SI Recruitment Scam / CBI ହାତରେ ଲାଗିଲା ବଡ଼ ପ୍ରମାଣ

Key Points
ପୋଲିସ SI ଚାକିରି ପ୍ରଶ୍ନପତ୍ର ଲିକ୍ ମାମଲାରେ CBI ଚାର୍ଜସିଟରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସାଂଘାତିକ ତଥ୍ୟ । ୨୦୨୫ ମାର୍ଚ୍ଚ ପରୀକ୍ଷା ପୂର୍ବରୁ ବଡ଼ ଷଡଯନ୍ତ୍ର ହୋଇଥିଲା, ଯାହାର ବଡ଼ ପ୍ରମାଣ ସାମ୍ନାକୁ ଆସିଛି । ଭୁବନେଶ୍ବରର ଚନ୍ଦକା ରିସର୍ଟ, ହୋଟେଲ ଅପୁଲେନ୍ସ କଳିଙ୍ଗରେ କେମିତି ଚାକିରି ଆଶାୟୀଙ୍କୁ ରଖାଯାଇଥିଲା, ପ୍ରଶ୍ନପତ୍ର ଦେଖାଯାଇଥିଲା ସିବିଆଇ ଚାର୍ଜସିଟରେ ସେ ସବୁର ଖୁଲାସା ହୋଇଛି ।
ଭୁବନେଶ୍ବର ମଡ୍ୟୁଲ ଓ ଦୀଘା ମଡ୍ୟୁଲ ପାଇଁ ଚାଲିଥିଲା ଷଡଯନ୍ତ୍ର । CBI ଚାର୍ଜସିଟରୁ ଆସିଲା ଏହି ସାଙ୍ଘାତିକ ତଥ୍ୟ । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଲା ଭଳି CBI ହାତରେ ବଡ଼ ପ୍ରମାଣ । ଭୁବନେଶ୍ୱରର ଚନ୍ଦକା ନେଚର ରିସର୍ଟରେ ୨ ଦିନ ପୂର୍ବରୁ ବୁକ ହୋଇଥିଲା ୨୨ଟି ରୁମ ଏବଂ ୨ଟି କନଫରେନ୍ସ ହଲ । ମୁନା ମହାନ୍ତିର ନିର୍ଦେଶରେ ଡ୍ରାଇଭର ଲୋକନାଥ ସାହୁ ଏସବୁ ବୁକ କରିଥିଲା ।
୨ ଦିନିଆ ସ୍କିଲ ଇଣ୍ଡିଆ ଟ୍ରେନିଂ ହେବ କହି କରିଥିଲା ରୁମ ବୁକିଂ । ୭ ତାରିଖ ଦିନ ରିସର୍ଟ ଛାଡ଼ିବା ପୂର୍ବରୁ ମୁନା ମହାନ୍ତି ୨ ଲକ୍ଷ ୪୦ ହଜାର ଟଙ୍କା ପେମେଣ୍ଟ କରିଥିଲା । ଦେଢ଼ ଲକ୍ଷ ଟଙ୍କା ନଗଦ ଦେଇଥିଲା । ୯୦ ହଜାର ଟଙ୍କା ମୁନା ମହାନ୍ତି ତାଙ୍କ ମାଆଙ୍କ ଆକାଉଣ୍ଟରୁ ଦେଇଥିଲା । ୧୫୦ ଜଣ ଚାକିରି ଆଶାୟୀ ଚନ୍ଦକା ନେଚର ରିସର୍ଟରେ ରହିଥିବା ତଦନ୍ତରୁ ଜାଣିବାକୁ ପାଇଛି CBI । ଅଭିଯୁକ୍ତ ଚାକିରି ଆଶାୟୀ ସାଇ ଚନ୍ଦନ ମହାପାତ୍ରଙ୍କୁ CBI ପଚରା ଉଚରା କରିବା ବେଳେ ସାମ୍ନାକୁ ଆସିଥିଲା ସାଙ୍ଘାତିକ ସତ ।
ସେହି ୧୫୦ ଜଣ ଚାକିରି ଆଶାୟୀଙ୍କୁ ମୁନା ମହାନ୍ତି, ଲୋକନାଥ ସାହୁ ଏବଂ ଅନ୍ୟମାନେ ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ପୋଲିସ SI ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଦେଇଥିଲେ । ଚନ୍ଦକା ରିସର୍ଟର ମ୍ୟାନେଜର ପବିତ୍ର କୁମାର ଦାସଙ୍କୁ ପଚରା ଉଚରା କରିଛି CBI । ଏପରିକି ହୋଟେଲ ଅପୁଲେନ୍ସ କଳିଙ୍ଗରେ ୪୫ ଜଣ ଚାକିରି ଆଶାୟୀଙ୍କୁ ରଖିବାର ଯୋଜନା କରାଯାଇଥିଲା । ଏହାର ମୁଖ୍ୟ କାର୍ପଟଦାର ଥିଲା ବିରଞ୍ଚି ନାୟକ। ୧୨ ହଜାର ଟଙ୍କା ଲେଖାଏଁ ଫୋନ ପେ' ମାଧ୍ୟମରେ ନିଆଯାଇଥିଲା । ଏପରିକି ପ୍ରଶ୍ନ ପତ୍ର ମଧ୍ୟ ଦେଖାଇବାର ବ୍ୟବସ୍ଥା କରାଯାଇଥିଲା । ଚାକିରି ଆଶାୟୀମାନଙ୍କୁ ଦୀଘାକୁ ନେବା ଏବଂ ସେମାନଙ୍କ ରହିବା ଖାଇବା ବାବଦକୁ ଏହି ଟଙ୍କା ନିଆଯାଇଥିଲା ।
ଏଠି ପ୍ରଶ୍ନ ଉଠୁଛି ମାର୍ଚ୍ଚ ମାସରେ ପ୍ରଶ୍ନ ପତ୍ର ଲିକକୁ ନେଇ କାହିଁକି ଖୋଳତାଡ଼ କରିନଥିଲା OPRB? ଜାଣି ଶୁଣି ଚୁପ ରହିଥିଲା କି OPRB ? ଯଦି ମାର୍ଚ୍ଚ ପରୀକ୍ଷା ଅନିୟମିତତା ଓ ପ୍ରଶ୍ନ ପତ୍ର ପ୍ରଘଟର ତଦନ୍ତ ହୋଇଥାନ୍ତା ତେବେ ଅକ୍ଟୋବର ମାସରେ ପୋଲିସ SI ପରୀକ୍ଷା ଅନିୟମିତତା ହୋଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
📱 Get Argus News App
✨Related Topics
Explore more stories