Videos
|
Odisha

Odisha School Holiday / ଲ୍ୟାଣ୍ଡଫଲ ପରେ ପ୍ରବଳବର୍ଷାକୁ ଦୃଷ୍ଟିରେ ରଖି ଆଜି କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି

Ritu Das
Browse all articles by Ritu Das
·1 hour ago·2 min read
ଲ୍ୟାଣ୍ଡଫଲ ପରେ ପ୍ରବଳବର୍ଷାକୁ ଦୃଷ୍ଟିରେ ରଖି ଆଜି କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି
India

Key Points

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଜି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।

କଳାହାଣ୍ଡି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷା ଓ ପବନ ଯୋଗୁଁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂରା ସତର୍କ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଜି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାତିସାରା ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ଧର୍ମଗଡ଼, କୋକସରା ଓ ଜୟପାଟଣାରେ ପବନର ବେଗ ବଢ଼ିବାରେ ଲାଗିଛି। ହାତୀ ନଦୀ,ତେଲ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକଙ୍କୁ ଆଗୁଆ ସତର୍କ କରାଯାଇଛି।



ମଦନପୁର ରାମପୁର, କୋକସରା, ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ଭଳି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ମୁକାବିଲା ପାଇଁ ବ୍ଲକ୍ ସ୍ତରରେ ଶୁଖିଲା ଖାଦ୍ୟ ମହଜୁଦ୍ କରାଯାଇଛି। ସୁରକ୍ଷା ପାଇଁ ୨୮ଟି ସାମୟିକ ଆଶ୍ରୟସ୍ଥଳୀ, ୧୩ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଓ ୮୦୦୦ ପଲିଥିନ୍ ପ୍ରସ୍ତୁତ ରଖାଯାଇଛି। ଏହା ସହ ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବାକୁ ବାରଣ କରାଯିବା ସହ ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗକୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ପ୍ରବଳ ବର୍ଷା ପାଇଁ ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଲକାନଗିରିରେ ବର୍ଷା ବିତ୍ପାତ । ପୋଲ ଉପରେ ୩ଫୁଟ୍‌ର ପାଣି । କାଙ୍ଗୁରୁକୋଣ୍ଡା ପୋଲ ଓ ରାସ୍ତା ଉପରେ ପାଣି ଜମିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ପୋଟେରୁ ପୋଲ ଉପରେ ପାଣି ଚଢିବା ଆରମ୍ଭ ହେଲାଣି । ପୋଲର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ହୋଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ମାଲକାନଗିରି ଜିଲ୍ଲାରେ ୪ଟି ପୋଲ ବୁଡ଼ିଥିବା ସୂଚନା ମିଳିଛି । 326 ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ । ସେହିଭଳି କନ୍ୟାଶ୍ରମ, mv-90 ଓ mv-96 ପୋଲ ଉପରେ ଦୁଇ ରୁ ୩ଫୁଟ ପାଣି ପ୍ରବାହିତ ହେଉଛି । ପ୍ରବଳ ବର୍ଷା ପାଇଁ ମାଲକାନଗିରି ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି।

ଗଭୀର ଅବପାତ ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଥିବାରୁ ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।