Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକସଭାରୁ ଆସିଲା ତଥ୍ୟ, ଖୋଲିଲା ଗତ ୩ ବର୍ଷର ଗୁମର

Smruti Parija
Browse all articles by Smruti Parija
·11 months ago·2 min read
ଲୋକସଭାରୁ ଆସିଲା ତଥ୍ୟ, ଖୋଲିଲା ଗତ ୩ ବର୍ଷର ଗୁମର

Key Points

- ଜାଲ୍ ଜବକାର୍ଡରେ ଦେଶରେ ଦୁଇ ନମ୍ବରରେ ଓଡିଶା
- ଲୋକସଭାରୁ ଆସିଲା ତଥ୍ୟ, ଖୋଲିଲା ଗତ ୩ ବର୍ଷର ଗୁମର
- 24-25ରେ ବିହାର ପରେ ସବୁଠୁ ଅଧିକ ଜାଲ ଜବକାର୍ଡ ଥିଲା ଓଡିଶାରେ
- 2022 ଓ 23 ରେ ପୁରା ଦେଶରେ ଜାଲ ଜବକାର୍ଡରେ ଓଡିଶା ଥିଲା ଦୁଇ ଓ ତିନି ନମ୍ବରରେ
- ମନେରେଗାରେ ଶ୍ରମିକଙ୍କ ମିଳୁନ ଥିଲା କାମ, ମେସିନ କାମ କରିବାର ଥିଲା ପୁଳା ପୁଳା ଅଭିଯୋଗ
- ଦୁଇ ମାସ ତଳେ ବିନିକାରେ ଖୋଦ ପଞ୍ଚାୟତ ରାଜ ମନ୍ତ୍ରୀ ଗ୍ରାଉଣ୍ଡରେ ଧରିଥିଲେ ସତ
- ପ୍ରଶ୍ନ ଲକ୍ଷ ଲକ୍ଷ ଜାଲ ଜବ କାର୍ଡ କିଏ କେମିତି କରାଇ ଲୋକଙ୍କ ପଇସା କରୁଥିଲା ଲୁଟ?

ବିଜେଡି ସରକାର ସମୟରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଥିଲା ଚରମ ସୀମାରେ । ଦୁର୍ନୀତିର ଚେର ଶାସନ ଓ ପ୍ରଶାସନ କୁ ଏମିତି କବଳିତ କରିଥିଲା ଯେ ଏବେ ପର୍ଯ୍ୟନ୍ତ ବି ତାର ପ୍ରଭାବ ଦେଖିବାକୁ ମିଳୁଛି । ଖୋଳତାଡ଼ ଯେତେ ହେଉଛି ସେତେ ଦୁର୍ନୀତିର ଗୁମର ଫିଟୁଛି । ଲୋକସଭାର ତଥ୍ୟ କହୁଛି ଗତ ତିନି ବର୍ଷରେ ଓଡିଶାରେ ପ୍ରାୟ ଦେଢ଼ ଲକ୍ଷ ଫେକ ଜବକାର୍ଡ ବାଦ ଦିଆଯାଇଛି । ୨୦୨୨-୨୦୨୩ ରେ ୧ ଲକ୍ଷ ୧୪ ହଜାର ୪୫୪ ଫେକ ଜବ୍ କାର୍ଡ, ୨୦୨୩-୨୪ରେ ୨୨ ହଜାର ୨୬୪ ଓ ୨୦୨୪-୨୫ରେ ୭ ହଜାର ୫୬୬ଟି ଫେକ୍ ଜବ କାର୍ଡ ବାଦ ଦିଆଯାଇଛି । ଏ ତଥ୍ୟକୁ ଦେଇ ନିଜ ଅଞ୍ଚଳର ଫେକ ଜବକାର୍ଡର ଉଦାହରଣ ଦେଇ ପୂର୍ବ ସରକାରକୁ ଘେରିଛନ୍ତି ଯାଜପୁର ସାଂସଦ ।


ଲୋକଙ୍କ ପାଖରେ ଜବ କାର୍ଡ ଥାଇ କାମ ମିଳୁ ନ ଥିଲା...ବର୍ଷ ବର୍ଷ ଧରି ଏମତି ଚାଲି ଆସୁଥିଲା...ଜାଲ ଜବକାର୍ଡ ପ୍ରସ୍ତୁତ କରି ଦୁର୍ନୀତିଖୋର ବାବୁ ଓ ଠିକାଦର ଲୁଟଥିଲେ ଲୋକଙ୍କ ଟଙ୍କା.. ଯାହାର ପ୍ରମାଣ କିଛି ଦିନ ତଳେ ଗ୍ରାଉଣ୍ଡ ଜିରୋରେ ଧରିଥିଲେ ମନ୍ତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଂସଦ ରେ ଓଡ଼ିଶାକୁ ନେଇ ଏଭଳି ତଥ୍ୟ ଆସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଦେଖା ଦେଇଛି ରାଜନୈତିକ ଆରୋପ ଓ ପ୍ରତ୍ୟରୋପ ।


ଚାଲିଥିବା ଜବକାର୍ଡ ଫ୍ରଡ଼ ଖୋଳତାଡ଼କୁ ନେଇ ରାଜ୍ୟ ସରକାର କେଉଁ ବଡ଼ ଅଧିକାରୀଙ୍କ ଉପରେ କି ଆକ୍ସନ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । 

Sponsored
odisha-ranks-second-in-the-country-in-fake-job-cards | Argus News