Videos
|
Odisha

ରାଜ୍ୟରେ ବାଦଲ ଫଟା ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ବାଦଲ ଫଟା ବର୍ଷା

ଭୁବନେଶ୍ୱର:  ତାତିରୁ ମିଳିଲା ସାମନ୍ୟ ଆଶ୍ବସ୍ତି। କାଳବୈଶାଖୀ ବର୍ଷାରେ ଭିଜିଲା ରାଜ୍ୟର ବିଭିନ୍ନ ଜିଲ୍ଲା । ଆଜି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ ।୨୪ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ଅଛି । ୨୫ ପରେ ପାଗରେ ପରିବର୍ତ୍ତନ ଆସିବ। ପରେ ଧୀରେ ଧୀରେ ବଢିବ ତାପମାତ୍ରା । ତାପମାତ୍ରା ୨ ରୁ ୫ ଡିଗ୍ରୀ ବୃଦ୍ଧି ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୯ରୁ ୨୨ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିଲା। ଯାହା ଫଳରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଯେଉଁଭଳି ଭାବରେ ରାଜ୍ୟରେ ତାତି ବଢ଼ିଚାଲିଥିଲା, ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେବା ସହ କିଛି କିଛି ସ୍ଥାନରେ ଘଡଘଡି ହୋଇଥିବା ଜଣାପଡିଛି। ତେବେ ଆଗାମୀ ୨ରୁ ୩ ଦିନ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଜଣାପଡିଛି। କିନ୍ତୁ ବର୍ଷା ପରେ ତାତି ବଢ଼ାବା ସମ୍ଭାବନା। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
odisha-rain-live-updates-deep-depression-to-weaken-today | Argus News