Videos
|
Odisha

Cyclone Update / ରାଜ୍ୟରେ ପ୍ରବଳ ବର୍ଷା: ଆହୁରି ୨ ଦିନ ବଢ଼ିବ ସ୍କୁଲ ଛୁଟି !

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ରାଜ୍ୟରେ ପ୍ରବଳ ବର୍ଷା: ଆହୁରି ୨ ଦିନ ବଢ଼ିବ ସ୍କୁଲ ଛୁଟି !
School Holiday

Key Points

ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ହେବ ଛୁଟି
ଦୁଇ ଦିନ ସ୍କୁଲକୁ ଛୁଟି କରିଥିଲେ ଜିଲ୍ଲାପାଳ
ଏବେ ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ
ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି
ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି
ଆବଶ୍ୟକ ପଡିଲେ Extra Class କରି ପିଲାଙ୍କ କ୍ଷତି ହୋଇଥିବା ପାଠକୁ ଭରଣା କରାଯିବ
ରାଜ୍ୟରେ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେୁଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ। ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ। ଯେଉଁଭଳି ଭାବରେ ବର୍ଷା ହେଉଛି, ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ। ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି। ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପିଲାଙ୍କ ପାଠ ପଢ଼ା ପ୍ରଭାବିତ ହୋଇଛି। ଆବଶ୍ୟକ ପଡିଲେ Extra Class କରି ପିଲାଙ୍କ କ୍ଷତି ହୋଇଥିବା ପାଠକୁ ଭରଣା କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।''

. ବର୍ଷା ପାଇଁ ଓଡ଼ିଶା ପ୍ରଭାବିତ:

ଦକ୍ଷୀଣ ଓଡ଼ିଶା ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ମାଲାକନଗିରିର 4 ଟି ବ୍ରିଜ୍ ଉପରେ ପାଣି ଚାଲିଛି। ସେଥିପାଇଁ nh ଗୁଡିକୁ ବନ୍ଦ କରାଯାଇଛି। ନାମକୋଣ୍ଡା ଗାଆଁ ରେ ପାଣି ପଶିଛି। ଲୋକଙ୍କୁ ଉଦ୍ଧାର କରାଯାଉଛି। ବିଶେଷ କ୍ଷୟକ୍ଷତି ହୋଇନାହିଁ। କୋରାପୁଟ, ନବରଙ୍ଗପୁର ରେ ବିଶେଷ ପ୍ରଭାବିତ ହୋଇନି। ପଞ୍ଚାୟତିରାଜ ମନ୍ତ୍ରୀ ମାଲାକନଗିରି ଗସ୍ତ କରିଛନ୍ତି।''

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ:  ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍... କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍

କେଉଁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା:


ଏହା ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଥିବାରୁ ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ବର୍ଷା ପ୍ରଭାବରେ କେଉଁଠି ମାଟି ଅତଡ଼ା ଖସୁଛି ତ ପୁଣି କେଉଁ ନଦୀ ଫୁଲିଲାଣି। ଏହାସହ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମଳିଛି। ତେବେ ବର୍ଷା ପାଇଁ କେଉଁ କେଉଁ ଜିଲ୍ଲାରେ ସ୍କୁଲ ଛୁଟି ରହିବ ତାହା ଘୋଷଣା କରାଯାଇନାହିଁ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: