Videos
|
Odisha

ପଦାକୁ ଆସିଲା ନଳ ଯୋଗେ ଜଳ ସଂଯୋଗର ଦୟନୀୟ ଚିତ୍ର

Smruti Parija
Browse all articles by Smruti Parija
·1 year ago·2 min read
 ପଦାକୁ ଆସିଲା ନଳ ଯୋଗେ ଜଳ ସଂଯୋଗର ଦୟନୀୟ ଚିତ୍ର

Key Points

ସାମ୍ନାକୂୁ ଆସିଲା ନଳ ଯୋଗେ ଜଳ ସଂଯୋଗର ଦୟନୀୟ ଚିତ୍ର
ଟ୍ୟାପ୍ ୱାଟର କନେକ୍ସନରେ ଓଡ଼ିଶା ତଳ ଆଡୁ ୬ ନମ୍ବର ରାଜ୍ୟ
୩୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ୨୮ ନମ୍ବରରେ ଓଡ଼ିଶା
ଲୋକଙ୍କୁ ନଳରେ ଜଳ ଯୋଗାଣରେ କାହାଯୋଗୁଁ ଏପରି ଦୁର୍ଦ୍ଦଶା ?
ପୂର୍ବ ସରକାର ଆଡକୁ ଆଙ୍ଗୁଳି ଉଠାଇଲେ ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଶାରେ ବାଟବଣା ମୋଦିଙ୍କ ହର ଘର ଜଲ ଯୋଜନା । ଲୋକଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଲୋକସଭା ଉତ୍ତରରେ ସାମ୍ନାକୁ ଆସିଛି ଏହି ସାଙ୍ଘାତିକ ତଥ୍ୟ । ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ୮୮ ଲକ୍ଷ ୬୭ ହଜାର ପରିବାର ମଧ୍ୟରୁ ୨୦ ଲକ୍ଷ ୫୨ ହଜାର ପରିବାର ପାଖରେ ଏଯାଏ ପହଁଚି ପାରିନି ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ । ୩୫ ହଜାର କୋଟି ଟଙ୍କାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡି ରହିଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ସୁଚନା ଅଧିକାର କର୍ମୀ ।


ପାନୀୟ ଜଳ ବ୍ୟବସ୍ଥା ଏବେ ସରକାରଙ୍କ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ। ଦୂଷିତ ପାଣି ପିଇବା ଯେଗୁଁ ବିଭିନ୍ନ ସମୟରେ ହଇଜା ଲୋକଙ୍କ ଜୀବନ ନେଉଛି । ରାଜ୍ୟର ୨୦୭ଟି ମେଗା ପ୍ରକଳ୍ପ ମଧ୍ୟରୁ ମାତ୍ର ୧୮ ଟି ପ୍ରକଳ୍ପରେ ସବୁ ଘରକୁ ନଳ ଯୋଗେ ଜଳ ବ୍ୟବସ୍ଥା ହୋଇଛି। ଅଗଷ୍ଟରେ ୨୧ ଟି, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବର ସୁଦ୍ଧା ୨୨ଟି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖିଛି ପାନୀୟ ଜଳ ବିଭାଗ । ରାଜ୍ୟରେ ପାନୀୟ ଜଳ ଯୋଗାଣର ଏ ବିକଳ ସ୍ଥିତି ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ପଞ୍ଚୟତିରାଜ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରତି ଘରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୦୧୯ ରୁ ହର ଘର ଜଲ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏହି ଯୋଜନା ଅନ୍ତର୍ଗତ ଗୁଜରାଟ, ହରିଆଣା, ଗୋଆ ଭଳି ୧୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି । ହେଲେ ଆର୍ଥିକ ଅନୁଦାନ ଆସିଥିଲେ ମଧ୍ୟ ଓଡିଶା ଏହି ତାଲିକାରେ ଏତେ ପଛରେ ରହିବା ଯୋଜନାର କ୍ରିୟାନ୍ବୟନ ନେଇ ପ୍ରଶ୍ନ ଉଠାଇଛି।

odisha-ranks-6th-in-tap-water-connections | Argus News