Videos
|
Odisha

Ration Card / ରାସନକାର୍ଡ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା; ବିଧାନସଭାରେ କହିଲେ- କିଏ ପଡ଼ିବେ ବାଦ୍

Sushanta Sahoo
Browse all articles by Sushanta Sahoo
·9 months ago·2 min read
ରାସନକାର୍ଡ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା; ବିଧାନସଭାରେ କହିଲେ- କିଏ ପଡ଼ିବେ ବାଦ୍
Who Will Lose Ration Cards ?

Key Points

ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ସରକାର ରାସନକାର୍ଡ ଯାଞ୍ଚ କରୁଛନ୍ତି । ଯେଉଁ ରାସନକାର୍ଡଧାରୀମାନେ ଗତ ୬ରୁ ୧୨ ମାସ ଧରି ଲଗାତାର ରାସନ ସାମଗ୍ରୀ ଉଠାଣ କରିନାହାନ୍ତି ସେମାନଙ୍କର କାର୍ଡ କଟିବ ।
ଭୁବନେଶ୍ଵର: ରାଜ୍ୟର ୯୭ ଲକ୍ଷ ୪୦ ହଜାର ୧୧୪ ପରିବାରର ୩ କୋଟି ୨୫ ଲକ୍ଷ ୮୮ ହଜାର ୮୭୯ ଜଣ ସଜସ୍ୟ ସରକାରଙ୍କ ଠାରୁ ରାସନ କାର୍ଡରେ ଚାଉଳ ପାଉଛନ୍ତି । ଉଭୟ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଛି ମାଗଣା ଚାଉଳ ।

ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ସରକାର ରାସନକାର୍ଡ ଯାଞ୍ଚ କରୁଛନ୍ତି । ଯାଞ୍ଚ ବେଳେ କେଉଁ ଅସୁବିଧା ଥିଲେ ରାସନକାର୍ଡ କଟିବ ସେନେଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ: ଯୋଗାଣମନ୍ତ୍ରୀ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ଲିଖିତ ଉତ୍ତର ଅନୁସାରେ, "ଯେଉଁ ରାସନକାର୍ଡଧାରୀମାନେ ଗତ ୬ରୁ ୧୨ ମାସ ଧରି ଲଗାତାର ରାସନ ସାମଗ୍ରୀ ଉଠାଣ କରିନାହାନ୍ତି ସେମାନଙ୍କର କାର୍ଡ କଟିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ଯେଉଁମାନେ ନିଜ ଆଧାର ନମ୍ବର ବ୍ୟବହାର କରି ଓଡ଼ିଶା ଏବଂ ଅନ୍ୟ କୌଣସି ରାଜ୍ୟରୁ ସମାନ୍ତରାଳ ଭାବେ ରାସନକାର୍ଡ ହାତେଇ ରାସନ ସାମଗ୍ରୀ ଉଠାଣ କରୁଛନ୍ତି । ସେମାନଙ୍କର ରାସନକାର୍ଡ ମଧ୍ୟ କଟିବ ।

ଭାରତ ସରକାରଙ୍କ ଆଧାର ସର୍ଭରରେ ମୃତ ବ୍ୟକ୍ତି ବୋଲି ଚିହ୍ନିତ ହୋଇଥିଲେ ସେମାନଙ୍କର କ୍ଷେତ୍ର ତର୍ଜମା କରାଯାଇ ରାସନକାର୍ଡରୁ ବାଦ୍ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିସହ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍-୨୦୨୦ ଆଧାରରେ ନିୟମିତ ବ୍ୟବଧାନରେ ରାସନକାର୍ଡର ଯାଞ୍ଚ ହୁଏ । ଆଇନ୍‌ରେ ବାଦ୍ ଦେବା ମାନଦଣ୍ଡ ଅଧିନରେ ଆସୁଥିବା ରାସନକାର୍ଡ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥାଏ ।

ଅକ୍ଟୋବର ମାସରେ ସରକାର ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇକେୱାଇସି କରି ନାହାନ୍ତି । ଏବେ ସରକାର ପୁଣି ଥରେ ଇ-କେୱାଇସି ଲାଗି ସୁଯୋଗ ପ୍ରଦାନ କରିଛନ୍ତି । ଯାହାଦ୍ଵାରା କେହି ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ୍ ପଡ଼ିବେ ନାହିଁ ।

ଏଥିସହ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନି କୌଣସି ଯୋଗ୍ୟ ହିତାଧିକାରୀ

ଏହା ପୂର୍ବରୁ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି ।

ସେତେବେଳେ ମନ୍ତ୍ରୀ କହିଥିଲେ, ୯୭.୪୦ ଲକ୍ଷ ପରିବାରର ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି ।

Related Topics

Explore more stories