Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya sabha nomination / ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ମନମୋହନ,ସୁଜିତ,ସଂତୃପ୍ତ ଦିଲ୍ଳୀପ ଓ ଦତ୍ତେଶ୍ବର

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଜ୍ୟସଭା ଆସନ ପାଇଁ  ନାମାଙ୍କନ ଭରିଲେ  ମନମୋହନ,ସୁଜିତ,ସଂତୃପ୍ତ ଦିଲ୍ଳୀପ ଓ ଦତ୍ତେଶ୍ବର
Nomination

Key Points

ରାଜ୍ୟସଭା ଆସନ ପାଇଁ ଦାଖଲ ହେଲା ନାମାଙ୍କନ
୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି
ବିଜେପି ପକ୍ଷରୁ  ମନମୋହନ ସାମଲ ଓ ସୁଜିତ କୁମାର
ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିଛନ୍ତି
ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର,କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା
ରାଜ୍ୟସଭା ଆସନ ପାଇଁ ଦାଖଲ ହେଲା ନାମାଙ୍କନ। ବିଧାନସଭା ପରିସରରେ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ଶାସକ ବିଜେପି ପକ୍ଷରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ନାମାଙ୍କନ ଭରିଛନ୍ତି। ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ନାମାଙ୍କନ କରିଛନ୍ତି। କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିଛନ୍ତି। ଦିଲ୍ଲୀପଙ୍କ ବିଜେପି ସମର୍ଥନ କରିଛି। ଆଜି ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିଛନ୍ତି।
ରାଜ୍ୟସଭା ରେସ । ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରୁ ପୂଜା ମାଳ ଆସିବା ପରେ ଭୁବନେଶ୍ବର ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚାନା କରିଥିଲେ। ପରେ ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ କରିଛନ୍ତି। ନାମାଙ୍କନ ସମୟରେ ମନ୍ତ୍ରୀ, ବିଜେପି ବିଧାୟକ ଉପସ୍ଥିତ ଥିଲେ।

ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଳୀପ ରାୟ । ଦିଲ୍ଳୀପ ରାୟଙ୍କୁ ସମର୍ଥନ ଘୋଷଣା କରିଛି ବିଜେପି। ଦିଲ୍ଲୀପଙ୍କ ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବିଜେପିର ବିଧାୟକ, ମନ୍ତ୍ରୀ ଉପସ୍ଥିତ ଥିଲେ।

ସେପଟେ ମିଳିମିଶି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱେର ହୋତା।ଏହି ନାମାଙ୍କନ ଦାଖଲ ସମୟରେ ଦେଖିବାକୁ କିଛି ରୋଚକ ଦୃଶ୍ୟ । ପରସ୍ପର ବିରୋଧୀ ଥିବା ଦୁଇ ଦଳର ଦୁଇ ନେତା ଏକାଠି ଗୋଟିଏ ଜାଗାରେ ବସିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା ।

ଆସନ୍ତା କାଲି ପ୍ରାର୍ଥୀପତ୍ରର ହେବ ଯାଞ୍ଚ। ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍।
ରାଜ୍ୟସଭା ରେସରେ ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍ । ଦତ୍ତେଶ୍ୱର ହୋତା ବନାମ ଦିଲ୍ଲୀପ ରାୟ । ଦତ୍ତେଶ୍ୱରକୁ ନେଇ କଂଗ୍ରେସରେ କେଁ । ନିର୍ବାଚନ ବେଳେ କ୍ରସ ଭୋଟିଂ ସମ୍ଭାବନା । ଏପଟେ ଦତ୍ତେଶ୍ୱରଙ୍କ ଟ୍ରାକ ରେକର୍ଡ ବଢ଼ାଇଲା ବିବାଦ । କମନ କ୍ୟାଣ୍ଡିଡେଟ କରି ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନା ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାକୁ ସମର୍ଥନ ଜଣାଇଥିଲା କଂଗ୍ରେସ । ଭୋଟ୍‌ ଗଣିତ ଦେଖିଲେ ରାଜ୍ୟସଭାର ଚତୁର୍ଥ ଆସନ ଯେ ଦତ୍ତେଶ୍ୱର ବାଜି ମାରି ନେବେ ତାହା ଜଳ ଜଳ ଦିଶୁଥିଲା ହେଲେ ବିଜେପି ଶିବିରରୁ ଗ୍ରୀନ୍‌ ସିଗନାଲ ପାଇବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହେବା ସବୁ ଅଙ୍କ ବିଗାଡି ଦେଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya sabha nomination | Odisha Rajya Sabha Elections: 5 Candidates File Nominations for 4 Seats | Argus News