Videos
|
Odisha

Scrub Typhus / ଓଡ଼ିଶାରେ ପୁଣି ସ୍କ୍ରବ୍ ଟାଇଫସ୍ ଭୟ…ପାଲଲହଡ଼ାରେ ୩୨ ଆକ୍ରାନ୍ତ, ନରସିଂହପୁରରେ ମୃତ୍ୟୁ ଅଭିଯୋଗ

Ritu Das
Browse all articles by Ritu Das
·25 mins ago·2 min read
ଓଡ଼ିଶାରେ ପୁଣି ସ୍କ୍ରବ୍ ଟାଇଫସ୍ ଭୟ…ପାଲଲହଡ଼ାରେ ୩୨ ଆକ୍ରାନ୍ତ, ନରସିଂହପୁରରେ ମୃତ୍ୟୁ ଅଭିଯୋଗ
Odisha

Key Points

ରାଜ୍ୟରେ ପୁଣି ଡରାଇଲାଣି ସଂକ୍ରାମକ ରୋଗ ସ୍କ୍ରବ ଟାଇଫସ
ଅନୁଗୁଳ ପାଲଲହଡ଼ାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ
କଟକ ନରସିଂହପୁରରୁ ଆସିଛି ଜଣଙ୍କର ମୃତ୍ୟୁ ଅଭିଯୋଗ

ରାଜ୍ୟରେ ପୁଣି ଡରାଇଲାଣି ସଂକ୍ରାମକ ରୋଗ ସ୍କ୍ରବ ଟାଇଫସ। ଅନୁଗୁଳ ପାଲଲହଡ଼ାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ କଟକ ନରସିଂହପୁରରୁ ଆସିଛି ଜଣଙ୍କର ମୃତ୍ୟୁ ଅଭିଯୋଗ। ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌ର କୋପ ବୃଦ୍ଧି ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଗାଁରେ ଘର ଘର ବୁଲି କୀଟନାଶକ ସିଞ୍ଚନ କରାଯିବା ସହ ବ୍ୟାପକ ରକ୍ତ ନମୁନା ପରୀକ୍ଷା ଚାଲିଛି। ସେପଟେ କଟକ ନରସିଂହପୁର ଚକ୍ରଗଡ଼ ଗ୍ରାମର ୫୫ ବର୍ଷୀୟ ବିଜୟ କୁମାର ଲେଙ୍କାଙ୍କର ସ୍କ୍ରବ ଟାଇଫସ୍‌ରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ଅପିଲ୍ କରିଛନ୍ତି।

ଗାଁରେ କୀଟନାଶକ ସିଞ୍ଚନ କରାଯାଉଛି। ଘରେ ଘରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଘର ଚାରିପଟେ ଥିବା ନାଳ ନର୍ଦ୍ଦମାରେ ବି ଚାଲିଛି ସିଞ୍ଚନ। ସ୍କ୍ରବ ଟାଇଫସ ପାଇଁ ପ୍ରଶାସନ କେତେ ତତ୍ପର ତାହା ଏଥିରୁ ସହଜରେ ଅନୁମାନ କରାଯାଇପାରେ। ଅନୁଗୁଳ ଜିଲ୍ଲା ପାଲଲହଡା ଅନ୍ତର୍ଗତ ସାନବାଗଦରୀ ଗାଁରେ ତୃତୀୟ ଦିନରେ ୨୬ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୩ଜଣ ସ୍କ୍ରବ ଟାଇଫସ ରୋଗୀ ଚି଼ହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ପାଲଲହଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଛୁଇଁଲା। ୩ଦିନରେ ମୋଟ ୨୦୬ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁମାନେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ଆବଶକୀୟ ଔଷଧ ସହ ଚିକିତ୍ସା କରାଯାଉଥିବା ଡାକ୍ତର କହିଛନ୍ତି। ସ୍କ୍ରଵ ଟାଇଫସକୁ ନେଇ ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ସିଡିଏମଓ, ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଟିମ ଗ୍ରାଉଣ୍ଡ ଜିରୋକୁ ଯାଇଥିଲା । ସମ୍ପୂର୍ଣ୍ଣ ଗାଁ ବିଶୋଧନ ହେବ। ଗାଁରେ ସମସ୍ତ ଲୋକଙ୍କର ରକ୍ତ ପରୀକ୍ଷା ହେବ। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗାଁରେ ମେଡ଼ିସିନ ବଣ୍ଟା ଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯାଇଛି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ।। ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ତତ୍ପର ଅଛନ୍ତି।

ସ୍କ୍ରବ୍ ଟାଇଫସ୍‌ ଏକ ସଂକ୍ରାମକ ରୋଗ, ଯାହା ଚିଗର୍ ଭଳି ସୁକ୍ଷ୍ମ କୀଟ କାମୁଡ଼ିବା ଦ୍ୱାରା ସଂକ୍ରମିତ ହୋଇପାରେ। ଏହି ରୋଗରେ ଜ୍ୱର, ମୁଣ୍ଡବିନ୍ଧା, ଶରୀର ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଗ୍ରାମାଞ୍ଚଳରେ ଚାଷଜମି, ଘାସ ଓ ଜଙ୍ଗଲ ଅଞ୍ଚଳରେ କାମ କରୁଥିବା ଲୋକେ ସତର୍କ ରହିବା ଜରୁରୀ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: