Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ, ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି

Odisha

Investment Projects / ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ, ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି

Bikash Mohanty
Browse all articles by Bikash Mohanty
·2 hours ago·3 min read
ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ, ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
Investment Projects

Key Points

ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ
୩,୭୯୩ କୋଟି ନିବେଶକୁ ଅନୁମୋଦନ
ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରାଧିକରଣର ମଞ୍ଜୁରି
ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
ଭୁବନେଶ୍ବର୦୭/୦୬: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସଫଳତା। ଓଡ଼ିଶାରେ ଶିଳ୍ପ ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରାଧିକରଣ ପକ୍ଷରୁ ମୋଟ ୩ ହଜାର ୭୯୩.୩୩ କୋଟି ଟଙ୍କାର ୨୪ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ସମସ୍ତ ପ୍ରକଳ୍ପ ଜରିଆରେ ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ନିବେଶ ଓଡ଼ିଶାର ଅର୍ଥନୀତିକୁ ସଦୃଢ଼ କରିବା ସହ ବେକାରୀ ସମସ୍ୟା ଦୂର କରିବାରେ ବେଶ୍ ସହାୟକ ହେବ।

୧୪ଟି ଜିଲ୍ଲାରେ ହେବ ସନ୍ତୁଳିତ ଶିଳ୍ପ ବିକାଶ

ରାଜ୍ୟର ସମସ୍ତ ଅଞ୍ଚଳରେ ଶିଳ୍ପର ସନ୍ତୁଳିତ ବିକାଶ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ ୧୪ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏହି ଜିଲ୍ଲାଗୁଡ଼ିକ ହେଲା- ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଏବଂ ମୟୂରଭଞ୍ଜ। ଇସ୍ପାତ, ଗ୍ରୀନ୍ ଏନର୍ଜି, ବେଦଶୀ ପୋଷାକ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଇଭି (EV) ଭଳି ବିଭିନ୍ନ ବିଭିନ୍ନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି।


କେଉଁ ସେକ୍ଟରରେ କେତେ ନିବେଶ? ଜାଣନ୍ତୁ ପ୍ରମୁଖ ପ୍ରକଳ୍ପ ସମ୍ପର୍କରେ:

୧. କପଡ଼ା ଓ ଗାର୍ମେଣ୍ଟସ କ୍ଷେତ୍ର (ସର୍ବାଧିକ ନିଯୁକ୍ତି)

ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍: ଖୋର୍ଦ୍ଧାରେ ୧୬୮.୬୪ କୋଟି ଟଙ୍କା ନିବେଶରେ ଏକ କପଡ଼ା ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ସବୁଠାରୁ ଅଧିକ ୧୦,୩୦୬ ଜଣଙ୍କୁ ଚାକିରି ଦେବ।

ଶାହୀ ଏକ୍ସପୋର୍ଟସ୍: ସମ୍ବଲପୁରରେ ୧୪୫.୫୦ କୋଟି ଟଙ୍କା ବ୍ୟୟରେ ଗାର୍ମେଣ୍ଟସ ୟୁନିଟ୍ ପ୍ରତିଷ୍ଠା କରି ୧,୮୪୦ ଜଣଙ୍କୁ ନିଯୁକ୍ତି ଦେବ।

ମା' ତାରାତାରିଣୀ ଟେକ୍ସଟାଇଲ୍ ପାର୍କ: ଗଞ୍ଜାମରେ ୭୦ କୋଟି ଟଙ୍କାର ଏକ ଇଣ୍ଟିଗ୍ରେଟେଡ୍ ପ୍ରକଳ୍ପ ପ୍ରତିଷ୍ଠା ହେବ (୩୫୦ ନିଯୁକ୍ତି)।

୨. ଗ୍ରୀନ୍ ଏନର୍ଜି ଓ ଆଡଭାନ୍ସଡ୍ ଟେକ୍ନୋଲୋଜି

ସିଇଏସସି (CESC) ଗ୍ରୀନ୍ ପାୱାର: ଢେଙ୍କାନାଳରେ ୬୮୩.୮୩ କୋଟି ଟଙ୍କା ନିବେଶରେ ଏକ 'ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ' (BESS) ସ୍ଥାପନ କରିବ।

ଏଭିପି ଷ୍ଟାର୍ ପ୍ରାଇଭେଟ୍ ଲିମିଟେଡ୍: ଖୋର୍ଦ୍ଧାରେ ୫୦୦ କୋଟି ଟଙ୍କା ବ୍ୟୟରେ ଏକ 'ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ' (କୃତ୍ରିମ ହୀରା) ତିଆରି କାରଖାନା ପ୍ରତିଷ୍ଠା ହେବ, ଯେଉଁଠି ୫୦୦ ଜଣ ନିଯୁକ୍ତି ପାଇବେ।

