Odisha Politics: ପାଣ୍ଡିଆନଙ୍କୁ ଭଣ୍ଡ ସନ୍ୟାସୀ କହିବାରୁ ଚିହିଁକିଲେ କୋଟେରୀ ନେତା !

Key Points
ପରୋକ୍ଷରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀର ଆଖ୍ୟା ଦେଇ କରିଛନ୍ତି ଟାର୍ଗେଟ। ଲେଖିଛନ୍ତି ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରରେ ରହିବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ୟାସୀ ରୂପେ ଗ୍ରହଣ କରେ କିନ୍ତୁ ଏଥିରେ ସନ୍ଦେହ ବା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ୟାସୀ ରୂପ ଦିଏ ।
ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ବିଜେଡିରେ କଂପନ । ପାଣ୍ଡିଆନଙ୍କୁ ପରୋକ୍ଷରେ ଭଣ୍ଡ ସନ୍ୟାସୀ କହି କଲେ ଟାର୍ଗେଟ୍ । ଚିହିଁକି ଉଠିଲେ କୋଟେରୀ ଗ୍ରୁପ ନେତା ମନ୍ମଥ ରାଉତରାୟ । ନିଜ ଦଳ ନେତ୍ରୀଙ୍କ ପ୍ରତି ଦେଲେ ଅପମାନଜନକ ମନ୍ତବ୍ୟ । ଦଳରେ ବଢୁଥିବା ବୟାନବାଜିକୁ ଦେଖି ବସିଲା ଶୃଙ୍ଖଳା କମିଟି । କଟା ଘାରେ ଚୁନ ଲଗାଇଲେ ଜୟନାରାୟଣ ମିଶ୍ର ।
ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଥିବା କହିଥିଲେ ପାଣ୍ଡିଆନ । ଏବେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ୟାସୀ କହି ସୋସିଆଲ ମିଡିଆରେ ଭୈରବଙ୍କ ଭାଣ୍ଡା ଫୋର୍ଡ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛି ଦିନ ତଳେ ଧୃତରାଷ୍ଟ -ଦୁର୍ଯ୍ୟୋଧନ ଉପାଖ୍ୟାନ କଥା ଲେଖି ବିଜେଡିର ନିଦ ହଜାଇ ଦେଇଥିବା ଶ୍ରୀମୟୀ ଆଜି ପୁଣି ନିଜ ସୋସିଆଲ ମିଡିଆ ପୋଷ୍ଟରେ ବିଜେଡିର ଅଘୋଷିତ ବସ୍ଙ୍କୁ ନିଶାନା ସାଧିଛନ୍ତି ।
ପରୋକ୍ଷରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀର ଆଖ୍ୟା ଦେଇ କରିଛନ୍ତି ଟାର୍ଗେଟ। ଲେଖିଛନ୍ତି ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରରେ ରହିବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ୟାସୀ ରୂପେ ଗ୍ରହଣ କରେ କିନ୍ତୁ ଏଥିରେ ସନ୍ଦେହ ବା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ୟାସୀ ରୂପ ଦିଏ ।
ତେବେ ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ଚିହିଁକି ଉଠିଛନ୍ତି ଚାଟୁକାରୀ ନେତା । ନିଜ ଦଳର ନେତ୍ରୀଙ୍କ ଚରିତ୍ର ସଂହାର କରି ଦେଇଛନ୍ତି ଭିଡିଓ ଭାଇରାଲ କରିଦେବା ଧମକ ।
କିଛି ମାସ ଧରି ପର୍ଯ୍ୟାୟ କ୍ରମେ ଅସନ୍ତୁଷ୍ଟ ଜାହିର କରି ବିଷୋଦଗାର କରିଆସୁଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । ଦେବାଶିଷ ସମାନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରୀ ନାରାୟଣ ପାତ୍ର, ଅଶୋକ ପଣ୍ଡା, ଭୁପିନ୍ଦର ସିଂ, ଅରୁଣ ସାହୁ, ଶ୍ରୀମୟୀ ମିଶ୍ରଙ୍କ ଭଳି ନେତା ବିଜେଡିର ନୂଆ ବସ୍ ଭି.କେ ପାଣ୍ଡିଆନଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କରି ଆସୁଛନ୍ତି ଟାର୍ଗେଟ । ଯାହାକି ବିଜେଡିର ମୁଣ୍ଡ ବିନ୍ଧା ବଢ଼ାଇଛି । ଯାହାକୁ ଦୃଷ୍ଟିରେ ରଖି ଶୃଙ୍ଖଳା କମିଟି ବୈଠକ ଡାକି ଆକ୍ସନ ପାଇଁ ଯୋଜନା ହୋଇଛି।
ବିଜେଡିର ଏପରି ବାଦୀ ପାଲା ଭିତରେ କୋଟେରୀ ଗ୍ରୁପର କଟା ଘା'ରେ ଅଧିକ ଚୂନ ବୋଳିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ପାଣ୍ଡିଆନଙ୍କୁ ନେଇ ବାରୁଦ ଗଦାରେ ବିଜେଡି । ଜଣଙ୍କ ପରେ ଜଣେ ନେତା ବିସ୍ଫୋରଣ କରୁଥିବା ବେଳେ ଶ୍ରିମୟୀ କିନ୍ତୁ ଭଣ୍ଡ ସନ୍ୟାସୀ କହି ସବୁକିଛିର ଭାଣ୍ଡା ଫୋର୍ଡ କରିଛନ୍ତି ।