Videos
|
Odisha

ଆନ୍ଦୋଳନରୁ ଓହରିବାକୁ ଓଡ଼ିଶା ରାଜସ୍ଵ ଅମଲା ସଂଘକୁ ମନ୍ତ୍ରୀଙ୍କ ଅପିଲ୍, ନହେଲେ ପଦକ୍ଷେପ ନେବେ ସରକାର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆନ୍ଦୋଳନରୁ ଓହରିବାକୁ ଓଡ଼ିଶା ରାଜସ୍ଵ ଅମଲା ସଂଘକୁ ମନ୍ତ୍ରୀଙ୍କ ଅପିଲ୍, ନହେଲେ ପଦକ୍ଷେପ ନେବେ ସରକାର

Key Points

ସମୂହ ଛୁଟିରୁ ଓହରି ଆସିବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ । ନହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।

ଭୁବନେଶ୍ଵର: ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅ । ଓଡ଼ିଶା ରାଜସ୍ଵ ଅମଲା ସଂଘକୁ ଅପିଲ୍ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସମୂହ ଛୁଟିରୁ ଓହରି ଆସିବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ । ନହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ । କାମ ନ କଲେ ଅମଲାଙ୍କ ଦରମା ବନ୍ଦ କରାଯିବ ବୋଲି କହିଛନ୍ତି ।


ମନ୍ତ୍ରୀ କହିଛନ୍ତି, ଅମଲା ସଂଘର ଦାବିପତ୍ର ନେଇ ମୁଁ ଓ ଆମ ବିଭାଗ ସେମାନଙ୍କ ସହ ଆଲୋଚନା କରିଛୁ । କ୍ୟାଡର ପୁନର୍ଗଠନ ରାଜସ୍ଵ ବିଭାଗ କରି ନାହିଁ, ତାହା ସାଧାରଣ ପ୍ରଶାସନ ବିଭାଗ କରିଛି । ରାଜସ୍ଵ ବିଭାଗ ଟିପ୍ପଣୀ ସହ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଛୁ । ଶେଷ ନିଷ୍ପତ୍ତି ସାଧାରଣ ପ୍ରଶାସନ ବିଭାଗ ନେବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଅମଲାଙ୍କ ଆନ୍ଦୋଳନ ଫଳରେ ଓଡ଼ିଶାବାସୀ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି ।


ତେଣୁ ଅମଲାଙ୍କ ସମୂହ ଛୁଟି ଆବେଦନ ବାତିଲ୍ କରାଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ପଠା ଯାଇଛି । କାମ ନ କଲେ ଦରମା ବନ୍ଦ ନୀତି ସରକାରଙ୍କର ପୂର୍ବରୁ ରହିଛି । ଛୁଟିରେ ଗଲେ ଦରମା ବନ୍ଦ କରି ଦିଆଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।


ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ଵ ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ସମସ୍ତ କର୍ମଚାରୀଙ୍କ ମୂଳ ଦରମା ସହ ଲେବୁଲ -୯ରେ ସାମିଲ କରିବାକୁ ଦାବି କରୁଛନ୍ତି । ପୂର୍ବରୁ ମଧ୍ୟ ୯ ଦଫା ଦାବି ନେଇ ଅମଲା ସଂଘ ଆନ୍ଦୋଳନ କରିଥିଲା । ସେତେବେଳେ ସରକାର ଗୋଟିଏ ଦାବି ମାନି ନେଇଥିବା ବେଳେ ପୁଣି ଥରେ ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: