୍ଲାନକୁ ନେଇ କ୍ଷୁବ୍ଧ ଅନେକ ନେତା । କିଛି ବଳ ଜୁଟାଇ କହୁଛନ୍ତି । ଆଉ କିଛି ମନ ଭିତରେ ଜଳି ମଧ୍ୟ ଉଁ କି ଚୁଁ କରୁନାହାନ୍ତି । ଦଳରୁ ବାହାରିବା ପରେ ମଧ୍ୟ ଭୈରବଙ୍କ ହାକିମାତିକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନିର୍ଦ୍ଦିଷ୍ଟ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଦେବାଶିଷ କହିଛନ୍ତି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ନେତାଙ୍କୁ ଓ ରାଜ୍ୟବାସୀଙ୍କୁ ନଜଣାଇବା ଭୈରବ ବାବୁଙ୍କର ଏକ ବଡ଼ ଭୁଲ ଓ ଦଳ ପାଇଁ କ୍ଷତି ।


ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିଲୁ । ପାଣ୍ଡିଆନ ଜାଣିବା ଦରକାର ଓଡ଼ିଶା ପାଇଁ ତାଙ୍କର ଅବଦାନ ଓ ସ୍ୱପ୍ନ କିଛି ନାହିଁ । ସେପଟେ ସୁଜାତାଙ୍କୁ ସାମ୍ନାରେ ସମାନ ପ୍ରଶ୍ନ ପଚାରି ବ୍ୟାକଫୁଟରେ ରାଜା ସ୍ୱାଇଁ । ନବୀନଙ୍କ ଚିକିତ୍ସା ସମ୍ପର୍କରେ ସୁଜାତାଙ୍କୁ ପଚାରିବାରୁ ପାଣ୍ଡିଆନ ଦେଖାଇଥିଲେ ନାଲିଆଖି ।

Odisha Politics: Pandian Allegedly Keeps BJD Leaders Away from Naveen Patnaik | Argus News