Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫେବ୍ରୁଆରୀ ଆରମ୍ଭରୁ ପାରଦ ୩୬ ପାର୍‍, ବଲାଙ୍ଗିର ସବୁଠୁ ଉତ୍ତପ୍ତ

Odisha

ଫେବ୍ରୁଆରୀ ଆରମ୍ଭରୁ ପାରଦ ୩୬ ପାର୍‍, ବଲାଙ୍ଗିର ସବୁଠୁ ଉତ୍ତପ୍ତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଫେବ୍ରୁଆରୀ ଆରମ୍ଭରୁ ପାରଦ ୩୬ ପାର୍‍, ବଲାଙ୍ଗିର ସବୁଠୁ ଉତ୍ତପ୍ତ

Key Points

ଫେବ୍ରୁଆରୀ ପ୍ରଥମରୁ ରେକର୍ଡ ଭାଙ୍ଗିଲାଣି ତାତି

ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଟପିଛି

୩୬.୭ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ଵର: ମାଘରେ ଗାଏବ 'ବାଘ' ଶୀତ । ଶୀତ କଥା ତ ଛାଡ଼ନ୍ତୁ ମାଘ ସରିନି କିନ୍ତୁ କଲବଲ କଲାଣି ଖରା । ଜାନୁଆରୀ ଶେଷ ସପ୍ତାହରୁ ରାଜ୍ୟରେ ବଢ଼ୁଥିବା ପାରଦ ଫେବ୍ରୁଆରୀ ପ୍ରଥମରୁ ରେକର୍ଡ ଭାଙ୍ଗିଲାଣି । ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଟପିଛି । ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୩୬ ଡିଗ୍ରୀ ଅତିକ୍ରମ କରିଛି ।


ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ରାଜ୍ୟର ୧୧ ସହରରେ ପାରଦ ୩୪ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ପାରଦ ୩୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୩୫.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ, ସମ୍ବଲପୁରରେ ୩୫.୧ ଡିଗ୍ରୀ, ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ଭୁବନେଶ୍ଵରରେ ପାରଦ ୩୪.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୋନପୁରରେ ୩୪.୮ ଡିଗ୍ରୀ, ଭଦ୍ରକରେ ୩୪.୫ ଡିଗ୍ରୀ ଏବଂ ଅନୁଗୁଳ ଓ ସୁନ୍ଦରଗଡ଼ରେ ପାରଦ ୩୪.୧ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ ରହିଛି ।


ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ଲାଗି ରହିବ । ଆଗାମୀ ୨ ଦିନ ପାଇଁ ଘନ କୁହୁଡ଼ି ନେଇ କେତକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଦେଇଛି । ତେବେ ମାଘ ନ ସରୁଣୁ ଫେବ୍ରୁଆରୀ ପହିଲାରୁ ତାତି ବଢ଼ିଛି । ଫେବ୍ରୁଆରୀରେ ପାରଦ ୩୬ ଟପିଥିବାରୁ ମାର୍ଚ୍ଚ, ଏପ୍ରିଲ୍ ଓ ମେରେ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

Sponsored
Odisha Records 36.7 Degree Celsius On February Highest Temperature This Year | Argus News