Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Recruitment Scam / ସମନ କରିଛି CBI, ଖୁବଶୀଘ୍ର ହାଜର ହେବେ IPS ଅଫିସର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସମନ କରିଛି CBI, ଖୁବଶୀଘ୍ର ହାଜର ହେବେ IPS ଅଫିସର
SI Scam

Key Points

ଶଙ୍କର ପୃଷ୍ଟିର ଗଡ୍‌ଫାଦର ସାଜିଥିଲେ କି ଏହି IPS ?
କେତେ ଟଙ୍କାରେ ତାଙ୍କ ସହ କାରବାର ହୋଇଛି ?

ପୋଲିସ SI ଚାକିରୀ କେଳେଙ୍କାରୀ ମାମଲା ...ସାମ୍ନାକୁ ଆସିଲା IPS ଙ୍କ ସମ୍ପୃକ୍ତି .....ବରିଷ୍ଠ ପୋଲିସ ଅଫିସରଙ୍କୁ ସମନ କଲା CBI....ଅନ୍ୟ ଜଣେ ଦଲାଲ ଅମିତ ଭାରତୀକୁ ବିହାରରୁ ଗିରଫ କରିଛି CBI....ସେପଟେ 4ଦିନିଆ ରିମାଣ୍ଡ ସରିବା ପରେ ଶଙ୍କର, ସୁରେଶ ଏବଂ ସାଗର ସ୍ୱତନ୍ତ୍ର CBI କୋର୍ଟ ରେ ହାଜର ।

ପୋଲିସ SI ଚାକିରି କେଳେଙ୍କାରୀ ମାମଲାର ଖୋଲୁଛି ଗୁମର । CBI ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଘଟଣା ଏବେ ଆସିଛି ସାମ୍ନାକୁ । ଏହି କେଳେଙ୍କାରୀରେ ଜଣେ IPSଙ୍କ ସମ୍ପୃକ୍ତି ଥିବା CBIକୁ ମିଳିଛି ପ୍ରମାଣ । ଏହି IPS ଙ୍କ ଭୂମିକା ସାମ୍ନାକୁ ଆସିବା ପରେ CBI ତାଙ୍କୁ ସମନ କରିଛି । ଖୁବଶୀଘ୍ର ସେ CBI ଅଫିସରେ ହାଜର ହୋଇ ନିଜର ପକ୍ଷ ରଖିବେ । ଶଙ୍କର ପୃଷ୍ଟିକୁ ଜେରା ବେଳେ ଏହି IPSଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଶଙ୍କର ସହ ସିଧାସଳଖ ଯୋଗାଯୋଗରେ ରହୁଥିଲେ ଏହି IPS ଅଫିସର ।

ଏଠି ପ୍ରଶ୍ନ ଉଠୁଛି, ପୋଲିସ SI ଚାକିରି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ପଛରେ ଏହି IPS ଅଫିସରଙ୍କ କଣ ରହିଥିଲା ଭୂମିକା ? ଶଙ୍କର ପୃଷ୍ଟିର ଗଡ୍‌ଫାଦର ସାଜିଥିଲେ କି ଏହି IPS ? କେତେ ଟଙ୍କାରେ ତାଙ୍କ ସହ କାରବାର ହୋଇଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବ CBI ।

ଏହି କେଳେଙ୍କାରୀରେ ଧୀରେ ଧୀରେ ଖୋଲୁଛି ଆନ୍ତ ରାଜ୍ୟ ରାକେଟର ଗୁମର । ଜଣେ ପରେ ଜଣେ ଆନ୍ତରାଜ୍ୟ ଦଲାଲଙ୍କୁ ଗିରଫ କରୁଛି CBI । ଆଜି ବିହାରରୁ ଅମିତ ଭାରତୀକୁ ଗିରଫ କରିଛି । ପୂର୍ବରୁ ନୀତିଶ କୁମାରକୁ ବିହାରରୁ ଗିରଫ କରିଥିଲା । ନୀତିଶକୁ ରିମାଣ୍ଡରେ ଆଣି ଜେରା କରିବା ପରେ CBIକୁ ମିଳିଥିଲା ଅନେକ ସୁରାକ । ଯାହାକୁ ଆଧାର କରି ଅମିତି ଭାରତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି CBI । ଆଗକୁ ଅମିତକୁ ରିମାଣ୍ଡରେ ଆଣି ଜେରା କରିବ । ନୀତିଶ, ଅମିତ ପରେ ଆଉ କେଉଁ ବାହାର ରାଜ୍ୟର ଦଲାଲ ଏହି କେଳେଙ୍କାରୀ ସପୃକ୍ତି ଅଛି ତାକୁ ଖୋଜି ବାହାର କରିବାକୁ ଯୋଜନା ରଖିଛି CBI । ସେପଟେ ୪ ଦିନିଆ ରିମାଣ୍ଡ ଶରିବା ପରେ ଶଙ୍କର, ସୁରେଶ ଏବଂ ସାଗରକୁ ସ୍ୱତନ୍ତ୍ର CBI କୋର୍ଟରେ ହାଜର କରିଛି CBI ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Recruitment Scam | Odisha SI Scam Probe Widens: Accused Nabbed In Bihar After Mastermind Shankar Prusty’s Questioning | Argus News