Odisha river cruise circuit: ଓଡ଼ିଶାରେ ହେବ ୪ଟି ରିଭର୍ କ୍ରୁଜ୍ ସର୍କିଟ୍

Key Points
ଓଡ଼ିଶାରେ ହେବ ୪ଟି ରିଭର୍ କ୍ରୁଜ୍ ସର୍କିଟ୍ । ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି-ଉଦୟଗିରି-ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚ୍କୁ ନେଇ ହେବ ଏହି ୪ଟି କ୍ରୁଜ ସର୍କିଟ୍ ।
ନୂଆଦିଲ୍ଲୀ/ଭୁବନେଶ୍ଵର: ଓଡ଼ିଶାରେ କ୍ରୁଜ୍ ବା ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । ଓଡ଼ିଶାରେ ହେବ ୪ଟି ରିଭର୍ କ୍ରୁଜ୍ ସର୍କିଟ୍ । ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି-ଉଦୟଗିରି-ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚ୍କୁ ନେଇ ହେବ ଏହି ୪ଟି କ୍ରୁଜ ସର୍କିଟ୍ । କେନ୍ଦ୍ର ସରକାରଙ୍କ କ୍ରୁଜ୍ ଭାରତ ମିଶନ ଯୋଜନାରେ ଏ ଗୁଡ଼ିକ ବିକଶିତ କରାଯିବ ବୋଲି ରାଜ୍ୟସଭାରେ ମୌଖିକ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।
ବୈତରଣୀ ନଦୀରେ ଯାଇଥିବା ୧୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଭିତରକନିକା ଜଙ୍ଗଲ, ମହାନଦୀରେ ଯାଇଥିବା ୬୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଯୋବ୍ରା, ବିରୂପା-ବଡି ଗେଙ୍ଗୁଟି-ବ୍ରାହ୍ମଣୀ ନଦୀରେ ଯାଇଥିବା ୨୨ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଲଳିତଗିରି-ଉଦୟଗିରି-ରତ୍ନଗିରି ଏବଂ ବୁଢ଼ାବଳଙ୍ଗ ନଦୀରେ ଯାଇଥିବା ଜାତୀୟ ଜଳପଥ ୨୩ ଅନ୍ତର୍ଗତ ବାଲେଶ୍ଵର ହିଡେନ ବିଚ୍କୁ ନେଇ ୪ଟି ରିଭର୍ କ୍ରୁଜ୍ ସର୍କିଟ୍ ତିଆରି କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।