Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ସମ୍ବଲପୁର ପୋଲିସର ବଡ଼ ଆକ୍ସନ: ବର୍ଷକରେ ୭ ଏନକାଉଣ୍ଟର

Rashmita Mishra
Browse all articles by Rashmita Mishra
·3 months ago·2 min read
ସମ୍ବଲପୁର ପୋଲିସର ବଡ଼ ଆକ୍ସନ: ବର୍ଷକରେ ୭ ଏନକାଉଣ୍ଟର
Crime News

Key Points

ସମ୍ବଲପୁର ପୋଲିସର ବଡ଼ ଆକ୍ସନ
ଜେଲରେ ରେଡ୍ ସହ ବର୍ଷକରେ ୭ ଏନକାଉଣ୍ଟର

ସମ୍ବଲପୁରରେ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ପୋଲିସ ଏବେ ପୁରା 'ଆକ୍ସନ ମୁଡ୍'ରେ । ଗୋଟିଏ ପଟେ ଜେଲ୍ ଭିତରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ଏକକାଳୀନ ୩ଟି ଜେଲରେ ଚଢ଼ାଉ କରାଯାଇଥିବା ବେଳେ, ଅନ୍ୟପଟେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବା ପାଇଁ ଗତ ବର୍ଷକ ମଧ୍ୟରେ ୭ଟି ବଡ଼ ଏନକାଉଣ୍ଟର କରିଛି ଜିଲ୍ଲା ପୋଲିସ ।

ସମ୍ବଲପୁର ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ପାଇଁ ଶକ୍ତ ହୋଇଛି ପ୍ରଶାସନ। ଆଜି ସକାଳ ଭୋର ୫ଟାରୁ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ମଣ୍ଡଳ କାରାଗାର ସମ୍ବଲପୁର, ରେଢାଖୋଲ ଓ କୁଚିଣ୍ଡା ଉପକାରାଗାରରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୨ ଘଣ୍ଟା ଧରି ଜେଲର ସମସ୍ତ ୱାର୍ଡ, ସେଲ୍ ଏବଂ ଲାଟ୍ରିନ୍ ପରିସରକୁ ଯାଞ୍ଚ କରାଯାଇଥିଲା । ପୂର୍ବରୁ ଜେଲ୍ ଭିତରୁ ମାଦକ ଦ୍ରବ୍ୟ, ମୋବାଇଲ୍ ଓ ନଗଦ ଟଙ୍କା ମିଳିଥିବା ସନ୍ଦେହରେ ଏହି ଚଢ଼ାଉ ହୋଇଥିଲା।

କେବଳ ଜେଲ୍ ଭିତରେ ନୁହେଁ, ବାହାରେ ମଧ୍ୟ ଅପରାଧୀଙ୍କ ନିଦ ହଜାଇ ଦେଇଛି ସମ୍ବଲପୁର ପୋଲିସ। ୨୦୨୫ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଜିଲ୍ଲାରେ ମୋଟ ୭ଟି ଏନକାଉଣ୍ଟର ହୋଇଛି, ଯେଉଁଥିରେ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି ।

ଏନକାଉଣ୍ଟରର ତାଲିକ
୪ ମାର୍ଚ୍ଚ ୨୦୨୫ରେ ଦୁଦ୍ଧାନ୍ତ ଅପରାଧି ମହେଶ କୁମାରକୁ ଜମାଦାରପାଲି ରୋଡ୍ ଠାରେ ଏନକାଉଣ୍ଟର
୧୧ ମାର୍ଚ୍ଚ ୨୦୨୫ରେ ଦୁଦ୍ଧାନ୍ତ ଅପରାଧି ଶେଖ ମଣ୍ଟୋ ହକ ଓ ଶେଖ ଆରିଫକୁ ଧନୁପାଲି ଠାରେ ଏନକାଉଣ୍ଟର
୧୩ ଏପ୍ରିଲ ୨୦୨୫ରେ ଦୁଦ୍ଧାନ୍ତ ଅପରାଧି ସୀତାରାମ ସଡଙ୍ଗୀ କୁ ରଙ୍ଗିଆଟିକ୍ରା ଠାରେ ଏନକାଉଣ୍ଟର
୧୮ ଅଗଷ୍ଟ ୨୦୨୫ରେ ଦୁଦ୍ଧାନ୍ତ ଅପରାଧି ମହମଦ୍ ସାମଦକୁ ଧନୁପାଲିରେ ଏନକାଉଣ୍ଟର
୧୬ ସେପ୍ଟେମ୍ବର ୨୦୨୫ ଦୀପକ ମଣ୍ଡଳକୁ ରେଙ୍ଗାଲି ଅଞ୍ଚଳରେ ଏନକାଉଣ୍ଟର
୧୮ ମାର୍ଚ୍ଚ ୨୦୨୬ ଧନେଶ୍ୱର ଝାଙ୍କର ଡୁମଛାଲି ଜଙ୍ଗଲ ନିକଟରେ ଏନକାଉଣ୍ଟର
ଏହା ଭିତରେ ସହରର ଅନ୍ୟ କ୍ରାଇମ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime News | Sambalpur Police Big Action: 7 Encounters in One Year | Argus News