Videos
|
Odisha

Odisha Weather News / ଆଜିଠାରୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପର ପୂର୍ବାନୁମାନ

Bikash Mohanty
Browse all articles by Bikash Mohanty
·48 mins ago·2 min read
ଆଜିଠାରୁ ଘଡ଼ଘଡ଼ି ସହ ବର୍ଷା  ସମ୍ଭାବନା,୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପର ପୂର୍ବାନୁମାନ
Heavy Rain Fall

Key Points

ଆଜିଠାରୁ  ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା
୧୩ ତାରିଖ ବେଳକୁ ଓଡ଼ିଶା ଉପରେ ଆଉ ଏକ ଲଘୁଚାପର ପୂର୍ବାନୁମାନ
ଓଡ଼ିଶା ଉପରେ ଆଉ ଏକ ଲଘୁଚାପର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର

ଭୁବନେଶ୍ବର, ୦୭/୧୦: ପଶ୍ଚିମାଝଡ ପ୍ରଭାବରେ ଆଜିଠାରୁ ଆସନ୍ତା ୯ ତାରିଖ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଅକ୍ଟୋବର ୮ ରେ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଏବଂ ଝଟକା ପବନ ଦେଖିବାକୁ ମିଳିପାରେ। ବଜ୍ରପାତ ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। 

ସେପଟେ ଓଡିଶା ଉପରେ ଆଉ ଏକ ଲଘୁଚାପର ପ୍ରଭାବ ଥିବା ନେଇ ୟୁରୋପୀୟ ମଡେଲ୍ ଇସିଏମଡବ୍ଲ୍ୟୁଏଫ୍ ତାଜା ପୂର୍ବନୁମାନ କରିଛି। ।ଉକ୍ତ ଲଘୁଚାପ ପ୍ରଭାବରେ ପାର୍ବଣକୁ ପାଣିଚିଆ କରିପାରେ ବର୍ଷା। । ୟୁରୋପିୟ ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ହୋଇ ଅବପାତ ଓ ପରେ ଗଭୀର ଅବପାତ ହୋଇପାରେ । ତେବେ ଗଭୀର ଅବପାତରୁ ସାମାନ୍ୟ ଅଧିକ ଘନୀଭୂତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। 

ଉକ୍ତ ଲଘୁଚାପର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ରହିପାରେ। ସେହିପରି ଇସିଏମଡବ୍ଲ୍ୟୁଏଫ୍ ଆକଳନ ଅନୁସାରେ ୧୩ ତାରିଖବେଳକୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ୧୪ରେ ଅବପାତ ରୂପ ନେଇପାରେ। ସେହିଭଳି ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ପରେ ୧୬ ଅକ୍ଟୋବର ବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ।

ପଢନ୍ତୁ ଏହି ଖବର: ଆସନ୍ତା ୧୧ ଯାଏଁ ପ୍ରବଳ ବର୍ଷା: ୨୦ ରାଜ୍ୟକୁ ସତର୍କ ସୂଚନା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପ୍ଟେମ୍ବର ଶେଷ ସପ୍ତାହରେ ଆସିଥିବା ଗଭୀର ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା ପରେ ବେଶି ଭିତରକୁ ପ୍ରବେଶ କରିନପାରେ। ତେବେ ଏହାର ପ୍ରଭାବ ଉପକୂଳରେ ହିଁ ଅଧିକ ରହିପାରେ ବୋଲି ବିଭିନ୍ନ ୟୁରୋପୀୟ ମଡେଲ ଆକଳନ କରିଛନ୍ତି। ସେପଟେ ଯଦି ଏହି ଗତିପଥ ଓ ଆକଳନ ସତ ହୁଏ, ତେବେ ଓଡ଼ିଶାରେ ୧୪ରୁ ବର୍ଷା ହୋଇପାରେ ଏବଂ ଏହାର ପ୍ରଭାବରେ ୧୮ ଯାଏଁ ବର୍ଷା ପ୍ରକୋପ ଲାଗି ରହିପାରେ।

ଏପଟେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି। ମଙ୍ଗଳବାର ୧୫ ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ ୩୬.୭ ଡିଗ୍ରୀ ଥିଲା । ଏଠାରେ ତାତି ସ୍ବାଭାବିକଠାରୁ ୪.୧ ଡିଗ୍ରୀ ଅଧିକ ରହିଥିଲା। ଢେଙ୍କାନାଳରେ ୩୬.୩ ଡିଗ୍ରୀ ଓ ପୁରୀ,ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରେକର୍ଡ ହୋଇଛି। ସ୍ବାଭାବିକ ଗରମରେ ଲୋକେ ନାକେଦମ ହୋଇଛନ୍ତି। ଅନ୍ୟ ସହର ମଧ୍ୟରେ ଅନୁଗୁଳରେ ତାପମାତ୍ରା ୩୫.୭ ଡିଗ୍ରୀ,ଟିଟିଲାଗଡ଼ରେ ୩୫.୫,ସୋନପୁରରେ ୩୫.୩,ଛତ୍ରପୁରରେ ୩୫.୨,ତାଳଚେରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି। ପୁରୀରେ ସ୍ବାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଅନୁଗୁଳରେ ସ୍ବାଭାବିକଠାରୁ ୨.୬,ଟିଟିଲାଗଡ଼ରେ ୧.୪ଡିଗ୍ରୀ ଅଧିକ ରହିଥିଲା।

ଆଜି ଓ ଆସନ୍ତା କାଲି ରାଜ୍ୟର ବିକ୍ଷିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ଅଛି। ବୁଧବାର ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ସୁନ୍ଦରଗଡ଼,କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଗୁରୁବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।