Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajyasabha Election / ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ,୧୬ରେ ଭୋଟ୍

Bikash Mohanty
Browse all articles by Bikash Mohanty
·4 months ago·3 min read
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ,୧୬ରେ ଭୋଟ୍
Nomination

Key Points

ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ
୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ
ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର
ବିଜେଡିରୁ ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା 
ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ 

ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଥିବାରୁ ଓ ଆଜି ଶେଷ ଦିନ ହୋଇଥିବାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ । ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇ ସାରିଛି ।

ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ବିଜେଡିରୁ ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଛି କିନ୍ତୁ ଫେବ୍ରୁଆରୀ ୨୬ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏପର୍ୟ୍ୟନ୍ତ କେହି ନାମାଙ୍କନ ଦାଖଲ ନାହାନ୍ତି ।

ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ କାଲି ସମସ୍ତେ ନାମାଙ୍କନ ଦାଖଲ କରିବେ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍ ।
ଦିଲ୍ଲୀପ ନା ଦତ୍ତେଶ୍ବର ତାକୁ ନେଇ ତେଜିଲା ବିଜେପି, ବିଜେଡି ଓ କଂଗ୍ରେସ ନେତାଙ୍କ ବୟାନବାଜି । ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ମନମୋହନ ସାମଲ ଅପିଲ୍ କରିଛନ୍ତି । ସେପଟେ ସଂତୃପ୍ତ କହିଲେ ଦୁଇଟି ଆସନରେ ଜିତିବ ବିଜେଡି ।
ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ ପ୍ରାର୍ଥୀ ଭାବେ ଘୋଷଣା ଓ ପରେ ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ଛିଡା ହେବା ରାଜ୍ୟସଭା ଲଢେଇକୁ ଆହୁରି ରୋଚକ କରି ଦେଇଛି । ଦିଲ୍ଲୀପ ରାୟ ଜିତିବା ନେଇ ବେଶ୍ ଆତ୍ମବିଶ୍ବାସୀ ଥିବା ବେଳେ ବିଜେପି ମଧ୍ୟ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛି ।

ସେପଟେ ବିଜେଡିର କମନ ପ୍ରାର୍ଥୀ ଫର୍ମୁଲା କେତେ ସଫଳ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଦତ୍ତେଶ୍ବରଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି କହିଛି ହେଲେ ଅସନ୍ତୁଷ୍ଟଙ୍କୁ କେମିତି ଆକଟ କରି ଉଭୟ ବିଜେଡି ଓ କଂଗ୍ରେସ ରଖିବେ ତାହା ଏବେ ଚର୍ଚ୍ଚାର ବିଷୟ । ତେବେ ଏଭଳି ସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦମ୍ଭୋକ୍ତି କରି କହିଛନ୍ତି, ହୋଲି ଖେଳିଲେ ରଙ୍ଗ ବଦଳି ଯାଏ, କିନ୍ତୁ ଗାଧେଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଓଡ଼ିଶାବାସୀ ଅସଲ ଚେହେରାକୁ ଚିହ୍ନଛନ୍ତି । ଆମେ ଆଶାବାଦୀ ଆମର ଦୁଇ ପ୍ରାର୍ଥୀ ଜିତିବେ । ଅନ୍ୟପଟେ କଂଗ୍ରେସ ସମର୍ଥନ ଦେବନି ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।
ଆଉ ତିନି ଦଳଙ୍କ ଛକାପଞ୍ଝା ଭିତରେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ସିଧା ନ କହିଥଲେ ବି ବିଜେଡିକୁ ସମର୍ଥନ ଦେବେନି ବୋଲି ପରୋକ୍ଷରେ ସଂକେତ ଦେଇଛନ୍ତି ।

ସଂଖ୍ୟା ଦୃଷ୍ଟିରୁ ୨ଟି ସିଟରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର । ଆଉ ଗୋଟିଏ ସିଟରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହେବା ସୁନିଶ୍ଚିତ । ତେବେ ଏଠି ପ୍ରଶ୍ନ ବିଜେଡିର କମନ ପ୍ରାର୍ଥୀ ଡାକ୍ତର ଦତ୍ତ୍ୱେଶ୍ବର ହୋତାଙ୍କୁ ବଳକା ସମସ୍ତ ବିଜେଡି ବିଧାୟକ ଓ କଂଗ୍ରେସର ସବୁ ବିଧାୟକ ଭୋଟ ଦେବେ ତ ? କିଛି ନେତାଙ୍କ ଭିତରେ ଥିବା ଅସନ୍ତୋଷ କ୍ରସ୍‌ ଭୋଟିଂରେ ପ୍ରତିଫଳିତ ହେବାର ଆଶଙ୍କା ରହିଛି । ଏପରି ସ୍ଥଳେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବାଜି ମାରି ନେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajyasabha Election | Rajyasabha Election | Odisha Rajya Sabha Elections: Five Candidates File Nominations on Final Day | Argus News