School Timings Changed / ଖରା ପାଇଁ ବଦଳିଲା ବିଦ୍ୟାଳୟ ସମୟ; ୨୨ରୁ ମର୍ଣ୍ଣିଂ ସ୍କୁଲ୍
·1 hour ago·2 min read

Key Points
ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଖୋଲି ପାରୁନି ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ଵ ଦେଇ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ ।
ସୋନପୁର: ଜାରି ରହିଛି ଖରାର ପ୍ରକୋପ । ଏଣେ ସରିଲାଣି ଖରା ଛୁଟି । ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଖୋଲି ପାରୁନି ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ଵ ଦେଇ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଶିକ୍ଷାନୁଷ୍ଠାନ ଗୁଡ଼ିକ ୨୨ ତାରିଖ ସୋମବାର ଠାପୁ ଖୋଲିବ । ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ, ଅଙ୍ଗନୱାଡ଼ି ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ଖରା ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପୂର୍ବ ଭଳି ଦିନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ଗରମ ଓ ଗୁଳୁଗୁଳି ପାଇଁ ୧୮ରେ ଖୋଲିବନି ବିଦ୍ୟାଳୟ; ବଢ଼ିଲା ସ୍କୁଲ୍ ଖରା ଛୁଟି
ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ସକାଳୁଆ ପାଠପଢ଼ା ହେବ । ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲିବ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।
ଏଥିସହ ଖରା ଜାରି ରହିଥିବାରୁ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପିଇବା ପାଣି ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଅନ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଖରା ଛୁଟି ପରେ ଜୁନ୍ ୧୮ ତାରିଖରେ ସାରା ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଧାର୍ଯ୍ୟ କରାଯାଇଥିଲା । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ଜିଲ୍ଲାପାଳ ଜିଲ୍ଲାରେ ଖରା ଛୁଟି ଅବଧି ବଢ଼ାଇଥିଲେ । ୧୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏକ ଚିଠି ଜାରି କରି ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା ।
ଏଥିସହ ପଢ଼ନ୍ତୁ: ବଦଳିଲା ସ୍କୁଲ ସମୟ, ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ କ୍ଲାସ୍
କଟକରେ ବି ସକାଳୁଆ ସ୍କୁଲ୍
କଟକରେ ବଦଳିଲା ସ୍କୁଲ ସମୟ । ବଢ଼ୁଥିବା ଗରମ ଓ ଗୁଳୁଗୁଳି ଯୋଗୁଁ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଆସନ୍ତା ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ସବୁ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢ଼ା ଜାରି ରହିବ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories