Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସତ ହେବ କି ପାଞ୍ଜିର ପୂର୍ବାନୁମାନ ? ପାଗ ହାଲକା ହେବା ପରେ ବଢିଲା ବାତ୍ୟା ଭୟ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସତ ହେବ କି ପାଞ୍ଜିର ପୂର୍ବାନୁମାନ ? ପାଗ ହାଲକା ହେବା ପରେ ବଢିଲା ବାତ୍ୟା ଭୟ

Key Points

  • ବାତ୍ୟା ଦାନା ଯାଉଯାଉ ପୁଣି ଲଘୁଚାପ ସମ୍ଭାବନା !
  • ଚିନ୍ତା ବଢାଇଲା IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟ

ଅର୍ଗସ ବ୍ୟୁରୋ: ସତ ହେବ କି ପାଞ୍ଜି କଥା ? ପୁଣି ନଭେମ୍ବରରେ ହେବ କି ବାତ୍ୟା ? (ALFA)କିଛି ଏମିତି ଚର୍ଚ୍ଚା ଭିତରେ IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟରେ ଯାହା ଆକଳନ କରାଯାଇଛି ତାହାକୁ ନେଇ ଚିନ୍ତା ବଢିଛି । କାରଣ ନଭେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବା ନେଇ ଆକଳନ କରାଯାଉଛି । ତେବେ ଏହା ଘନୀଭୂତ ହେବ କି ନାହିଁ ସ୍ପଷ୍ଟ ହୋଇନି । ହେଲେ ଲୋକେ କିନ୍ତୁ ଛାନିଆ ହେଲେଣି ।

ବାତ୍ୟା ଦାନା ପ୍ରଭାବରେ ଅଧା ଓଡ଼ିଶାରେ ପାଗ କୋହଲା ରହିବା ସହିତ ଉପକୂଳବର୍ତ୍ତୀ ଇଲାକାରେ ପ୍ରବଳ ବର୍ଷା ସହିତ ଟ୍ଵିନିସିଟିରେ ବି ପ୍ରବଳ ବର୍ଷିଥିଲା । ଅବଶ୍ୟ ଏହାପରେ ପାଗ ଅନୁକୂଳ ଥିଲା । କିନ୍ତୁ ଆଜି ସକାଳୁ କଟକ ଓ ଭୁବନେଶ୍ଵରରେ ବର୍ଷା ହେଉଛି । ସେପଟେ ସମୁଦ୍ରରେ ଲଘୁଚାପ ହେବା ନେଇ ଚର୍ଚ୍ଚା ଥିବାରୁ ପାଞ୍ଜିର କଥା ପୁଣି ଥରେ ମନେ ପଡ଼ିଯାଇଛି । କାରଣ ପଂଜିକାରେ ସ୍ପଷ୍ଟ ଭାବରେ କୁହାଯାଇଥିଲା କି ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାକୁ ବାତ୍ୟା ଭୟ ରହିଛି ।

ପାଞ୍ଜିକା ଅନୁସାରେ, ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏହାପୁଣି  ଅକ୍ଟୋବର ୧୭ରୁ ୨୩ ସହ ଅକ୍ଟୋବର ୨୬ରୁ ୩୦ ମଧ୍ୟେ ଏବଂ ନଭେମ୍ବର ୫ରୁ ୯ ମଧ୍ୟେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ଼ ଲଘୁଚାପ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବ । ପାଣିପାଗ ବିଭାଗର ପୂର୍ବାନୁମାନର ଯଥେଷ୍ଟ ପୂର୍ବରୁ ଓଡ଼ିଶା ଉପକୂଳରେ ଅକ୍ଟୋବରରେ ବାତ୍ୟା ହିଟ୍‌ ହେବ ବୋଲି କହିଥିଲା ପାଞ୍ଜି । ଯାହା ସତ ପ୍ରମାଣିତ ହୋଇସାରିଛି । ଏବେ ପୁଣି ନଭେମ୍ବରରେ ବାତ୍ୟା ହେବ ବୋଲି କୁହାଯାଇଥିବାରୁ ଲୋକେ ଛାନିଆ ହେଲେଣି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପାଞ୍ଜିର ପୂର୍ବାନୁମାନକୁ ନେଇ ଲୋକେ ଭୟଭୀତ ଥିବା ବେଳେ ପାଣିପାଗ ବିଭାଗ କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନି କି ସମୁଦ୍ରରେ ଲଘୁଚାପ ଦାନା ବାନ୍ଧୁଥିବା ନେଇ କୌଣସି ସୂଚନା ଏଯାବତ ନାହିଁ । କିନ୍ତୁ IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟର କଥାକୁ ଦେଖିଲେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆଣ୍ଡାମାନ ସାଗରରେ ଲଘୁଚାପ ହେବା ପୂର୍ବରୁ ଭାରତୀୟ ପାଣିପାଗ ବିଭଗ ବା ଆଇଏମଡି ବାତ୍ୟା ନେଇ ଖବର ଦେଇଥିଲା । କେଉଁଠି ଓ କେତେବେଳେ ବାତ୍ୟା ମାଡ଼ ହେବ ସେନେଇ ବି ସୂଚନା ଦିଆଯାଇଥିଲା । କେନ୍ଦ୍ରାପଡ଼ାକୁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବାଧିକ କ୍ଷତି କରିଥିଲା ଦାନା । ତେଣୁ ଏବେ ପୁଣି ଥରେ ଲଘୁଚାପ ଖବର ଆସୁଥିବାରୁ ଚର୍ଚ୍ଚା ଜୋର ।  କାରଣ ଭାରତୀୟ ପାଣିପାଗ ବିଭାଗର ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟରେ, ଏହି କଥା କୁହାଯାଇଛି । ଦକ୍ଷିଣ ବଙ୍ଗୋପସାଗରରେ ଏଭଳି ଏକ ସିଷ୍ଟମ ରୂପ ନେଇପାରେ । ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେଇପାରେ ବୋଲି ପରିବର୍ଦ୍ଧିତ ପାଣିପାଗ ଆକଳନରେ କୁହାଯାଇଛି । ବାତ୍ୟା ଦାନା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ଆକଳନ, ଚିନ୍ତା ବଢ଼ାଇଦେଇଛି ।
 

Sponsored
Depression forms over Bay of Bengal | Argus News