Videos
|
Odisha

Leave Cancelled / ସମ୍ଭାବ୍ୟ ବାତ୍ୟାକୁ ନେଇ ଏହି ଜିଲ୍ଲା ଗୁଡ଼ିକରେ ରେଡ୍ ଆଲର୍ଟ , ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Bikash Mohanty
Browse all articles by Bikash Mohanty
·43 mins ago·2 min read
ସମ୍ଭାବ୍ୟ ବାତ୍ୟାକୁ ନେଇ ଏହି ଜିଲ୍ଲା ଗୁଡ଼ିକରେ ରେଡ୍ ଆଲର୍ଟ , ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Leave Cancelled

Key Points

ସମ୍ଭାବ୍ୟ ବାତ୍ୟାକୁ ନେଇ ହାଇ ଆଲର୍ଟରେ ଗଞ୍ଜାମ ଜିଲ୍ଲା
ଆସନ୍ତା ୩୦ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଯେଉଁମାନେ ଛୁଟିରେ ଯାଇଛନ୍ତି ଫେରିବାକୁ ନିର୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ
ବ୍ରହ୍ମପୁର,୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ହାଇ ଆଲର୍ଟରେ ଗଞ୍ଜାମ ଜିଲ୍ଲା। ଆସନ୍ତା ୩୦ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟି ରେ ଯାଇଛନ୍ତି ଫେରିବାକୁ ନିର୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମରେ ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବ ଆଉ କମ୍ୟୁନିଟି ହଲ ମଧ୍ୟ ପ୍ରସ୍ତୁତ ରହିବ। ବୟସ୍କ ଲୋକ, ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ପଡିଲେ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଳାପାଳ ସୂଚନା ଦେଇଛନ୍ତି।

ପୂର୍ବ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହି ଲଘୁଚାପ କ୍ଷେତ୍ରଟି ଆଜି ସେହି ଅଞ୍ଚଳରେ ରହିବା ସହ ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ଆସନ୍ତାକାଲି ଗଭୀର ଅବପାତର ରୂପ ନେବା ସମ୍ଭାବନା... ୨୬ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ ।

ପଢନ୍ତୁ ଏହି ଖବର: ଆଜି ଅବପାତ କାଲି ତୀବ୍ର ଅବପାତ…୨୮ ସକାଳେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା

ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ମଧ୍ୟରେ ଭୂ-ପୃଷ୍ଠ ଛୁଇଁବା ସମ୍ଭାବନା ରହିଛି ବୋଲି ଅର୍ଗସକୁ ସୂଚନା ଦେଇଛନ୍ତି IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଏହା ବାତ୍ୟାର ରୂପ ନେଇପାରେ ବୋଲି ପରେ ଚିନ୍ତା ବଢ଼ିଛି । ଗତକାଲି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୩୫ ରୁ ୪୫ କିମି ପ୍ରତି ଘଣ୍ଟା ରହିଛି। ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର। ଆସନ୍ତାକାଲି ୫୫ ରୁ ୬୫ ଏବଂ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଅତିବେଶିରେ ୯୦ କିମି ଘଣ୍ଟାପ୍ରତି ବେଗରେ ପବନ ବହିବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Cyclone Alert: Red Alert in Districts, Govt Staff Leave Cancelled | Argus News Odia