Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ବନ୍ଦ ବିଦ୍ୟାଳୟକୁ ଖୋଲୁଛନ୍ତି ରାଜ୍ୟ ସରକାର, ଏବେ ସୁଦ୍ଧା ଖୋଲିଲାଣି ୪୬ଟି ପ୍ରାଥମିକ ସ୍କୁଲ୍

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବନ୍ଦ ବିଦ୍ୟାଳୟକୁ ଖୋଲୁଛନ୍ତି ରାଜ୍ୟ ସରକାର, ଏବେ ସୁଦ୍ଧା ଖୋଲିଲାଣି ୪୬ଟି ପ୍ରାଥମିକ ସ୍କୁଲ୍

Key Points

କମ୍ ଛାତ୍ରଛାତ୍ରୀ ଥିବାରୁ ରାଜ୍ୟରେ ମୋଟ ୪ ହଜାର ୬୧୯ଟି ପ୍ରାଥମିକ ବିଦ୍ୟାଳୟକୁ ପୂର୍ବ ସରକାର ବନ୍ଦ କରିଥିଲେ । କଟକ ଜିଲ୍ଲାରେ ସର୍ବାଧିକ ୩୯୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଏକମାତ୍ର ଜିଲ୍ଲା ଭାବେ ପୁରୀରେ ଗୋଟିଏ ବି ବିଦ୍ୟାଳୟରେ ତାଲା ପଡ଼ିନି ।

ଭୁବନେଶ୍ଵର: ପୂର୍ବ ସରକାରରେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲୁଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ ବନ୍ଦ ହୋଇ ପଡ଼ିଥିବା ବିଦ୍ୟାଳୟକୁ ଖୋଲା ଯାଉଛି । ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ଏ ତଥ୍ୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।


ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ତଥ୍ୟ ଅନୁସାରେ, '୨୦୨୦ ଡିସେମ୍ବର ୧୪ ସୁଦ୍ଧା ରାଜ୍ୟରେ ସମୁଦାୟ ୪ ହଜାର ୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିଲା । ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଫଳରେ ସରକାର ୪୬ଟି ବିଦ୍ୟାଳୟକୁ ଖୋଲିଛନ୍ତି । ଆଉ ୫ଟି ବନ୍ଦ ବିଦ୍ୟାଳୟକୁ ଖୋଲିବା ପାଇଁ ଆବେଦନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଚାରାଧୀନ ରହିଛି ।'


ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, କମ୍ ଛାତ୍ରଛାତ୍ରୀ ଥିବାରୁ ରାଜ୍ୟରେ ମୋଟ ୪ ହଜାର ୬୧୯ଟି ପ୍ରାଥମିକ ବିଦ୍ୟାଳୟକୁ ପୂର୍ବ ସରକାର ବନ୍ଦ କରିଥିଲେ । କଟକ ଜିଲ୍ଲାରେ ସର୍ବାଧିକ ୩୯୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଏକମାତ୍ର ଜିଲ୍ଲା ଭାବେ ପୁରୀରେ ଗୋଟିଏ ବି ବିଦ୍ୟାଳୟରେ ତାଲା ପଡ଼ିନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଟକ ପରେ ଦ୍ଵିତୀୟ ସର୍ବାଧିକ ୩୨୬ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି ଗଞ୍ଜାମ ଜିଲ୍ଲାରେ । ସେହିଭଳି ମୟୂରଭଞ୍ଜରେ ୩୦୮ଟି, ଯାଜପୁରରେ ୨୮୩ଟି, କୋରାପୁଟରେ ୨୪୮ଟି, ଗଜପତିରେ ୨୪୭ଟି, ବରଗଡ଼ରେ ୨୦୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି ।


ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପରେ ଖୋଲିଥିବା ୪୬ଟି ବିଦ୍ୟାଳୟରୁ ବରଗଡ଼ରେ ୭ଟି, ଦେବଗଡ଼ରେ ୧୦ଟି, ଢେଙ୍କାନାଳରେ ୨୨ଟି, ଯାଜପୁରରେ ୪ଟି, ଖୋର୍ଦ୍ଧା ଜିଲ୍ଲାର ୩ଟି ପ୍ରାଥମିକ ବିଦ୍ୟାଳୟ ରହିଛି । ଏବେ ନବରଙ୍ଗପୁର ଜିଲ୍ଲାର ୫ଟି ବିଦ୍ୟାଳୟ ଖୋଲିବା ପାଇଁ ବିଭାଗ ନିକଟରେ ଆବେଦନ ବିଚାରାଧୀନ ରହିଛି ।

Related Topics

Explore more stories

Sponsored
Odisha Assembly | Odisha Reopens 46 Closed Primary Schools | Argus News | Argus News