ରାଜ୍ୟରୁ ୫ କୋଭିଡ ଆକ୍ରାନ୍ତ ଚିହ୍ନଟ, ସମସ୍ତ ଆକ୍ରାନ୍ତ ରାଜଧାନୀରୁ

Key Points
ରାଜ୍ୟରୁ ମୋଟ ୫ କୋଭିଡ ଆକ୍ରାନ୍ତ ଚିହ୍ନଟ
ସମସ୍ତ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ସୂଚନା
ରାଜ୍ୟରୁ ମୋଟ ୫ କୋଭିଡ ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ସୂଚନା । ପୂର୍ବରୁ ଜଣେ ହୋଇଥିଲେ ଚିହ୍ନଟ । ଏବେ ଆଉ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା । ସେପଟେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନାହିଁ । ବ୍ୟସ୍ତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଯଦି କେଉଁଠି ରିପୋର୍ଟ ଆସେ RTPCR କରିବୁ, ଦରକାର ହେଲେ ଜିନମ୍ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନର ସବ୍ ଭାରିଆଣ୍ଟ JN 1 ଚିହ୍ନଟ ହୋଇଛି ।
ଏଯାଏଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ନୂଆ ଗାଇଡଲାଇନ୍ ଆସିନାହିଁ । ପୂର୍ବରୁ ଥିବା ୨୦୨୨ ମସିହା ଗାଇଡ ଲାଇନ୍ ଅନୁସାରେ ହସ୍ପିଟାଲମାନେ କାମ କରୁଛନ୍ତି । ସେପଟେ ଦେଶରେ ତୀବ୍ର ହେଉଛି NB-1.8.1 ଭାରିଏଣ୍ଟ ସଂକ୍ରମଣ । ଦେଶରେ ହଜାରେ 10 ସକ୍ରିୟ ମାମଲା ହ୍ନଟ ହୋଇଛନ୍ତି । ବିଶେଷକରି କେରଳ, ମହାରାଷ୍ଟ୍ର, ନୂଆଦିଲ୍ଲୀରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।