Videos
|
Odisha

ହାତୀ ଆକ୍ରମଣରେ ଓଡ଼ିଶାରେ ଦେଶର ସର୍ବାଧିକ ଜୀବନ ହାନି

Rashmita Mishra
Browse all articles by Rashmita Mishra
·1 year ago
ହାତୀ ଆକ୍ରମଣରେ ଓଡ଼ିଶାରେ ଦେଶର ସର୍ବାଧିକ ଜୀବନ ହାନି

Key Points

ହାତୀ ନେଉଛି ଜୀବନ
୫ବର୍ଷରେ ଯାଇଛି ୬୨୪ଜଣଙ୍କ ଜୀବନ
ଜନବସତି ଆଡକୁ ବାରମ୍ବାର ମାଡି ଆସୁଛନ୍ତି ହାତୀ
ହାତୀ ଆକ୍ରମଣରେ ସମ୍ପତ୍ତି ନଷ୍ଟ ସହ ଫସଲ ହାନି ହେଉଛି
ଦେଶରେ ୫ବର୍ଷରେ ହାତୀ ଆକ୍ରମଣରେ ୨୮୬୯ ଜଣଙ୍କ ମୃତ୍ୟୁ

ହାତୀ ମଣିଷ ଲଢେଇରେ ଯାଉଛି ଜୀବନ । ହାତୀ ଆକ୍ରମଣରେ ଓଡିଶାରେ ୫ବର୍ଷରେ ଯାଇଛି ୬୨୪ ଜୀବନ । ପ୍ରତିବର୍ଷ ଯାଉଛି ଶହେରୁ ଅଧିକ ଜୀବନ । ସମଗ୍ର ଦେଶରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ ହୋଇଥିବା ରାଜ୍ୟସଭାରେ ତଥ୍ୟ ରଖାଯାଇଛି । ରାଜ୍ୟରେ ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୯୩, ୨୦୨୧-୨୨ରେ ୧୧୨, ୨୦୨୨-୨୩ରେ ୧୪୮ ଓ ୨୦୨୩-୨୪ରେ ୧୫୪ଜଣଙ୍କ ମୃତ୍ୟୁ ହୋଇଛି । ଜନବସତି ଆଡକୁ ହାତୀ ମାଡି ଆସୁଥିବାରୁ ବ୍ୟାପକ ଫସଲ ହାନି ସହ ନଷ୍ଟ ହେଉଛି ସମ୍ପତ୍ତି। ଗତ ୫ବର୍ଷ ଭିତରେ ଦେଶରେ ୨୮୬୯ ଜଣଙ୍କ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
odisha-records-highest-loss-of-life-in-elephant-attacks-in-the-country | Argus News