Rice Atm / ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM
·4 months ago·2 min read

Key Points
ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM
ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ
୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି
ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୁଚନା

ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ ଏହି ଚାଉଳ ATM. ରାଜ୍ୟର ପ୍ରଥମ ଚାଉଳ ATM ଭୁବେନେଶ୍ୱର ମଞ୍ଚେଶ୍ୱରରେ ଖୋଲିଥିଲା ୨୦୨୪ ଜୁଲାଇରୁ ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି। ମୋଟ୍ ୩ ହଜାର ୮ ଶହ ୫ କୁଇଣ୍ଟାଲ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି ବୋଲି କହିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି।
ସେପଟେ ରାସନ କାର୍ଡଧାରୀଙ୍କୁ ଓଜନ ମାପରେ ଠକିଛନ୍ତି ଡିଲର। ଠକିଥିବା ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ସରକାର ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ଚଳିତ ବର୍ଷ ୩୬୨୪ ତଦନ୍ତ କରାଯାଇ ୭୫ ଟି ରାସନ ଡିଲର ଙ୍କ ଲାଇସେନ୍ସ ବାତିଲ କରାଯିବା ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଧାନସଭା ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ଦେଇଛନ୍ତି।
୨୦୨୪ ଅଗଷ୍ଟ ୮ ତାରିଖରେ ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଥିଲା ରାଜ୍ୟର ପ୍ରଥମ ଚାଉଳ ATM, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଥିଲେ। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇଥିଲେ। ସବୁ ରାଜ୍ୟର, ସବୁ ଜିଲ୍ଲାର ହିତାଧିକାରୀ ଏହି ATM ରୁ ଚାଉଳ ନେଇପାରିଥିଲେ। ଏହି ATM ବ୍ୟବସ୍ଥାକୁ ପ୍ରଶଂଶା କରୁଛନ୍ତି ଉପଭୋକ୍ତା । କମ୍ ସମୟ ଭିତରେ ଏହାକୁ ଉପଲବ୍ଧ କରି ଚାଉଳ ନେଇପାରୁଛୁ। ଆଗରୁ ଗାଁ କୁ ଯିବାକୁ ପଡୁଥିଲା। ଗାଡି ଖର୍ଚ୍ଚ, ତାହା ସହିତ ସମୟ ନଷ୍ଟ ହେଉଥିଲା ବୋଲି ଉପଭୋକ୍ତା ମାନେ କହିଛନ୍ତି।
ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ । ଏଟିଏମ୍ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ । ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ATMରୁ ବାହାର କରିପାରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ଏଟିଏମ୍ କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ସମୟରେ 24 ଘଣ୍ଟିଆ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ । ଏହି ବ୍ୟବସ୍ଥାରେ ହିତାଧିକାରୀ ରାଜ୍ୟର ଯେଉଁ ସ୍ଥାନରେ ଥିଲେ ନିଜ କାର୍ଡ ମାଧ୍ୟମରେ ଚାଉଳ ଉଠାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।
ପଢନ୍ତୁ ଏହି ଖବର: ସରକାରଙ୍କ ମହିଳାଙ୍କୁ ଭେଟି: ମାସକୁ ୧୫୦୦ ଟଙ୍କା ପାଇବେ, ଜାଣନ୍ତୁ କେମିତି କରିବେ ଆବେଦନ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories