Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୂରପଲ୍ଲୀ ଚଳଚଞ୍ଚଳ

Rashmita Mishra
Browse all articles by Rashmita Mishra
·10 months ago·2 min read
ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୂରପଲ୍ଲୀ ଚଳଚଞ୍ଚଳ

Key Points

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୂରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି ।

ଆଜି ହେଉଛି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୂରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି । ପୂଜା ପାଇଁ ପାରାଦୀପ ସହର ଚଳଚଞ୍ଚଳ ହୋଇ ଉଠିଛି । ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ବିଭିନ୍ନ ଶିଳ୍ପାନୁଷ୍ଠାନରେ ମଧ୍ୟ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା । ରାଉରକେଲାରେ ଦେବଶିଳ୍ପୀଙ୍କ ଆରାଧନା ପାଇଁ ବିଶେଷ ଆୟୋଜନ କରାଯାଇଛି ।

ହିନ୍ଦୁ ଧର୍ମ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ଏବଂ ସୃଜନଶୀଳତାର ଦେବତା । ବିଶ୍ବାସ ରହିଛି ମହାପ୍ରଭୁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ପୃଥିବୀ ସମେତ ସାରା ବିଶ୍ବ ବ୍ରହ୍ମାଣ୍ଡର ନିର୍ମାଣ କରିଥିଲେ । ଏହା ସହିତ ସ୍ବର୍ଗଲୋକ, ହସ୍ତିନାପୁର, ଇନ୍ଦ୍ରପସ୍ଥ, ସ୍ବର୍ଣ୍ଣ ଲଙ୍କା ଆଦି ମଧ୍ୟ ନିର୍ମାଣ କରିଥିଲେ । ଏମିତିକି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ବିଗ୍ରହ ମଧ୍ୟ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି ।

ସେ ନିର୍ମାଣ ଦେବତା ହୋଇଥିବାରୁ ତାଙ୍କ ପୂଜା ଦିନ ଶିଳ୍ପାନୁଷ୍ଠାନଗୁଡ଼ିକରେ ତାଙ୍କୁ ପୂଜାର୍ଚ୍ଚନା କରାଯାଏ । ବିଶେଷ କରି ମେସିନ୍ ଏବଂ ଯନ୍ତ୍ରପାତିଗୁଡ଼ିକୁ ପୂଜା କରାଯାଏ । ବିଶ୍ବାସ ରହିଛି, ଭକ୍ତି ଓ ନିଷ୍ଠାର ସହ ବିଶ୍ବକର୍ମାଙ୍କୁ ପୂଜା କଲେ ପରିବାରରେ ସୁଖ, ସମୃଦ୍ଧି ବଢ଼ିଥାଏ । ହେଲେ କେବେ ଚିନ୍ତା କରିଛନ୍ତି ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ କାହିଁକି ପଡିଥାଏ ବିଶ୍ବକର୍ମା ପୂଜା ।

ହିନ୍ଦୁ ଧର୍ମ ଅନୁସାରେ, ଭଗବାନ୍ ବିଶ୍ବକର୍ମାଙ୍କ ଜୟନ୍ତୀକୁ ନେଇ କିଛି ମାନ୍ୟତା ରହିଛି । କିଛି ଜୋତିଷଙ୍କ ଅନୁଯାୟୀ ଭଗବାନ୍ ବିଶ୍ବକର୍ମାଙ୍କ ଜନ୍ମ ଆଶ୍ବିନ କୃଷ୍ଣପକ୍ଷର ପ୍ରତିପଦା ତିଥିରେ ହୋଇଥିଲା । ସେମିତି କିଛି ଲୋକଙ୍କ କହିବା ଅନୁଯାୟୀ ଭାଦ୍ରପଦ ଅନ୍ତିମ ତିଥି ବିଶ୍ବକର୍ମାଙ୍କ ପୂଜା ପାଇଁ ସର୍ବଶ୍ରେଷ୍ଠ ।

ବିଶ୍ବକର୍ମାଙ୍କ ପୂଜା ସୂର୍ଯ୍ଯଙ୍କ ପାରଗମନ ଆଧାରରେ ହୋଇଥାଏ । ଭାରତରେ କୌଣସି ବି ବ୍ରତ ବା ପର୍ବପର୍ବାଣୀର ନିର୍ଦ୍ଧାରଣ ଚନ୍ଦ୍ର କ୍ଯାଲେଣ୍ଡର ମୂତାବକ ହୋଇଥାଏ । କିନ୍ତୁ ବିଶ୍ବକର୍ମାଙ୍କ ପୂଜାର ତିଥି ସୂର୍ଯ୍ଯଙ୍କୁ ଦେଖି ହୋଇଥାଏ । ଯାହା ଫଳରେ ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ ପଡିଥାଏ ଏହି ପୂଜା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha’s Purapalli Buzzing with Devotees Ahead of Debashilpi Puja | Argus News | Argus News