୩. ପର୍ଯ୍ୟଟନ ଓ ହସ୍ପିଟାଲିଟି (ଟୁରିଜିମ୍ ବୁମ୍)

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପ୍ରିମିୟମ ହୋଟେଲ ଓ ରିସୋର୍ଟକୁ ମଞ୍ଜୁରୀ ମିଳିଛି:

ସ୍ୱସ୍ତି ପ୍ରିମିୟମ୍ ଲିମିଟେଡ୍: କୋରାପୁଟରେ ୨୫୦ କୋଟି ଟଙ୍କା ବ୍ୟୟରେ ଏକ ୫-ଷ୍ଟାର୍ ରିସୋର୍ଟ ନିର୍ମାଣ କରିବ (୪୮୦ ନିଯୁକ୍ତି)।

ଏସଏନଏମ ହୋଟେଲ୍ସ: କୋରାପୁଟରେ ୧୩୩.୩୪ କୋଟିର ରିସୋର୍ଟ।

ଶ୍ରୀ ଇକୋ ରିସୋର୍ଟ: କେନ୍ଦୁଝରରେ ୧୦୫.୬୦ କୋଟି ଟଙ୍କାରେ ଇକୋ-ରିସୋର୍ଟ ଏବଂ ୱାଟର ଆମ୍ୟୁଜମେଣ୍ଟ ପାର୍କ। ଏହାବାଦ୍ ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ମଧ୍ୟ ନୂଆ ରିସୋର୍ଟ ଓ ହୋଟେଲ୍ସ ନିର୍ମାଣ ହେବ।

୪. ଇସ୍ପାତ, ମେଟାଲ୍ ଓ ମ୍ୟାନୁଫ୍ୟାକ୍ଚରିଂ

ଜେଏସଡବ୍ଲ୍ୟୁ (JSW) ସେଭରଫିଲ୍ଡସ ଷ୍ଟ୍ରକ୍ଚର୍ସ: ଯାଜପୁରରେ ୨୧୫ କୋଟି ଟଙ୍କା ନିବେଶରେ ଷ୍ଟିଲ୍ ଫ୍ୟାବ୍ରିକେସନ ୟୁନିଟ୍ କରିବ (୧,୪୦୦ ନିଯୁକ୍ତି)।

କୋଶଲ ସେରାମିକ୍ସ: ଝାରସୁଗୁଡ଼ାରେ ୨୭୫.୦୭ କୋଟି ଟଙ୍କା ବ୍ୟୟରେ ନିଜର ଇଟା ଫ୍ୟାକ୍ଟ୍ରିର ସମ୍ପ୍ରସାରଣ କରିବ (୧,୦୦୦ ନିଯୁକ୍ତି)।

ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍: ଖୋର୍ଦ୍ଧାରେ ନିଜର ସପ୍ଟ ଡ୍ରିଙ୍କସ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ୩୦୦ କୋଟି ଟଙ୍କା ନିବେଶ କରିବ, ଯାହା ଦ୍ୱାରା ୯୯୦ ଜଣଙ୍କୁ ଚାକିରି ମିଳିବ।

ଲିଥ୍ରୋସ୍ ବ୍ୟାଟେରିଜ୍: ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ବ୍ୟୟରେ ଇଭି (EV) ଗାଡ଼ି ଓ ବ୍ୟାଟେରୀ କାରଖାନା ପ୍ରତିଷ୍ଠା ହେବ।

ପଢନ୍ତୁ ଏହି ଖବର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଦୁଇ ଗୁଣା ହେଲା ଚାଉଳ ମିଲିଂ ଖର୍ଚ୍ଚ


'ସମୃଦ୍ଧ ଓଡ଼ିଶା ୨୦୩୬' ଲକ୍ଷ୍ୟ

ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ନିବେଶକମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତ ଅନୁମତି ଯୋଗାଇ ଦିଆଯାଉଛି। 'ସମୃଦ୍ଧ ଓଡ଼ିଶା ୨୦୩୬'ର ଦୀର୍ଘକାଳୀନ ଲକ୍ଷ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଏହି ନିଯୁକ୍ତିଭିତ୍ତିକ ଏବଂ ପରିବେଶ ଅନୁକୂଳ ଶିଳ୍ପାୟନ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ନୂଆ ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ପୂର୍ବ ଭାରତର ସବୁଠାରୁ ବଡ଼ ଶିଳ୍ପ ଏବଂ ନିବେଶ ହବ୍ ଭାବେ ଗଢ଼ିତୋଳିବାରେ ସହାୟକ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Investment Projects | Odisha Approves ₹3,793 Crore Investment in 24 Projects, 20,000 Jobs Expected | Argus News