ସ୍ଵାଧୀନତା ଦିବସରେ ପୁରସ୍କୃତ ହେବେ ଓଡ଼ିଶାର ୨୨ ପୋଲିସ ଅଧିକାରୀ

Key Points
ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ୯ ଜଣଙ୍କୁ ସାହସିକତା, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯିବ ।
ଭୁବନେଶ୍ଵର/ନୂଆଦିଲ୍ଲୀ: ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ୯ ଜଣଙ୍କୁ ସାହସିକତା, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯିବ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ASP ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ ।
ସେହିଭଳି ଓଡ଼ିଶାରୁ ୯ ଜଣ ପାଇବେ ସାହସିକତା ପଦକ । SI ଅମରେଶ ନରେନ୍ଦ୍ର, କନଷ୍ଟେବଲ ଜିତେନ୍ଦ୍ର ନାୟକ, OAPF ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ସାହସିକତା ପଦକ ପଦକ ପ୍ରଦାନ କରାଯିବ ।
ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୧ ଜଣଙ୍କୁ ପୁରସ୍କୃତ କରାଯିବ । ପୁରସ୍କୃତ ହେବେ AIG ମହେଶ୍ଵର ସେଠୀ, ASP ପ୍ରଦୀପ କୁମାର ପ୍ରଧାନ, ASP ଦେବେନ୍ଦ୍ର ନାରାୟଣ ଦାଶ. DSP ଆଶିଷ କୁମାର ରାଉତ, ଇନ୍ସପେକ୍ଟର ଏ. ଶ୍ରୀନିବାସ ଦୋରା, DSP ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ASI ଅରୁଣ କୁମାର ସାମନ୍ତ, ASI ଅରବିନ୍ଦ ଦାସ ଏବଂ କନଷ୍ଟେବଲ ଚିନ୍ମୟୀ ରାଉତ ।
📱 Get Argus News App
✨
ଦେଶର ମୋଟ ୧୦୯୦ ଜଣଙ୍କୁ ମିଳିବ ପୋଲିସ ସେବା ପଦକ । ବିଶିଷ୍ଟ ସେବା, ସାହସିକତା, ପ୍ରଶଂସନୀୟ ସେବା ପାଇଁ ପଦକ ମିଳିବ । ୨୩୩ ଜଣଙ୍କୁ ମିଳିବ ସାହସିକତା ପଦକ, ୨୨୬ ପୋଲିସ ଓ ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ୯୯ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ୭୫୮ ଜଣଙ୍କୁ ପଦକ ମିଳିବ ।