Videos
|
Odisha

Flood Alert / ରଷିକୁଲ୍ୟା, ବୈତରଣୀ, ଜଳକା, ବୁଢାବଳଙ୍ଗ, ସାଳନ୍ଦୀ ନଦୀର ବଢ଼ୁଛି ଜଳସ୍ତର...ଗାଁ ଭିତରେ ପଶିଲା ବନ୍ୟା ଜଳ

Ritu Das
Browse all articles by Ritu Das
·1 hour ago·2 min read
ରଷିକୁଲ୍ୟା, ବୈତରଣୀ, ଜଳକା, ବୁଢାବଳଙ୍ଗ, ସାଳନ୍ଦୀ ନଦୀର ବଢ଼ୁଛି ଜଳସ୍ତର...ଗାଁ ଭିତରେ ପଶିଲା ବନ୍ୟା ଜଳ
India

Key Points

ବଢୁଛି ବଡ଼ନଦୀର ଜଳସ୍ତର
ରଷିକୁଲ୍ୟା, ବୈତରଣୀ,ଜଳକା,ବୁଢାବଳଙ୍ଗ,ସାଳନ୍ଦୀ ନଦୀର ଜଳସ୍ତର
ଲଗାଣ ବର୍ଷାରେ ଭାଙ୍ଗିଲା ଭାଙ୍ଗିଲା ବାଘୁଆ ନଦୀ ବନ୍ଧ
ଋଷିକୁଲ୍ୟାରେ ଜଳସ୍ତର ବୃଦ୍ଧି ଘଟି ସାହେବ କେନାଲ ଓ ଶାଖା କେନାଲ ଜଳପୂର୍ଣ୍ଣ ହୋଇଛି । ଏକର ଏକର ଚାଷଜମି ଜଳମଗ୍ନ। ବୈତରଣୀ ନଦୀରେ ଚଳିତ ବର୍ଷ ଷଷ୍ଠ ଥର ବନ୍ୟା ଜଳ ଆସିଛି। ଏବେ 18.42 ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳ ରେ ଲଗାଣ ବର୍ଷା ଯୋଗୁଂ ବଢୁଛି ନଦୀ ର ଜଳସ୍ତର। ତଳିଆ ଅଂଚଳ ଲୋକେ ଅସ୍ତବ୍ୟସ୍ତ । ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ପୁଣି ବନ୍ୟା । ବିପଦ ସଂକେତ ଅତିକ୍ରମ କଲା ବୈତରଣୀ ନଦୀର ଜଳସ୍ତର। ମୟୁରଭଞ୍ଜରେ ବୁଢାବଳଙ୍ଗରେ ବନ୍ୟା ଆଶଙ୍କା, ଭୟଭୀତ ତଳି ଅଞ୍ଚଳବାସୀ ।

ଛତ୍ରପୁର ଉପକଣ୍ଠ ତଥା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଓଡିଆରପି କଲୋନୀରେ ଗୁରୁବାର ରାତିରେ ଋଷିକୂଲ୍ୟା ନଦୀର ପାଣି ପ୍ରବେଶ କରିଛି। ବିପଦ ସଂକେତ ଛୁଇଁଲା ସାଳନ୍ଦୀ ନଦୀର ଜଳସ୍ତର.ରାଜଘାଟ ଠାରେ ବିପଦ ସଂକେତ 17 ଫୁଟ ରହିଥିବା ବେଳେ ଦିନ 12 ଟା ବେଳେ 17 ଫୁଟ ଛୁଇଁଲା ସାଳନ୍ଦୀ ନଦୀର ଜଳସ୍ତର । ପୁଣି ଫୁଲୁଛି ସୁବର୍ଣ୍ଣରେଖା ।ନଦୀର ଜଳସ୍ତର ହୁ ହୁ ହୋଇ ବଢ଼ୁଥିବା ବେଳେ, ଗାଲୁଡି ବ୍ୟାରେଜର ୮ଟି ଗେଟ୍ ଦେଇ ଛଡ଼ାଯାଇଛି ପାଣି।

ମାଲକାନଗିରି ଜିଲ୍ଲା ପୋଟେରୁ ରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ପୋଟେରୁ ର ତଳୁଆ ଅଞ୍ଚଳରେ ବନ୍ୟା ଜଳ ପଶିଥିବା ବେଳେ 6 ରୁ 7 ଟି ଘର ଦୁଇ ଫୁଟ ର ବନ୍ୟାଜଳ ପ୍ରବେଶ କରିଛି । ରାୟଗଡା ଝଞ୍ଜାବତୀ ର ଜଳସ୍ତର କମିଛି । ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା। କଳାହାଣ୍ଡିରେ ବନ୍ୟା ପରିସ୍ଥିତି । ଅନେକ ଗାଁ ଜଳବନ୍ଦୀ। ଲଗାଣ ବର୍ଷା ରେ ଭାଙ୍ଗିଲା ବାଘୁଆ ନଦୀ ବନ୍ଧ, ଗାଁ ଭିତର ପଶିଲା ବନ୍ୟା ଜଳ, ହଜାର ହାଜର ଚାଷ ଜମି ଜଳମଗ୍ନ । ଗଜପତିରେ ବଢ଼ିଚାଲିଛି ବଂଶଧାରା ନଦୀର ଜଳସ୍ତର । ବିପଦ ସଙ୍କେତ ଟପିଲା କାଶୀନଗରରେ ବଂଶଧାରା ନଦୀର ଜଳସ୍ତର।
ଉଦନ୍ତୀ ନଦୀରେ ବଢୁଛି ବନ୍ୟା ପାଣି,ବିଭିନ୍ନ ନାଳା ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ। କୋରାପୁଟରେ ଖୋଲିଲା ମୁରାନ୍ ଡେମ ର ଦୁଇଟି ଗେଟ୍ । ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ସୁଚନା ଜାରି । ଇନ୍ଦ୍ରାବତୀ ଗେଟ ଖୋଲିବା ପରେ ପ୍ରଶାସନ ତରଫରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: