Videos
|
Odisha

ଯୁବପିଢ଼ିଙ୍କୁ ସଚେତନ କରିବେ ସରକାର, ଶିକ୍ଷାନୁଷ୍ଠାନରେ ହେବ ସେଫ୍ କ୍ୟାମ୍ପେନ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଯୁବପିଢ଼ିଙ୍କୁ ସଚେତନ କରିବେ ସରକାର, ଶିକ୍ଷାନୁଷ୍ଠାନରେ ହେବ ସେଫ୍ କ୍ୟାମ୍ପେନ୍

Key Points

ଶକ୍ତିଶ୍ରୀ ଯୋଜନାରେ ସେଫ୍ କ୍ୟାମ୍ପେନ୍ କରାଯିବ । ଛୋଟ ଛୋଟ ଘଟଣାକୁ ନେଇ କେହି ଯେମିତି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନେବେ ସଚେତନତା କରାଯିବ ।

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ । କୌଣସି ପରିସ୍ଥିତିରେ କେହି ବି ଆତ୍ମହତ୍ୟା ଭଳି ଦୁର୍ଭାଗ୍ୟଜନକ ପଦକ୍ଷେପ ନେବେ ନାହିଁ ସେଥିପ୍ରତି ସରକାର ଦୃଷ୍ଟି ଦେଉଛନ୍ତି । ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।


ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଶକ୍ତିଶ୍ରୀ ଯୋଜନାରେ ସେଫ୍ କ୍ୟାମ୍ପେନ୍ କରାଯିବ । ଛୋଟ ଛୋଟ ଘଟଣାକୁ ନେଇ କେହି ଯେମିତି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନେବେ ସଚେତନତା କରାଯିବ । ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପଡ଼ିବ । ଯଦି କେହି ଜାଣୁଛନ୍ତି ଜଣେ ମାନସିକ ଅବସାଦ ଆଡ଼କୁ ଯାଉଛି, ତାକୁ ଫୋରମକୁ ଯିବାକୁ ପ୍ରବର୍ତ୍ତାଇବା ପଡ଼ିବ । ଏହାଦ୍ଵାରା ଅଭିଯୁକ୍ତ ଧରା ପଡ଼ିବ, ତାକୁ ଦଣ୍ଡ ଦିଆଯାଇ ପାରିବ ।


ଶକ୍ତିଶ୍ରୀ ଯୋଜନାରେ ଅନେକ କଥା ରହିଛି । ସେଥିମଧ୍ୟରୁ ସେଫ୍ କ୍ୟାମ୍ପେନ୍ ଗୋଟିଏ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେଫ୍ କ୍ୟାମ୍ପେନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ମାନସିକ ସ୍ଥିତିକୁ ଅନୁଧ୍ୟାନ କରାଯାଇ ପାରିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ସରକାର ବ୍ୟାପକ ପଦକ୍ଷେପ ନେଉଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପିତାମାତା ଓ ଶିକ୍ଷକ ମାନଙ୍କୁ ନେଇ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ।


ବାଲେଶ୍ଵର ଘଟଣା ପରେ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତାକୁ ନେଇ ଚିନ୍ତା ବଢ଼ିଛି । ସବୁ କଲେଜ ଗୁଡ଼ିକରେ ଇଣ୍ଟରନାଲ କମିଟି ଗଠନ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ସରକାର ଓ ଉଚ୍ଚଶିକ୍ଷା ବିଭାଗର ଏଭଳି ବିଭିନ୍ନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମାନସିକ ଅବସାଦ ଦୂର କରିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: